ନିର୍ବାଚନ ମଣ୍ଡଳୀସ୍ତରୀୟ ଠିକାଦାର ମହାସଂଘର ସାଧାରଣ ପରିଷଦ ବୈଠକ।
ନିମାପଡ଼ା ତା ୨୨-୧୦(ଦର୍ଶନ ସମୀକ୍ଷା)ଆଜି ପୂର୍ବାହ୍ନରେ ସ୍ଥାନୀୟ ନଗରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଯୁବ ଠିକାଦାର ବିଶ୍ବଜିତ କାନୁନଗୋଙ୍କ ଅଧ୍ୟକ୍ଷତାରେ ନିମାପଡ଼ା ନିର୍ବାଚନମଣ୍ଡଳୀସ୍ତରୀୟ ଠିକାଦାର ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଠିକାଦାର ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଠିକାଦାରମାନେ ସିଡୁଲ ରେଟରେ ଟେଣ୍ଡର ପକାଉନଥିବାରୁ ଠିକାଦାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଥିବା ରୁ ଘୋର ଉଦବେଗ ପ୍ରକାଶ କରିଥିଲେ। ତେଣୁ ସମସ୍ତେ ସିଡୁଲରେଟରେ ଟେଣ୍ଡର ପକାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଶେଷରେ ଚଳିତ ବର୍ଷ ପାଇଁ ବିଶ୍ବଜିତ କାନୁନଗୋ ସଭାପତି, ତୃପ୍ତି ରଞ୍ଜନ ସ୍ବାଇଁ ସାଧାରଣ ସମ୍ପାଦକ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାରପରିଡ଼ା,ପ୍ରଭାତ କୁମାର ମହାପାତ୍ର ଓ ପ୍ରଦ୍ୟୁମ୍ନ ରଥ ଉପାଧ୍ୟକ୍ଷ,ବିଦୁଭୁଷଣ ନାୟକ ଓ ଜିତେନ୍ଦ୍ର କୁମାର ସିହ୍ନା ସହ ସମ୍ପାଦକ ଓ ଦେବବ୍ରତ ଲେଙ୍କା ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଜେନା ,ବରିଷ୍ଠ ସଭ୍ୟ ହେମବତି ନନ୍ଦନ ଚକ୍ରବର୍ତ୍ତୀ ଓ
ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।












Leave a Reply