ଅନ୍ଧାରି ପ୍ରେମ //ପୁଅ ବହାଘର ଠିକ ହୋଇ ସାରିଥିଲା । କେବଳ ନିର୍ବନ୍ଧ ବାକି ଥିଲା । ଏହାପରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାନ୍ତା.ହେଲେ ସମୁଦୁଣୀ କୁ ଧରି ସମୁଦୀ ଫେରାର..ଚାରିଆଡେ ନିସ୍ତବ୍ଦ

Spread the love

ପୁଅ ବହାଘର ଠିକ ହୋଇ ସାରିଥିଲା । କେବଳ ନିର୍ବନ୍ଧ ବାକି ଥିଲା । ଏହାପରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାନ୍ତା। ହେଲେ ଯୁବକଙ୍କ ମାଆ ହୋଇଗଲେ ନିଖୋଜ । ଖୋଜଖବର ପରେ ଯେତେବେଳେ ମହିଳାଙ୍କ ସୂଚନା ମିଳିଲା, ସମସ୍ତେ ହୋଇଗଲେ ହତବାକ୍ ।

କାରଣ ଯୁବକଙ୍କ ମାଆ ଆଉ କାହା ସହ ନୁହେଁ, ତାଙ୍କ ପୁଅର ବିବାହ ଠିକ ହୋଇଥିବ ଝିଅ ବାପାଙ୍କ ସହ ଫେରାର ହୋଇଯାଇଥିଲେ । କାରଣ, ପୁଅ, ଝିଆଙ୍କ ବିବାହ ଠିକ କରିବା ଭିତରେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ ଓ ଘଣୁ ପଳାଇଯାଇଥିଲେ । ଏମିତି ଘଟଣା ଉଜ୍ଜୟନରେ ଦେଖିବାକୁ ମିଳିଛି ।

ମିଳିଥିବା ଖବର ଅନୁସାରେ ଉଜ୍ଜୟନ ଜିଲ୍ଲା ବଡ଼ନଗରରେ ୪୫ ବର୍ଷିୟ ମହିଳା ନିଜର ହେବାକୁ ଥିବା ସମୁଦିଙ୍କ ସହ ଘର ଛାଡି ପଳାଇଥିଲେ । ମହିଳାଙ୍କ ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଖୋଜଖବର ପରେ ପୋଲିସ ଯେତେବେଳେ ଉଭୟଙ୍କୁ ପାଇଥିଲା, ଏହି ସତ ପଦାକୁ ଆସିଥିଲା ।

ପୋଲିସ ସୂଚନା ଅନୁସାରେ, ବଡ଼ନଗର ଥାନା ଅନ୍ତର୍ଗ ଉଣ୍ଟବାସା ଗ୍ରାମର ମହିଳା ଜଣଙ୍କୁ ଦୁଇଟି ପିଲାର ମାଆ । ୮ ଦିନ ହେବ ସେ ନିଖୋଜ ଥିଲେ । ପରିବାର ଓ ସମ୍ପର୍କୀୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । ଉଦ୍ଧାର ପରେ ମହିଳା ଜଣଙ୍କ କହିଥିଲେ, ସେ ନିଜ ଇଚ୍ଛାରେ ସ୍ବାମୀ ଓ ଦୁଇ ପିଲାଙ୍କୁ ଛାଡି ନିଜ ପ୍ରେମୀକଙ୍କ ସହ ରହୁଥିଲେ ।

ମାମଲା ବ୍ୟକ୍ତିଗତ ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ପୋଲିସ  ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ

ସୌଜନ୍ୟ ନନ୍ଦିଘୋଷ ଡିଜିଟାଲ

Leave a Reply

Your email address will not be published. Required fields are marked *