ବଡ଼ବିଲ ନଗର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।
ତା-03-11-2025
(ଦର୍ଶନ ସମୀକ୍ଷା) ବଡ଼ବିଲ
ଆଜି
ବଡ଼ବିଲ ନଗର ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଡ଼ବିଲ ହରିହର ମନ୍ଦିର ଠାରୁ ଆରମ୍ଭ ଏହି ପଦଯାତ୍ରା ସହର ପରିକ୍ରମା କରି ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ଏକ ସଭାରେ ବିଜୁ ଜନତା ଦଳର ୨୪ବର୍ଷ ଶାସନ, ଲୋକପ୍ରିୟ ନେତା ପୃର୍ଵତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ କ’ଣ କ’ଣ ବିଶେଷ କାଯ୍ୟ କରାଯାଇଛି ତାହା ଉପରେ କହିଥିଲେ ବିଜେଡ଼ିର ବରିଷ୍ଠ ନେତୃବୃନ୍ଦ । ଅନ୍ୟପଟେ ଭାଜପାର ଡବଲ ଇଞ୍ଜିନ ସରକାରରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଗଳା, ଏସଆଇ ପରୀକ୍ଷାରେ ମହା ଦୁର୍ନୀତି ଏବଂ ହତ୍ୟା ଘଟଣା ବୃଦ୍ଧି ହୋଇଛି ବୋଲି କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଥିଲେ । ସେହିଭଳି ପୋଲିସର ନିଷ୍କ୍ରିୟତା ବର୍ତମାନ ସରକାରଙ୍କ ଠାରୁ ଆସ୍ଥା ହରେଇ ଦେଇଛି । ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଛି ବିଜେଡି ।ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ବିଜେଡି ନଗର ସଭାପତି ଶ୍ରୀ ସଞ୍ଜୟ ନୟାକ ବିଧାୟକ ପ୍ରତିନିଧି ଶ୍ରୀ ମୋହନ ଗୁପ୍ତା, ଏମଡି ଗୁଫ୍ରାନ, ମଣ୍ଟୁ ଦାସ ଓ ବିଜେଡି ସତଧିକ କର୍ମୀ ଉପସ୍ଥିତ ଥିଲେ।












Leave a Reply