Spread the love

ହଜି ଯିବାକୁ ବସିଲାଣି ଅର୍ଥକାରୀ ନଳିତା ଚାଷ।

ଢେଙ୍କାନାଳ 21 l 10:-=(ଦର୍ଶନ ସମୀକ୍ଷା)
ଏବେ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଅନ୍ୟତମ’ ଅର୍ଥକାରୀ ଫସଲ ନଳିତା ଚାଷ | ଦୀର୍ଘବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ବିଭିନ୍ନଂ ଅଞ୍ଚଳରେ ଚାଷୀମାନେ ସେମାନଙ୍କ ଜମିରେ ଅର୍ଥକାରୀ ଫସଲ ନଳିତା ଚାଷରୁ କରିଆସୁଥିଲେ । ଏହି ନଳିତା ଚାଷରୁ ସେମାନେ ଝୋଟ ଉପ୍ପାଦନ କରିବା ସହ ଏହାକୁ ବିକ୍ରୟ କରି ପ୍ରଚୂର ଲାଭ ପାଉଥିଲେ । ନଳିତା ଚାଷ ଏକ ଲାଭଜନକ ଚାଷ ଥିଲା | ଏବେ କିନ୍ତୁ ପ୍ରୋତ୍ସାହନ ଅଭାବରୁ ଆଉ ସେଭଳି ନଳିତା ଚାଷ ଦେଖୁବାକୁ ମିଳୁନାହିଁ | ପୂର୍ବରୁ ଶହ ଶହ ଏକର ଜମିରେ ଏହି ନଳିତା ଚାଷ ହେଉଥଲା । ନଳିତା ଗଛ ବଡ଼ ହେଲାପରେ ତାକୁ କାଟି ବିଡ଼ା କରାଯାଇ ବିଭିନ୍ନ ଜଳାଶୟରେ ତାକୁ ବେଶ କିଛି ଦିନ ପୋତି ଦିଆଯାଉଥିଲା । ଆଉ ନଳିତା ଗଛ ପାଣିରେ ପଚିଗଲା ପରେ ଏହାକୁ ପାଣିରୁ ବାହାର
କରି ଆଣି ସେଥ୍‌ରୁ ଝୋଟ ବାହାର କରାଯିବା ସହ କାଉଁରିଆ କାଠି ବାହାର କରାଯାଉଥିଲା । ସଂଗୃହିତ ଝୋଟକୁ ରାସ୍ତାରେ ଶୁଖାଇବl ପରେ ତାହାକୁ ବାନ୍ଧି ବେପାରୀମାନଙ୍କୁ ବିକ୍ରୟ କରାଯାଉଥିଲା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହ ଚାଷରୁ ବହୁ ଚାଷୀ ବିମୁଖ ହୋଇପଡ଼ିଲେଣି । ବିଶେଷ କରି ଝୋଟ ଉପରେ ସରକାର ଗୁରୁତ୍ଵ ନଦେବାରୁ ଓ ଝୋଟ ବ୍ୟାଗ୍‌, ଅଖା ବିଶେଷ ଭାବେ ବ୍ଯବହାର ନହେବାରୁ ଝୋଟ କମ୍ପାନୀମାନେ ଚାଷୀଙ୍କଠାରୁ ଆଉ ଆଗ ଭଳି ଝୋଟ ନେଲେ ନାହିଁ । ଯାହାଫଳରେ ନଳିତା ଚାଷ କରୁଥିବା ଚାଷୀମାନେ ଝୋଟ ବିକ୍ରି କରି ନପାରି ଏହି ଚାଷରୁ ନିବୃତ୍ତ ରହିଲେ । ପୂର୍ବରୁ ଚାଷୀମାନେ ଗୋଟିଏ କ୍ଷେତରେ ୩ଟି ଫସଲ କରି
