ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଡ଼ବିଲ ପୋଲିସ ପକ୍ଷରୁ ‘ୱାକ୍ ଏ ଥନ୍’ କାର୍ଯ୍ୟକ୍ରମ ।
ତା-31-10-2025
ଦର୍ଶନ ସମୀକ୍ଷା ବଡ଼ବିଲ
ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ“ଏକତା ପାଇଁ ଦୌଡ଼ (Run for Unity)” ଶୀର୍ଷକରେ ବଡ଼ବିଲ ପୋଲିସ ପକ୍ଷରୁ ‘ୱାକ୍ ଏ ଥନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳ ୮ଟାରେ ବଡ଼ବିଲ କିରିବୁରୁ ଛକ ଠାରୁ ପଦଯାତ୍ରା ଆରମ୍ଭ ହୋଇ ସହ ସହର ପରିକ୍ରମା କରିବା ପରେ ବିକାଶମହଲ ପଡ଼ିଆରେ ପହଞ୍ଚିଥିଲା । ଏକତାର ନାରା ଦେଇ ବଡ଼ବିଲ ପୋଲିସ ସହ ବିଭିନ୍ନ ସଙ୍ଗଠନ, କଲେଜ୍ ଏବଂ ଆଇଟିଆଇର ଛାତ୍ରଛାତ୍ରୀ ପଦଯାତ୍ରାରେ ସାମିଲ ହୋଇଥିଲେ । ଶେଷରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିତର୍କ ପ୍ରତିଯୋଗିତାର କୃତୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।












Leave a Reply