ଗଜପତି : ବିଦ୍ୟାଳୟରେ ଶିକ୍ଷାଦାନ ବେଳେ ଶୋଇ ପଡିଲେ ଶିକ୍ଷକ…..
ଛାତ୍ରଛାତ୍ରୀ ଖେଳ କୁଦରେ ମାତିଲେ ପାରଳାଖେମୁଣ୍ଡି, 25/10(ତାରିଣୀ ପ୍ରସାଦ ପଣ୍ଡା ):(ଦର୍ଶନ ସମୀକ୍ଷା) ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଦାୟିତ୍ୱରେ ଥିବା ଶିକ୍ଷକ ବେଳେ ଆରମରେ ଶୋଇ ପଡିବା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାକୁ ବନ୍ଦ କରି ସେପରି ଚୁପ ହୋଇ ବସି ରହିଥିବାବେଳେ ଅନ୍ୟ କେତେକ ଛାତ୍ର ବିଭିନ୍ନ ଖେଳ କୁଦରେ ମାତି ରହିଥିବା ଦେଖା ଦେଇଛି. ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୂନସ୍ତ ଅମେଡା ପଞ୍ଚାୟତର କିନ୍ତେସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଶିକ୍ଷକ ଜଣଙ୍କ ଶୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଗୁରୁବାର ଦିନ ପ୍ରାୟ ସାଢେ ୧୨ଟାରେ ଅଞ୍ଚଳର କିଛି ସଚେତନ ନାଗରିକ ବିଦ୍ୟାଳୟକୁ ପାଠପଢ଼ା କେମିତି ଚାଲିଛି ଦେଖିବାକୁ ଯାଇଥିଲେ | ମାତ୍ର ଅଫିସ ରୁମ୍ ଭିତରେ ତଉଲିଆ ବିଛାଇ ଟେବୁଲ୍ ତଳେ ଜଣେ ଶିକ୍ଷକ ଆରାମରେ ଶୋଇଥିବା ଦେଖୁଥିଲେ। ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢ଼ା ଛାଡ଼ି ଖେଳରେ ମାତିଥିଲେ. ଶିକ୍ଷକଙ୍କୁ ଯେତେ ଉଠାଇଲେ ମଧ୍ୟ ସେ ଉଠି ନଥିଲେ। ସେଠାରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଶିକ୍ଷକ ଶୋଇଥିବା ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡି ଦେଇଥିଲେ | ଏଭଳି ଘଟଣା ଦିନେ କି ଦୁଇ ଦିନେ ନୁହେଁ, ଏହା ନୀତିଦିନିଆ ଘଟଣା ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଜାରି ରହିଛି. ଯଦ୍ୱରା ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାହତ ହେବାରେ ଲାଗିଛି. ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି.












Leave a Reply