ଗଜପତି ପୋଲିସକୁ ମିଳିଲା ଏକ ବଡ଼ ସଫଳତା……
ଚୋରା ଦେଶୀ ବନ୍ଧୁକ କାରଖାନାକୁ ଚଢ଼ାଉ କରି 12 ଗୋଟି ଦେଶୀ ବନ୍ଧୁକ ଜବତ, ଦୁଇ ଆସାମୀ ଗିରଫ
ପାରଳାଖେମୁଣ୍ଡି, 22/10 (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି. ପୋଲିସ ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଜବତ କରିବା ସହ ସେଠାରୁ 12 ଗୋଟି ଦେଶୀ ବନ୍ଧୁକ ଜବତ କରିଛି.
ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,
ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ଗୋଲାପାଜୁ ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘ ବର୍ଷ ଧରି ଗ୍ରାମ ଠାରୁ ଅନତି ଦୂରରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଖବର ପାଇ ଅଚାନକ ମୋହନା ପୋଲିସ ଚଡାଉ କରି କାରଖାନା ସହ ତିଆରି କରୁଥିବା ଅଭିଯୋଗରେ ଘନଶ୍ୟାମକୁ ଗିରଫ କରିବା ସହ କ୍ରୟ କରିବା ଅଭିଯୋଗରେ ହରିଶ୍ଚନ୍ଦ୍ର ମଲ୍ଲିକକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏହି ବିଷୟରେ ମୋହନା ଥାନା ପରିସର ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏସପି କହିବା ମୁତାବକ କାରଖାନା ଚଳାଉ ଥିବା ଅଭିଯୁକ୍ତଙ୍କ ଠାରୁ ଏହି ତିନି ଜିଲ୍ଲାରେ କେଉଁମାନେ ବେନାମୀ ଦେଶୀ ବନ୍ଧୁକ କ୍ରୟ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ ଆଣି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ. ମୋହନା ପୋଲିସ ବନ୍ଧୁକ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ସରଞ୍ଜାମ ସହ ବାର ଟି ବନ୍ଧୁକ ଜବତ କରାଯାଇଥିବା ଦେଖିବାକୁ ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଏସଡିପି ଓ ସୁରେଶ କୁମାର ତ୍ରିପାଠୀ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply