Spread the love

ଏକ ମାସ ଚାଲିବ ଅଷ୍ଟପ୍ରହରୀ ନାମଯଜ୍ଞ,ହରେ କୃଷ୍ଣ ହରେ ରାମରେ କମ୍ପି ଉଠୁଛି ମନ୍ଦିର ପରିବେଶ

ନିଆଳି :-=୦୧/୧୧(ଦର୍ଶନ ସମୀକ୍ଷା)

ଏରଞ୍ଚ ଗ୍ରାମସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମନୃସିଂହ ମନ୍ଦିର ପ୍ରାଙ୍ଗଣରେ ଆଜକୁ ପ୍ରାୟ ୫୫ ବର୍ଷ ଧରି ଏକମାସ ବ୍ୟାପୀ ଶ୍ରୀଶ୍ରୀ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଅଛି।ଏହି କାର୍ଯ୍ୟକ୍ରମ ପବିତ୍ର କୁମାର ପୂର୍ଣ୍ଣିମାର ମଧ୍ୟ ରାତ୍ର ଠାରୁ ଆରମ୍ଭ ହୋଇ ଦୀର୍ଘ ଏକମାସ ବ୍ୟାପୀ ୨୪୦ ପ୍ରହର ନାମ ସଂକୀର୍ତ୍ତନ ପବିତ୍ର କାର୍ତ୍ତିକ ରାସ ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତଙ୍କ ସମାବେଶରେ ତା’ ପରଦିନ ଅର୍ଥାତ ଛାଡଖାଇ ଦିନ ପ୍ରତ୍ୟୁଷରୁ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମର ଶୁଭ ଉଦଯାପନ ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସମାପନ ହୋଇଥାଏ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏରଞ୍ଚ ଗ୍ରାମର ପ୍ରତ୍ୟେକ ପରିବାର ଏବଂ ରହମ୍ବା,ବାଲିଜଳା,ପୋସ୍ତଳ, ପଳସୁଧା,ଖରିବିଲି,କର୍ସଦା,କୁଳଶ୍ରୀ, ରାଣିଓଳା,ସିଠାଳ,କନ୍ଦଳ,ଉତ୍ତାରଣ, ପୋହଳ,ଗୋପାଳନଗର,ଅଲିଙ୍ଗି, ଉରାଡ,ଅଡ଼ଶପୁର,ଓ ପଡ଼ୋଶୀ ଜଗତସିଂହପୁର ଜିଲ୍ଲାର ଘଡିମୁଳ, ମୁଣ୍ଡିଲୋ,ପଟସରା,ପଳସା ଆଦି ଅନେକ ଗ୍ରାମର ଜନସାଧାରଣଙ୍କର ଆକୁଣ୍ଠ ସାହାଯ୍ୟ ଓ ସଂକୀର୍ତ୍ତନ ମଣ୍ଡଳୀମାନଙ୍କ ଭାବବିହ୍ୱଳ ନାମ ପରିବେଷଣ ଭକ୍ତମାନଙ୍କୁ ଆଲ୍ଲାଦିତ କରିଥାଏ। ସର୍ବପରି ମନ୍ଦିର ପରିଚାଳନା ସମିତିର ସହଯୋଗ ଓ ସଦିଚ୍ଛା ଅନୁଷ୍ଠାନକୁ ସଫଳ ରୂପାୟନ ଦେଇଥାଏ। ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ୩୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପ୍ରସାଦ ସେବନ କରନ୍ତି। କର୍ତ୍ତା ଭାବରେ ବିକ୍ରମ ମହାପାତ୍ର ଥିବା ବେଳେ ପୂଜକ ବଦ୍ୟନାଥ ଆଚାର୍ଯ୍ୟ ଏବଂ ପରିଚାଳନାରେ ଧୁଷାସନ ସାହୁ,ଭୁବନାନନ୍ଦ ମହାପାତ୍ର, ସୁଶାନ୍ତ କୁମାର ରାଉତ,ଦୀନବନ୍ଧୁ ମହାପାତ୍ର, ଜିତରଞ୍ଜନ ସାହୁ,ଚତୃଭୂଜ ନାୟକ, ଜ୍ୟୋତି ରଞ୍ଜନ ସ୍ବାଇଁ ଓ ଗ୍ରାମର ସମସ୍ତ ଅଧିବାସୀ ମାନଙ୍କ ସହଯୋଗରେ ଏ ଅନୁଷ୍ଠାନ ଗଢି ଉଠିଛି।

Leave a Reply

Your email address will not be published. Required fields are marked *