ପାରିକୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକପୁରୁଣାକୋଟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଖଜୁରିଆକଟା -=(ଦର୍ଶନ ସମୀକ୍ଷା )୩୧ /୧୦ ହିନ୍ଦୋଳ ଉପଖଣ୍ଡ ପାରିକୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ରମୋହନ ପ୍ରଧାନଙ୍କ ସଭାପତିତ୍ଵରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି। ସର୍ଦ୍ଦାରବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ସାରା ଭାରତ ବର୍ଷରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଚିତ୍ରାଙ୍କନ ଓ ବକୃକ୍ତା ପ୍ରତିଯୋଗୀତା ହୋଇଥିଲା । କଣ୍ଟାବଣିଆ ଥାନା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଇନ୍ସପେକ୍ଟର ତୁଳସୀ ମଞ୍ଜରୀ ଭୂୟାଁ , ସବ ଇନ୍ସପେକ୍ଟର ତୱାର ଅଲ୍ଲୀ ଖାନ , ଗିରୀଶ ଚନ୍ଦ୍ର ସାହୁ , ରୀତା ସେଠୀ , ରଶ୍ମିତା ଗଡନାୟକ ଓ ସମସ୍ତ ଥାନା କର୍ମଚାରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଥାନା ଅଧିକାରୀ ଶ୍ରୀମତୀ ଭୂୟାଁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ବିଶ୍ଵାଳ ,ସୁଧୀର ଦଳେଇ , ନାରାୟଣ ବେହେରା, ମହେନ୍ଦ୍ର ଖାଡିଆ , ପ୍ରବୀର ପ୍ରଧାନ , କାଶୀନାଥ ସାହୁ , ଅଭିଷେକ ସାହୁ ପ୍ରମୁଖ ଯୋଗଦାନ କରି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।












Leave a Reply