Spread the love

ଗଜପତିରେ ବାତ୍ୟା ମନ୍ଥା ପାଇଁ ରେଡ ଆଲାର୍ଟ ଜାରି…… 10 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, 139 ଗୋଟି ଭୂସ୍ଖଳନ ଅଞ୍ଚଳ ଚି଼ହ୍ନଟ

ପାରଳାଖେମୁଣ୍ଡି, 28/10(ତାରିଣୀ ପ୍ରସାଦ ପଣ୍ଡା):(ଦର୍ଶନ ସମୀକ୍ଷା)

ଗଜପତି ଜିଲ୍ଲାରେ ବାତ୍ୟା ‘ମୋନ୍ଥା’ର ବିଶେଷ ପ୍ରଭାବ ଲକ୍ଷ୍ୟ କରାଯାଇଛି. ତେଣୁ ସାଧାରଣଙ୍କ ସୁରକ୍ଷା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ରେଡ ଆଲଟ ଜାରି କରାଯାଇଛି. ଏଥି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ମଧୁମିତା ଆୟୋଜିତ ପ୍ରେସମିଟରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ବାତ୍ୟା ପ୍ରଭାବରେ ଗତକାଲି ଓ ଆଜି ଖବର ଲେଖିବା ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ଦିନତମାମ ଜାରି ରହିଛି। ଜିରୋ କାଜୁଆଲ୍‌ଲ୍ଟିକୁ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଜିଲ୍ଲାରେ ୨୭ରୁ ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାରେ ଗତକାଲି ଠାରୁ ଆଜି ସଂଧ୍ୟା ସୁଦ୍ଧା କଚ୍ଚାଘର ଓ ତଳିଆ ଅଞ୍ଚଳରେ ରହୁଥିବା 10 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା ଜିଲ୍ଲାରେ ମୋହନା, ପାରଳାଖେମୁଣ୍ଡି ଉପଖଣ୍ଡ, ଗୁମ୍ମା, ରାୟଗଡ଼, ରା.ଉଦୟ ଦୟଗିରି, ନୂଆଗଡ଼ ବ୍ଲକ୍‌ରେ ସମୁଦାୟ ୧୩୯ଟି ଭୂସ୍ଖଳନ ପ୍ରବଣ ଇଲାକା ଇଲାକା ଚିହ୍ନଟ କରାଯାଇଛି। ଏହି ସବୁ ଅଞ୍ଚଳର ପାହାଡ଼ ଓ ପାହାଡ଼ତଳିଆ ଇଲାକାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଭୂସ୍ଖଳନ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ 180 ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମା’ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କଟ କରାଯାଇଛି। ଅଗ୍ନିଶମ ବିଭାଗର ୭ଟି ଟିମ୍, ଓଡ୍ରାଫ୍‌ର ୩ଟି ଟିମ୍ ସଜାଗ ହୋଇ ରହିଛନ୍ତି.

Leave a Reply

Your email address will not be published. Required fields are marked *