Spread the love

ପାଲଲହଡା :(ଦର୍ଶନ ସମୀକ୍ଷା )ପ୍ରତିନିଧି

ପ୍ରସ୍ତାବିତ ମାଙ୍କଡ଼ା ନଦୀବନ୍ଧ ଯୋଜନା ସମ୍ପୂର୍ଣ ରୂପେ ବନ୍ଦ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର।

20 ଟି ଗ୍ରାମର 5 ହଜାର ରୁ ଉର୍ଦ୍ଧ ଜନସାଧାରଣ ଶୋଭାଯାତ୍ରା ରେ ସାମିଲ।
ପାଳଲହଡ଼ା-ପାଳଲହଡ଼ାରେ ପ୍ରସ୍ତାବିତ ମାଙ୍କଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ କୁ 20 ଗ୍ରାମବାସୀଙ୍କ ଜୋରଦାର ବିରୋଧ। ପ୍ରକଳ୍ପ ବନ୍ଦ ପାଇଁ ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମୀ ସଂଗଠନ ପକ୍ଷରୁ ବୁଧବାର 5 ହଜାର ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଉଦିତନଗର ଠାରୁ ଏକ ଶୋଭାଯାତ୍ରା ରେ ପାଲଲହଡ଼ା ବଜାର ପରିକ୍ରମା କରି ପ୍ରକଳ୍ପ ବନ୍ଦ କରିବା ପାଇଁ ବିଭିନ୍ନ ନାରାବାଜି କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ସଂଗଠନ ପକ୍ଷରୁ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଳଲହଡ଼ା ଉପଜିଲ୍ଲାପାଳଙ୍କୁ ପ୍ରକଳ୍ପ ବନ୍ଦ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସୂଚନା ଅନୁସାରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅନୁଗୋଳ ଙ୍କ ପତ୍ର ସଂଖ୍ୟା ୮୯୬ ତା. ୩୦.୦୮.୨୦୨୫ ମସିହା ଓ ପତ୍ର ସଂଖ୍ୟା ୯୦୮ ତା. ୦୨.୦୬.୨୦୨୫ ଅନୁଯାୟୀ ପ୍ରାୟ ୟ ୨୦ଟି ଗ୍ରାମ ମାଙ୍କଡ଼ା ପ୍ରସ୍ତାବିତ ନଦୀବନ୍ଧ ଦ୍ୱାରା ପ୍ରଭାବିତ ହୋଇ ଆଂଶିକ ଜଳମଗ୍ନ ହେବ ବୋଲି ପ୍ରାଥମିକ ଆକଳନ ରେ ଜଣାପଡିଛି। ତଥ୍ୟ ମୁତାବକ ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ର ପେଚାମୁଣ୍ଡି,ସଇଡା,ଶିଗଡ ଓ ବନ୍ଧାଭୂଇଁ ପଞ୍ଚାୟତ ସମେତ କେଉଁଝର ଜିଲ୍ଲାର ତେଲକୋଇ ବ୍ଲକ ର ବିଞ୍ଝବାହାଲ ପଞ୍ଚାୟତ ର ପାଖାପାଖି 20 ରୁ ଉର୍ଦ୍ଧ ଗାଁ ଏହି ପ୍ରକଳ୍ପ ଦ୍ଵାରା ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଜଳମଗ୍ନ ହେବ।ଏହି ଅଞ୍ଚଳ ର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ପ୍ରସ୍ଥାବିତ ପ୍ରକଳ୍ପ ଅଧିବାସୀ ଙ୍କ ଭିଟାମାଟି ସମେତ ଭାତ ହାଣ୍ଡି କୁ ମଧ୍ଯ ଉଜାଡି ଦେବ।ପୂର୍ବରୁ ୧୯୭୩ମରେ ରେଙ୍ଗାଳି ବନ୍ଧଦ୍ବାରା ଦ୍ୱାରା ବିସ୍ଥାପିତ ହୋଇଥିବା ପ୍ରାୟ ୩୦୦ ପରିବାର ଏହି ଗ୍ରାମ ଫଚାୟତରେ ବାସ କରୁଅଛନ୍ତି । ଦୀର୍ଘ ୫୦ ବର୍ଷ ହେଲା ବିସ୍ଥାପିତ ଙ୍କୁ ସେମାନଙ୍କ ନାର୍ଯ୍ୟ ପ୍ରାପ୍ୟ ମିଳି ନାହିଁ। ସରକାର ଯୋଗାଇଦେଇଥିବା ଜମି କେବଳ କାଗଜ କଲମ ରେ ସୀମିତ ଥିବା ବେଳେ ଆଜିଯାଏଁ ସେମାନଙ୍କୁ ସରକାର ଦଖଲ ଦେଇପାରିନାହାନ୍ତି।ଏହି ପରିପେକ୍ଷୀରେ ଏହି ଅଂଚଳରେ ଭାତହାଣ୍ଡି କୁହାଯାଇଥିବା ମାଙ୍କଡ଼ା ନଦୀ ଅବବାହୀକାରେ ଏକ ବିରାଟ ଭୂଖଣ୍ଡକୁ ବନ୍ଧ ବାନ୍ଧି ଲୋକମାନଙ୍କୁ ବୁଡାଇ ଝିଣ୍ଟିକା ମାରି ବଣି ପୋଷିବାର ଯୋଜନା କରାଯାଉଅଛି ।ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ୨୦୦୬ ସଂଶୋଧିତ ନିୟମାବଳି ୨୦୧୨ ଅନୁଯାୟୀ ଗ୍ରାମର ଜଙ୍ଗଲ ଗାଁ ଲୋକଙ୍କର।ଜଙ୍ଗଲରେ ଜୀବଜନ୍ତୁ ରହିବାର ଯେତିକି ଅଧିକାର ଆମର ମଧ୍ୟ ସେତିକି ଅଧିକାର ଅଛି । ତେଣୁ ଆମକୁ ଉଛେଦ କରିବା ସରକାରଙ୍କ ଯୋଜନା କୁ ବିରୋଧ କରିବୁ ଏବଂ ନିଜର ଜୀବନ ବିସର୍ଜନ ଦେବୁ ପଛେ ଭିଟା ଭିଟାମାଟି ଛାଡିବୁ ନାହିଁ ଏବଂ ସରକାରଙ୍କ ଠାରେ କୌଣସି ସାଲିସ କରିବୁ ନାହିଁ ବୋଲି
ଆକ୍ରାନ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ସଂଗ୍ରାମ ସଂଗଠନ ର ସଭାପତି ରତ୍ନାକର ରାଉତ, ସମ୍ପାଦକ ଅକ୍ଷୟ ସାହୁ, ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଡାଃ ସନ୍ତୋଷ ଦେହୁରୀ ପ୍ରମୁଖ ପ୍ରକାଶ କରିଥିଲେ।ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକ ଆନ୍ଦୋଳନ କୁ ସମର୍ଥନ ଜଣାଇ ଶୋଭାଯାତ୍ରା ରେ ଯୋଗଦେଇ ସରକାର ଙ୍କ ଆଭିମୁଖ୍ୟ କୁ ସମାଲୋଚନା କରିଥିଲେ।ହଜାର ହଜାର ମହିଳା ଓ ପୁରୁଷ ଙ୍କ ଶୋଭାଯାତ୍ରା ଅଦିନିଆ ରଥଯାତ୍ରା ର ଭ୍ରମ ସୃଷ୍ଟି କରିଥିବା ବେଳେ ସଂଗ୍ରାମ ସମିତି ର ଦାବି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରାଯିବ ବୋଲି ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *