Spread the love

ଗଜପତିର କାଶୀନଗର ଓ ମୋହନା ତହସିଲରେ ଉପ ନିବନ୍ଧକ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଆଭାସୀ ଦ୍ୱାରା ଉଦଘାଟନ କଲେ
ପାରଳାଖେମୁଣ୍ଡି, 2/11(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ଓ ମୋହନା ତହସିଲ କାର୍ଯ୍ୟାଳୟରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଉଦଘାଟନ ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ l ରାଜ୍ୟର ୪୪ ଟି ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଥିବା ବେଳେ ଗଜପତିରେ କାଶୀନଗର ଓ ମୋହନାରେ ଉପ ନିବନ୍ଧକ କାର୍ଯାଳୟ ଜନ ସାଧାରଣଙ୍କ ସେବା ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି. କାଶୀନଗର ଓ ମୋହନା ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନଫେରେନ୍ସ କକ୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଏହି ଉଦଘାଟନ କରାଯାଇଥିଲା. ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଡ଼ିଓ ରାଜୀବ ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ତହସିଲଦାର ଚକ୍ରଧର ପାଢ଼ୀ ଓ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ l ପରେ ତହସିଲ କାର୍ଯ୍ୟାଳୟ ଯାଇ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠରୀକୁ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଉଦଘାଟନ କରିଥିଲେ. ନୂତନ ଭାବେ ଆରମ୍ଭ ହୋଇଥିବା ଏହି 2 ଗୋଟି ଉପ ନିବନ୍ଧକ କାର୍ଯାଳୟ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ତହସିଲଦାରଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ସୂଚନା ମିଳିଛି.

ଗଜପତିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
ପାରଳାଖେମୁଣ୍ଡି,2/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ସ୍କୁଲ ନିକଟରେ ବାଇକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି. ଏଥିରେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ସୂଚନା ପ୍ରକାରେ, ଶନିବାର ସନ୍ଧ୍ୟାରେ ମୋହନା ଠାରୁ ଏକ ବାଇକ ( ଓଡି ୨୦ ଡି ୫୯୮୧ ) ରେ ରଙ୍ଗ ମାଟିଆ ପ୍ରଧାନ ଶିକ୍ଷକ ହାବେଲ ଗମାଙ୍ଗ ( ୪୬) ବିଦ୍ୟାଳୟକୁ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ୟମାବାଇକ ଯୋଗେ ( ଓଡ଼ି O୭ ଞ୍ୱାଇ ୭୯୧୪ ) ରେ ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତର ରାଇଜୁକା ନୁଆଁ ସାହିର ବିଶ୍ୱ ମଲ୍ଲିକ ( ୨୦ )ଙ୍କ ବାଇକ ମୁହାଁ ମୁହିଁ ଧକ୍କା ହୋଇ ବିଶ୍ୱଙ୍କ ବାଇକ ରାସ୍ତାକାଡରେ ଥିବା ଏକ ପାନ ଦୋକାନକୁ ପିଟିହୋଇ ଛିଟିକି ପଡିଥିବା ବେଳେ ହେବଲ ମଧ୍ୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ | ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ବାଇକ ଆରୋହୀଙ୍କୁ ଏକ ଅଟୋ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ | ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ହେବଲଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଥିବା ବେଳେ ବିଶ୍ୱଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଥିବା ଯୋଗୁଁ ଏମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ମିଳିଛି. ଘଟଣା ନେଇ ମୋହନା ପୋଲିସ ଦୁଇ ବାଇକକୁ ଜବତ କରିବା ସହ ଏକ ମକଦ୍ଦ୍ୱମା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି |

ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ ପାରଳାଖେମୁଣ୍ଡି, 2/11(ତାରିଣୀ ପ୍ରସାଦ ପଣ୍ଡା ): ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଖାରିଗୁମ୍ମା ଗାଁର ମହିଳା ଅବଳା ପାଳ ଗତ ରବିବାର ଦିନ ଆର. ଉଦୟଗିରି ବ୍ଲକର ଛେଳିଗଡ଼ ଗ୍ରାମରେ ଥିବା ନିଜ ଭଉଣୀଙ୍କ ଘରକୁ ଯାଇଥିଲେ. ହେଲେ ରାସ୍ତାରେ ଠିଆ ହୋଇଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଅବଳାଙ୍କୁ ପରିବାର ଲୋକେ ପ୍ରଥମେ ଛେଳିଗଡ଼ ଡାକ୍ତରଖାନା ଓ ପରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚେତା ନଥିଲା। ଅଧୂକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ତଥାପି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ଭୁବନେଶ୍ଵର ଠାରେ ଥିବା ଏକ ଘରୋଇ ଉଚ୍ଚସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା. ଗତକାଲି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ଖାରିଗୁମା ଗାଁକୁ ଅଣାଯାଇଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ସହମତି ଅନୁଯାୟୀ ଅବଳାଙ୍କ ଅଙ୍ଗଦାନ ସହ କିଡ଼ନୀ ଓ ଲିଭର ଦାନ କରିଥିଲେ ପରିବାର ଲୋକେ। ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ଏହି ମହିଳାଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ମର ଶରୀରକୁ ମୋହନା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଥିଲା.

ଆନ୍ତଃ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ଗଜପତିର ପ୍ରଜ୍ଞାସିନୀ ପ୍ରଥମ ସ୍ଥାନ ଅଧିକାର କଲେ ପାରଳାଖେମୁଣ୍ଡି, 2/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗେସଖାଲ ଗ୍ରାମର ପିତା ଇଶୋବନ୍ଧୁ ଏବଂ ମାତା ମିନିତା ନାୟକଙ୍କ ଝିଅ ପ୍ରଜ୍ଞାସିନୀ ଆନ୍ତଃଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ସମ୍ମାନ ଆଣିପାରିଛନ୍ତି. ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ମହାମାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି. ଆନ୍ତଃ ଜିଲ୍ଲାସ୍ତରୀୟ ମହାବିଦ୍ୟାଳୟ ମେଧାଵୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପରୀକ୍ଷା ନିମନ୍ତେ ୨୦ ଗୋଟି ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ମୋଟ ୬୦୦ ମାର୍କରୁ ୫୯୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୋହନା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାରୁ +୨ ଏବଂ + ୩ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସ୍ଥାନୀୟ ମହାବିଦ୍ୟାଳୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଆନ୍ତଜିଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ପ୍ରଜ୍ଞାସିନୀ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି.

Leave a Reply

Your email address will not be published. Required fields are marked *