ଅଧିକ ଭପାର୍ଜନ କରୁଥୁ୍ଲେ | ଖରିଫ ରତୁରେ ଧାନ ଚାଷ କରୁଥିବାବେଳେ ରବି ରତୁରେ ‘ ମୁଗବିରି ଚାଷ ଓ ପରେ ନଳିତା ଚାଷ କରୁଥିଲେ ଯାହା ଫଳରେ ଚାଷୀମାନେ ୩ଟି ଫସଲ ପାଇ ପାରୁଥୁଲେ ।ଏବେ ଢେଙ୍କାନାଳ ଜିଲ୍ଲାର ଚାଷୀମନେ କେବଳ ଧାନ ଚାଷ ଏବଂ କେଉଁଠି କେଉଁଠି ଧାନ ଚାଷ ପରେ ମୁଗ ବିରି ଆଦି ଫସଲ କରୁଛନ୍ତି । ଆଗଭଳି ଆଉ ନଳିତା ଚାଷ ହେଉନାହିଁ । ନଳିତା ଚାଷ ହେଉଥିବା ଜମିରେ ନଳିତା କଟାଗଲା ପରେ ଏହାର ଝଡ଼ା ପତ୍ରଗୁଡିକ ସେଠାରେ ପଚି ସବୁଜ ସାର ଜମିକୁ ଯୋଗାଉଥିଲା । ଯାହା ଫଳରେ ନଳିତା ଚାଷ ଜମିରେ ଭଲ ଧାନ ଅମଳ ହେଉଥିଲା | ପୂର୍ବରୁ ଚାଷୀମାନେ ଝୋଟ କ୍ଵିଣ୍ଟାଲ ପିଛା 500ଟଙ୍କା ରୁ 1000 ଟଙ୍କାରେ ବିକ୍ରୟ କରୁଥିଲେ । ଯାହା ଫଳରେ ଚାଷୀମାନେ ଝୋଟ ଚାଷରୁ ଅଧିକ ଅର୍ଥ ପାଇ ପାରୁଥିଲେ । ଏହି ଅର୍ଥରେ ଧାନ ଚାଷ ପାଇଁ ସାର ବିହନ ଇତ୍ୟାଦି କ୍ରୟ କରୁଥିଲେ ଏବଂ ଘର ଖର୍ଚ୍ଚରେ ଏହାକୁ ବ୍ୟବହାର କରୁଥିଲେ । ହେଲେଏବେ କେଉଁଠି କେମିତି କଁl ଭାଁ ଏହି ନଳିତା ଚାଷ କରାଯାଉଛିଛ ଦୀପାବଳି ବେଳେ ଘରେ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ୁଥିବାରୁ କିଛି ହାତ ଗଣତି ଚାଷୀ ଏହାକୁ ଚାଷ କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଝୋଟ ଅମଳ ପରେ ସେଥିରୁ ଦଉଡି ପ୍ରସ୍ତୁତ ହେଉଥିଲା । ଝୋଟ ମଧ୍ଯ ବିକ୍ର ହେଉଥିଲା । ହେଲେ ନା ଏବେ ଝୋଟର ଉଚିତ ବଜାର ମୂଲ୍ୟ ମିଳୁଛି ନା ଝୋଟର ଦଉଡି ତିଆରି ହେଉଛି । ଗାଁ ଗହଳିରେ ଏବେ ଝୋଟ ଦଉଡି ବଦଳରେ ପ୍ଲାଷ୍ଟିକ୍‌ ଦଉଡି ବେଶୀ ମାତ୍ରାରେ ବ୍ୟବହାର କରାଯାଉଛି । ଏବେ ଝୋଟ କୁଇଣ୍ଟାଲ ପିଛା ଦର ଏକ ହଜାର ଟଙ୍କାରେ କିଛି ବ୍ୟବସାୟୀ କିଣି ନେଉଛନ୍ତି । ଯଦି ବ୍ୟବସାୟୀଙ୍କୁ ଝୋଟ ନଦେବ ତେବେ ବର୍ଷ ସାରା ଘରେ ପଡିରହି କଳା ପଡିଯାଉଛି । ଅପରପକ୍ଷରେ ନଳିତା ଚାଷ ପାଇଁ ସରକାରଙ୍କ ସେଭଳି ପ୍ରୋତ୍ସାହନ ନଥିବାରୁ ଏବେ ଚାଷୀଭାଇମାନେ ଏହି ଅର୍ଥକାରୀ ଫସଲ ରୁ ମୁହଁ ଫେରାଉଥ୍‌ବା ଦେଖ୍‌ବାକୂ ମିଳୁଛି । କହିବାକୁ ଗଲେ ଏବେ କେବଳ ଦୀପାବଳୀ ଉତ୍ସବ ପାଳନ ବେଳେ କାଉଁରିଆ କାଠି ପାଇଁ ଏହି ନଳିତା ଚାଷ କେଉଁଠି କେମିତି ବଞ୍ଚି ରହିଛି ।

Leave a Reply

Your email address will not be published. Required fields are marked *