Spread the love

୭୭୦କେଜି ଗଞ୍ଜେଇ ଜବତ କଣ୍ଟେନର ସହ ତିନି ଗିରଫ
ମାଲକାନଗିରି
ମାଲକାନଗିରି :-=(ଦର୍ଶନ ସମୀକ୍ଷା )ମନୋଜ ଦେବ ପାଙ୍ଗି

ଜିଲ୍ଲା ଓର୍କେଲ ପୁଲିସ ୭୭୦କେଜି ଗଞ୍ଜେଇ ଜବତ କରିବା ସହ ଏକ କଣ୍ଟେନେର ଗାଡି ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ସକାଳ ସମୟରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ସୋର୍ଲୁକୋଣ୍ଡା ବ୍ୟାରଜ ନିକଟରେ ଓର୍କେଲ ପୋଲିସ ଏସଆଇ ମିଳନ ବରିହା ଓ ତାଙ୍କ ଟିମ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏମ ଭି ୧୨୦ ଗ୍ରାମ ପଟୁ ଏକ କଣ୍ଟେନେର ଗାଡି (ଏଚ ଆର ୩୮ ୟୁ ୦୭୯୮)ସୋର୍ଲୁକୋଣ୍ଡା ବ୍ୟାରେଜ ଆଡ଼କୁ ଆସୁଥିବା ସମୟରେ ପୋଲିସ ଅଟକାଇଥିଲା।ଅଟକାଇ ପଚାରିବାରୁ ଡ୍ରାଇଭର କହିଥିଲେ ସ୍ନାକସ ଅଛି ପୋଲିସ ଚେକିଂ ସମୟରେ ଏଥିରେ ଏକ ସିକରେଟ ଚେମ୍ବର ଥିବା ଜାଣିବାକୁ ପାଇଥିଲେ।ସେହି ଚେମ୍ବରରେ ୧୭ଟି ପ୍ଲାଷ୍ଟିକ ବେଗ ଥିବା ଦେଖିବାକୁ ମିଳିଥିଲା।ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।ସାଙ୍ଗେ ସାଙ୍ଗେ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରି ଥିଲେ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୧୭ଟି ପ୍ଲାଷ୍ଟିକ ଥିବା ଗଞ୍ଜେଇ ଓଜନ କରିବା ପରେ ୭୭୦କେଜି ୧୦୦ଗ୍ରାମ ଥିବା ଜଣାପଡିଥିଲା।ଚିତ୍ରକୋଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୋଷ ପ୍ରଧାନ ଏନେଇ ପ୍ରେସ ବିବୃତି କହିଛନ୍ତି ଏହି ଗଞ୍ଜେଇ ସ୍ଥାନୀୟ ଅଞ୍ଚଳରୁ ଉତ୍ତ ପ୍ରଦେଶ କୁ ଚାଲାଣ ହେଉଥିଲା ତାହା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ହେବ।ଅନେଇ ଓର୍କେଲ ଏକ ମାମଲା ୨୯୫/୨୫ରୁଜୁ ହୋଇଛି ତଦନ୍ତ ଭାର ଏସ ଆଇ ଅଜିତ ସିଂ ବାରିହାଙ୍କୁ ଦିଆଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ରାଜ ବାହାଦୂର(୫୫),ଜେମସ ଚୌହାନ (୪୫),ରିତିକ ଗୁପ୍ତା(୨୫)ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *