ପାରଳା ଉପଜିଲ୍ଲାପାଳ ଗୁମ୍ମା ବ୍ଲକର ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ
ପାରଳାଖେମୁଣ୍ଡି,24/10(ତାରିଣୀ ପ୍ରସାଦ ପଣ୍ଡା):(ଦର୍ଶନ ସମୀକ୍ଷା
ପାରଳା ଉପ-ଜିଲ୍ଲାପାଳ, ଅନୁପ ପଣ୍ଡା ଗୁମ୍ମା ବ୍ଲକର ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ଲାଗି ଶୁଖିଲା ସାମଗ୍ରୀ ର ମାନ ଯାଞ୍ଚ କରିବା ସହ ସଠିକ୍ ପରିମାଣ ମିଶ୍ରଣର ତଦାରଖ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ହିତାଧିକାରୀ ତଥା ଗର୍ଭବତୀ ମହିଳା, ପ୍ରସୂତୀ ମାଆ, ୬ମାସ ରୁ ୩ ବର୍ଷର ଶିଶୁଙ୍କ ନିମନ୍ତେ ଘରକୁ ନିଆ ଯାଉଥିବା ଶୁଖିଲା ଖାଦ୍ୟ ଛତୁଆ ମିଶ୍ରଣ ହେଉଥିବା ଗୁମା ବ୍ଲକ ଅନ୍ତର୍ଗତ ୨ଗୋଟି ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ସେହିପରି ମୁନୁସିଂ ଗ୍ରାମ ପଞ୍ଚାୟତର ୨ଗୋଟି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଯଥା ବାରସିଂ- ‘କ’ ଏବଂ ବାରସିଂ- ‘ଖ’ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଅଙ୍ଗନୱାଡି କେନ୍ଦ୍ରର କୋଠା ମାନ ଓ ଶିଶୁଙ୍କ ଓଜନ ଉଚ୍ଚତା କୁ ଯାଞ୍ଚ କରିଥିଲେ, କେନ୍ଦ୍ର ର ପରିଷ୍କାର ପରିଚ୍ଛନ୍ନତା ଏବଂ ବିଭିନ୍ନ ରେଜିଷ୍ଟର ଦେଖିଥିଲେ । ସେହିପରି ଶୁଖିଲା ଖାଦ୍ୟ ସମସ୍ତ ହିତାଧିକାରୀ ମାନେ ଠିକ୍ ସମୟରେ ପାଉଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ।
ଏହି ଗସ୍ତ ସମୟରେ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ, ପାରଳାଖେମୁଣ୍ଡି , ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଗୁମ୍ମା, ମଣ୍ଡଳ ପରିଦର୍ଶିକା ଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗଜପତିରେ ଭୁସ୍କଳନ ଯୋଗୁଁ କୁଜାସିଂ ପଞ୍ଚାୟତରେ ଯୁଦ୍ଧକାଳିନ ଭିତ୍ତିରେ ସମସ୍ତ ରାସ୍ତାକୁ ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବିଧାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟିଲେ

ପାରଳାଖେମୁଣ୍ଡି, 24/10(ତାରିଣୀ ପ୍ରସାଦ ପଣ୍ଡା): ଭୁସ୍କଳନ ଯୋଗୁଁ କୁଜାସିଂ ପଞ୍ଚାୟତରେ ଯୁଦ୍ଧକାଳିନ ଭିତ୍ତିରେ ସମସ୍ତ ରାସ୍ତାକୁ ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବିଧାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟିଲେ. କୁଜାସିଂ ଗ୍ରାମପାଞ୍ଚାୟତର ସରପଞ୍ଚ, ସମସ୍ତ ପିଆର ମେମ୍ବର ଓ କୁଜାସିଂ ଗ୍ରାମର ବାସିନ୍ଦା ମିଳିତ ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷତ କରି ଭୁସ୍କଳନରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ରାସ୍ତାଘାଟ ଯଥା
ରାସ୍ତାଗୁଡିକ ହେଲା ଅଢେଇ ଠାରୁ ଅଜୟଗଡ, କୁଜାସିଂ ଠାରୁ ଗଙ୍ଗାପୁର, ମୁରିସିଙ୍ଗ ଠାରୁ ଗୀରା, କୁଣ୍ଡେଇସିଙ୍ଗ ଠାରୁ ଅଙ୍ଗେଡା, ଅହେଇ ଛକ ଠାରୁ ବାଲମୁଣ୍ଡା, ଲଣ୍ଡାହାତୀ ଠାରୁ ପୁଷ୍ଟପୁର ଆଦି ରାସ୍ତାର ସମସ୍ତ କ୍ଷୟକ୍ଷତି ପ୍ରମାଣ ସକାଶେ କିଛି ଫୋଟ ବିଧାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରି ତୁରନ୍ତ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି.
ଶୁଖିଲା ଗଛର ଗଣ୍ଡି ପଡି ମୃତ ଯୁବଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରେ ଶବ ରଖି ଗଜପତିରେ ରାସ୍ତାରୋକ
ପାରଳାଖେମୁଣ୍ଡି,

24/10(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ
ଗତ କାଲି ବୁଧବାର ଦିନ ସାଙ୍ଗ ମାନଙ୍କ ସହ ଶୌଚ ହବାକୁ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ବିରାଟ କାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡି ଯୁବକଙ୍କ ମୃତ୍ୟୁର କ୍ଷତି ପୂରଣ ଦାବୀ ନେଇ ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ଯୁବକଙ୍କ ପରିବାର ଓ ଶତାଧିକ ମହିଳା ପୁରୁଷ ଏବଂ ଯୁବକ ମାନେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିଲେ l ଯାହା ଫଳରେ ରାମଗିରି ଦେଇ ଯାତାୟାତ କରୁଥିବା ସମସ୍ତ ଗାଡି ମୋଟର ଚଳାଚଳ ଠପ୍ ହୋଇଥିଲା l କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଭାରି ଓ ହାଲୁକା ଯାନ ଗୁଡିକ ଅଟକି ରହିଥିଲା l ଖବରପାଇ ତହସିଲଦାର ଜ୍ୟୋତିର୍ମୟୀ ଦାସ ଏବଂ ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମନ ଖୋ୍ରସେଲ ଘଟଣା ସ୍ଥଳରେ ପହଞ୍ଚି ଶୋକାକୁଳ ପରିବାର ବର୍ଗ ଏବଂ କ୍ଷତି ପୂରଣ ଦାବୀ କାରୀଙ୍କୁ ବୁଝାସୁଝା କରି ରେଡ଼କ୍ରସ ତରଫରୁ କୋଡିଏ ହଜାର , ଆର ଡି ତରଫରୁ ତିରିଶି ହଜାର , ବନ ବିଭାଗ ତରଫରୁ କୋଡିଏ ହଜାର , ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଦଶ ତରଫରୁ , ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଏବଂ ସ୍ଥାନୀୟ ଯୁବ ଠିକାଦାରଙ୍କ ତରଫରୁ ଦଶ ହଜାର ମୋଟ ତେୟାନବେ ହଜାର ( ୯୩୦୦୦/-) ଟଙ୍କା ଆର୍ଥିକ ସହାୟତା ଦେବା ସହିତ ଅନ୍ତୋଦୟ ଯୋଜନାରେ ସାମିଲ , ବାସଗୃହ ପାଇଁ ମଞ୍ଜୁରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫୋଣ୍ଡ୍ ରୁ ତିନି ଲକ୍ଷ୍ୟ ଟଙ୍କା ସହାୟତା କରେଇବେ ବୋଲି ପ୍ରତିଶୃତି ମିଳବା ପରେ ରାସ୍ତାରୋକ ହଟିଥିଲା l ସୁରକ୍ଷା ଦୃଷ୍ଟିରୁ ରାମଗିରି ଏବଂ ରା. ଉଦୟଗିରି ପୋଲିସ ମୁତୟନ ଥିଲେ l
ପୁଣି ଲଘୁଚାପଜନିତ ବର୍ଷା ପାଇଁ ସତର୍କ ସୂଚନା ଜାରି, ଗଜପତିରେ ଚିନ୍ତାରେ ଚାଷୀକୂଳ ଆତଙ୍କିତ
ପାରଳାଖେମୁଣ୍ଡି, 24/10(ତାରିଣୀ ପ୍ରସାଦ ପଣ୍ଡା): ପୁଣି ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ଆକଳନ କରିଛି। ଫଳରେ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ଆଗାମୀ ଦିନ ପାଇଁ ପାଣିବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଜାରି କରାଯାଇଛି। ଏଥିରେ ବର୍ଷା ହେବା ସହ ହାଲୁକା ପବନ ବହିବା ନେଇ ସତର୍କ ସୂଚନା ଜାରି ହୋଇଛି. ଏନେଇ ଗଜପତି ଜିଲ୍ଲାରେ ଚାଷୀମାନେ ପୁଣି ଲଘୁଚାପଜନିତ ବର୍ଷା ଯୋଗୁଁ ଫସଲ କ୍ଷତି ହେବା ନେଇ ଆତଙ୍କିତ ହୋଇପଡିଛନ୍ତି. ଯଦି ଅଧିକ ପରିମାଣରେ ବର୍ଷା ହୁଏ ତାହା ହେଲେ ନଦୀକୂଳିଆ ଓ ସହରତଳି ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ଧାନ ଆଧାର ଧରିବା ସମୟରେ ଯଦି ବର୍ଷା ହୁଏ, ତେବେ ଧାନଫସଲ ନଷ୍ଟ ହେବାର ଆଶଙ୍କା ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି. ପୂର୍ବରୁ ଦୁଇ ଦୁଇଥର ଲଘୁଚାପଜନିତ ବର୍ଷା ଜିଲ୍ଲାରେ ସବୁ ଉଜାଡି ଦେଇଛି। ଯାହା କିଛି ବଞ୍ଚିଥିଲା ତାହା ବର୍ତ୍ତମାନ ବର୍ଷାରେ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ଆଶଙ୍କାରେ ରହିଛନ୍ତି।
ଗଜପତି କରଣ ସମାଜର ଦ୍ୱିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ପାରଳାଖେମୁଣ୍ଡି, 24/10(ତାରିଣୀ ପ୍ରସାଦ ପଣ୍ଡା): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଜପତି କରଣ ସମାଜର ଦ୍ୱିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆରୁପାଂଜଳୀ ମହାନ୍ତିଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ କମାଣ୍ଡଣ୍ଟ ସତ୍ୟନାରାୟଣ ଜମାଦାର ମୁଖ୍ୟଅତିଥି,ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ମନୋଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା,ତଥା ଆୟୋଜିତ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା,ସଂପାଦକ ଚନ୍ଦ୍ରଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ବକ୍ତାମାନେ କରଣ ସମାଜର ସ୍ୱତନ୍ତ୍ର ଭୂମିକା ତଥା ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଜିଲ୍ଲାର ସମସ୍ତ କରଣ ପରିବାରଂକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଭାବତୀ ପଟ୍ଟନାୟକ ନିଜର ମନ୍ତବ୍ୟ ରଖିଥିଲେ। ସଂପାଦକ ଅମିତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ।ଶେଷରେ ଅଂଜନା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଂକୁ ସମ୍ୱର୍ଦ୍ଧନା କରାଯାଇଥିଲା।ସେମାନଙ୍କ ମଧ୍ଯରୁ ଗୁରୁ ରଘୁନାଥ ପାତ୍ର,ଓଏଏସ୍ ପରୀକ୍ଷାରେ ସଫଳ ଲାଭ କରିଥିବା ସବ୍ୟସାଚୀ ପଟ୍ଟନାୟକ,ଦୁବାଇରେ ଓଡିଶୀ ନ୍ରୁତ୍ୟ ପ୍ରଦର୍ଶନ କରି ସମ୍ମାନ ଲାଭ କରିଥିବା ତନିଷା ବେବର୍ତ୍ତା,ମ୍ରୁତ୍ୟୁ ପରେ ଅଂଗଦାନ କରି ପରିବାର ତଥା ସମାଜରେ ଗୌରବ ଆଣିଥିବା ସ୍ୱର୍ଗତ କେ.ନରେଶ ପଟ୍ଟନାୟକଂକ ମାତା କେ.ଉଷାରାଣୀ ପଟ୍ଟନାୟକଂକୁ ଅତିଥି ମାନେ ସମ୍ମାନିତ କରିଥିଲେ।ଆଗରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟଲାଭ କରିଥିବା ଛାତ୍ରଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ବେବର୍ତ୍ତା,ହରି ମୋହନ ପଟ୍ଟନାୟକ, ବ୍ରଜାନନ୍ଦ ପଟ୍ଟନାୟକ,ରଂଜିତା ପଟ୍ଟନାୟକ,ନେତ୍ରାନନ୍ଦ ପଟ୍ଟନାୟକ, ଭେଂକଟେଶ୍ୱର ପଟ୍ଟନାୟକ,ଶୁଭ୍ରା ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର କଳାକାର ତନୀଷା ବେବର୍ତ୍ତା ଓ ସ୍ୱପ୍ନାରାଣୀ ପାଣିଗ୍ରାହୀ ନ୍ରୁତ୍ୟ ପ୍ରଦର୍ଶନ କରିଥଲେ।












Leave a Reply