Spread the love

ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ
ଖଜୁରିଆକଟl 15/10-=(ଦର୍ଶନ ସମୀକ୍ଷା)
ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମୀ ଗ୍ରାମର ନରୋତ୍ତମ ବେହେରା ନିଜର ଜଣେ ସାଥିଙ୍କ ସହିତ ନିଜ ଘରପାଖ ପୋଖରୀକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ଅନ୍ୟ ବ୍ୟକ୍ତି ଜଣଙ୍କ ଦୌଡି ପଳାଇବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏ ଖବର ପାଇ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଆଜି ଅପରାହ୍ନରେ ବାଲିମୀସ୍ଥିତ ତାଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିଜନଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇ ଥିଲେ । ସାରା ଓଡିଶାରେ, ହିନ୍ଦୋଳରେ ହାତୀ ଆକ୍ରମଣରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ଅଧିକାରୀମାନେ ଚୁପଚାପ ବସିଥିବାରୁ ଶ୍ରୀ ମହେଶ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାୟକ, ଦେବୀପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ଦାସ ପ୍ରମୁଖ ଶୋକସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *