Spread the love

ନେସନାଲ ଏଜୁକେଶନ ଫୋରମ୍ ଦ୍ଵାରା ସମ୍ବର୍ଦ୍ଧିତ ହେବେ ଡ. ମନୋରଞ୍ଜନ ପଣ୍ଡା,,

ରତ୍ନାକର ପରିଡା କେନ୍ଦ୍ରାପଡ଼ା (ଦର୍ଶନ ସମୀକ୍ଷା)
ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ , ଅନୁଗୁଳ ର ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା ଶିକ୍ଷାଦାନ କ୍ଷେତ୍ର ରେ ସମର୍ପିତ ସେବା ଏବଂ ସଫଳତା ପାଇଁ ନେସନାଲ ଏଜୁକେସନ ଫୋରମ୍ , (ଏନ. ଇ. ଏଫ୍ ).ନୂଆଦିଲ୍ଲୀ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ରେ ଚଳିତ ବର୍ଷ ‘ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ – ୨୦୨୫ ‘ସମ୍ମାନ ରେ ସମ୍ମାନିତ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି ।

ପ୍ରକାଶ ଥାଉ କି ନେସନାଲ ଏଜୁକେଶନ ଫୋରମ୍ , ନୂଆଦିଲ୍ଲୀ ର ଚଳିତ ବର୍ଷ ୨୦୨୪-୨୫ ର ବାର୍ଷିକ ସମ୍ମିଳନୀ ଆସନ୍ତା ନଭେମ୍ବର ୨୩ ତାରିଖ ରେ ପଶ୍ଚିମବଙ୍ଗ ର ନେତାଜୀ ଇଣ୍ଡୋର୍ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଯାଉଛି ।

ଏ ସଫଳତା ପାଇଁ ଡ . ପଣ୍ଡା ଙ୍କୁ କେନ୍ଦ୍ରାପଡା ଏବଂ ଅନୁଗୋଳ ଜିଲ୍ଲା ର ବିଭିନ୍ନ ସଙ୍ଗଠନ , ବିଦ୍ୟାଳୟ ପରିଚାଳନା କମିଟି , ରୋଟାରୀ ପବ୍ଲିକ ସ୍କୁଲ ର ଅଧକ୍ଷ ଡ. ଅଶୋକ କୁମାର ବେହେରା , ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କଳ୍ପଲତା ଦାଶ, ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଅଭିନନ୍ଦନ ଜଣାଇଛନ୍ତି ।
ଡ. ମନୋରଞ୍ଜନ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତ ଅଧିନସ୍ଥ ରଜାଙ୍ଗ ଗ୍ରାମ ର ଶ୍ରୀମତୀ ନଳିନୀ ପ୍ରଭା ପଣ୍ଡା ଏବଂ ଶ୍ରୀଯୁକ୍ତ ବାସୁଦେବ ପଣ୍ଡାଙ୍କ ର କନିଷ୍ଠ ପୁତ୍ର ଏବଂ ଦୀର୍ଘ ୧୯ ବର୍ଷ ଧରି ଜଣେ ଇଂରାଜୀ ଶିକ୍ଷକ ଏବଂ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟରତ।

Leave a Reply

Your email address will not be published. Required fields are marked *