ଭୁବନେଶ୍ୱର, ଅକ୍ଟୋବର ୨୬, ୨୦୨୫:-=(ଦର୍ଶନ ସମୀକ୍ଷା)
ଆଜି ଭୁବନେଶ୍ୱର ରେଲୱେ ଇନଡୋର ଷ୍ଟାଡିଅମ୍ ରେ ଆୟୋଜିତ ହେଉଛି ଏକ ବିଶେଷ “ମାଇକ୍ରୋ ବ୍ୟାଡମିଣ୍ଟନ୍ କପ୍ ୨୦୨୫”,
ଯାହା ଡାକ୍ତରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଆୟୋଜନ କରାଯାଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ Micro Labs Ltd. ଏହି ଅନୁଷ୍ଠାନକୁ ଆୟୋଜନ କରୁଛି ଓ Mrs. ଅବନ୍ତିକା ଡେକ୍କା ଙ୍କ ମାଲିକାନାରେ ଥିବା Avantika Foundation ସହଯୋଗୀ ସଂସ୍ଥା ଭାବେ ଯୁକ୍ତ ହୋଇଛି।
ଏହି “ମାଇକ୍ରୋ ବ୍ୟାଡମିଣ୍ଟନ୍ କପ୍” ର ଉଦ୍ଦେଶ୍ୟ ହେଉଛି ଡାକ୍ତରମାନଙ୍କ ମଧ୍ୟରେ ସୁସ୍ଥ ଜୀବନ, ସମ୍ପ୍ରିତି, ଓ ଖେଳ ମାଧ୍ୟମରେ ମନୋବଳ ବୃଦ୍ଧି କରିବା। ଏହି ପ୍ରତିଯୋଗିତା ଡାକ୍ତର ସମ୍ପ୍ରଦାୟ ମଧ୍ୟରେ ସହଯୋଗ, ସ୍ପୋର୍ଟସମାନସିକତା ଓ ଆପସୀ ସମ୍ପର୍କ ସୁଦୃଢତା କୁ ଉନ୍ନତ କରୁଛି।
ଏହି ବର୍ଷର ଅନୁଷ୍ଠାନରେ Micro Labs Ltd. ଓ Avantika Foundation ର ପ୍ରତିନିଧିମାନେ ସହ ଅନେକ ଶ୍ରେଷ୍ଠ ଡାକ୍ତର ଓ ଅତିଥିମାନେ ଉପସ୍ଥିତ ହୋଇଛନ୍ତି।
Mrs. ଅବନ୍ତିକା ଡେକ୍କା, ଯିଏ ଭାରତର ପୂର୍ବତନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଓ ଭାରତୀୟ ଜୁନିୟର ବ୍ୟାଡମିଣ୍ଟନ୍ ଦଳ ର ମୁଖ୍ୟ ପ୍ରଶିକ୍ଷକ (Head Coach) ଭାବରେ ଦାୟିତ୍ୱ ପାଳନ କରିଥିଲେ, ସେ ନିଜର Avantika Foundation ମାଧ୍ୟମରେ ଏହି ଉଦ୍ୟମକୁ ସହଯୋଗ କରୁଛନ୍ତି। ସେ କହିଛନ୍ତି ଯେ, ଖେଳ ମାନବ ମନ ଓ ଶରୀର ଦୁହିଁକୁ ସୁସ୍ଥ ରଖିଥାଏ, ଏହିପରି କାର୍ଯ୍ୟକ୍ରମ ଡାକ୍ତରମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରେ।
ଏହି ଅନୁଷ୍ଠାନର ସହଯୋଗୀ ସଦସ୍ୟମାନେ ହେଲେ —
ସନ୍ତୋଷ ସଡଙ୍ଗୀ,
ସତ୍ୟବ୍ରତ ଦାସ,
ଦୁସ୍ମନ୍ତ ସାହୁ,
ସତ୍ୟଜିତ ଦାଶ,
ଦୀପକ ବେହେରା,
ସନ୍ତୋଷ ସ୍ୱାଇଁ,
ରାଜୀବ ସାହୁ,
ହରପ୍ରସାଦ ଜେନା,
ଓ ଶୁଭାଶିସ ସାହୁ ।
Micro Labs Ltd. ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରତିଯୋଗିତା ମାଧ୍ୟମରେ ସେମାନେ ସୁସ୍ଥ ଶରୀର ଓ ସକାରାତ୍ମକ ମନୋଭାବ ନିମନ୍ତେ ଡାକ୍ତରମାନଙ୍କ ମଧ୍ୟରେ ସ୍ପୋର୍ଟସ୍ ସଚେତନତା ବୃଦ୍ଧି କରିବାକୁ ଚାହୁଁଛନ୍ତି।
ଆୟୋଜକ:
Micro Labs Ltd.
ସହଯୋଗରେ —
Avantika Foundation (Mrs. ଅବନ୍ତିକା ଡେକ୍କା)
📍 ସ୍ଥାନ: ରେଲୱେ ଇନଡୋର ଷ୍ଟାଡିଅମ୍, ଭୁବନେଶ୍ୱର
📅 ତାରିଖ: ଅକ୍ଟୋବର ୨୬, ୨୦୨୫












Leave a Reply