Spread the love

ଗଜପତିରେ ମାନସିକ ବିକୃତ ଯୁବତୀ ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀକୁ ଦଶବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି, 1/11-=ଦର୍ଶନ ସମୀକ୍ଷା(ତାରିଣୀ ପ୍ରସାଦ ପଣ୍ଡା )

ଗଜପତିରେ ମାନସିକ ବିକୃତ ଯୁବତୀ ଅପହରଣ ତଥା ଦୁଷ୍କର୍ମ ମାମଲାରେ ଜଣେ ଦୋଷୀକୁ ଦଶବର୍ଷର ସଶ୍ରମ କାରାଦଣ୍ଡ ସହ 10 ହଜାର ଟଙ୍କା ଜରିମାନା ଗଜପତି ଜିଲ୍ଲା ସେସନ ଜଜ ରାୟ ପ୍ରଦାନ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାରେ ଗତ ୧୦-୦୨-୨୦୨୪ତାରିଖ ସନ୍ଧ୍ୟା ସମୟରେ ଜଣେ ମାନସିକ ବିକୃତ,vଯୁବତୀ ନିଜ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରେ ଘର ଲୋକ ଆଖପାଖ ଅଞ୍ଚଳରେ ଖୋଜିବା ପରେ କେହି ତାଙ୍କର ସନ୍ଧାନ ପାଇପାରିନଥିଲେ। କିନ୍ତୁ ସେହିଦିନ ରାତି ୧୦ଟା ସମୟରେ ପିଡ଼ିତା ମୁମୂର୍ଷୁ ଅବସ୍ଥାରେ ନିଜ ଘରକୁ ଫେରିଥିଲେ। ପିଡ଼ିତାର ମାନସିକ ଅବସ୍ଥାକୁ ନଜରରେ ରଖି ତା’ ପରଦିନ ସକାଳେ ଯେତେବେଳେ ତାଙ୍କ ମାଆ ସବୁକଥା ଜାଣିବାକୁ ଚେଷ୍ଟା କରିଥିଲେ, ସେତେବେଳେ ପିଡ଼ିତା ତାଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲା ଯେଉଁଠି ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଓ ସେ ସ୍ଥାନରୁ ପିଡିତାଙ୍କର ଚପଲ ମଧ୍ୟ ମିଳିଥିଲା। ପରେ ପିଡ଼ିତା ଦୁଷ୍କର୍ମ କରିଥିବା ଟୁକୁନା ଦଣ୍ଡିଆଙ୍କୁ ଚିହ୍ନଟ କରିବା ସହ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଥା ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପିଡ଼ିତାଙ୍କ ମାଆ ଆର. ଉଦୟଗିରି ଥାନାରେ ତା ୧୪-୦୨-୨୦୨୪ରିଖରେ ମାମଲା ରୁଜୁ କରିଥିଲେ. ସବ ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ମାମଲାର ତଦନ୍ତ କରି ଉକ୍ତ ଆସାମୀ ଟୁକୁନା ଦଣ୍ଡିଆଙ୍କୁ କୋର୍ଟ ଚାଲାଣ କରିଥିଲେ।

ଆଜି ୧୯ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା ‘୩୭୬(୨)(ଠ)’ (ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ କରିବା) ଅପରାଧରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅପହରଣ ପାଇଁ ରହିଥିବା ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି.
ଜୋରିମାନା ଅନାଦେୟ ଆହୁରି ଏକ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
ସରକାରଙ୍କ ପକ୍ଷରୁ ଆସୋସିଏଟ ପିପି ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିଲେ ବୋଲି ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *