କାର୍ତ୍ତୀକ ମାସର ପ୍ରଥମ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ
ଆଠଗଡ,ତା୧୩ ।୧୦ (ଦର୍ଶନ ସମୀକ୍ଷା) – କାର୍ତ୍ତୀକ ମାସର ପ୍ରଥମ ସୋମବାରରେ ଆଜି ବାବା ଧବଳେଶ୍ୱରଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରି ଧନ୍ୟ ମନେ କରିଛନ୍ତି । କାର୍ତ୍ତୀକ ମାସ ସୋମବାରେ ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ଏହାକୁ ଆଧାର କରି ଆଜି ବାବା ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନଙ୍କର ସକାଳୁ ଭୀଡ ଦେଖିବାକୁ ମିଳିଥିଲା । ସୋମବାରର ରୀତି ନୀତି ଅନୁଯାୟୀ ସକାଳ ୪ ଘଟିକାରୁ ବାବଙ୍କର ପହୁଡ ଖୋଲା ହେବା ସହିତ ୧୦୮ କଳସ ଜଳ ଲାଗି କରାଯାଇ ବାବଙ୍କର ବଡସିଂହାର ବେଶ କରାଯାଇଥିଲା । ଭୀଡକୁ ନଜରରେ ରଖି ଦବେତ୍ତୋର øା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମାନ କରାଯାଇଥିଲା ।
ବାଦୁଡି ମାରି ୯ ଜଣ ଗିରଫ
ଆଠଗଡ,ତା୧୩ ।୧୦ () – ଖୁଣ୍ଟୁଣୀ ବନାଞ୍ଚଲ ଅନ୍ତର୍ଗତ କପୁରସିଂ ଠାରେ ବନ୍ଦ ହୋଇ ପଡିରହିଥିବା ଏକ କାରଖାନାରୁ କିଛି ଲୋକ ବାଦୁଡି ମାରୁଥିବା ଖବର ପାଇ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ ଘଟଣା ସ୍ଥଳରେ ନିଜର ଦଳକୁ ନେଇ ପହଁଚି ବାଦୁଡି ମାରୁଥିବା ୯ ଜଣକୁ ଗିରଫ କରିଛନ୍ତି । ୯ ଜଣ ଯାକ ଭୁବନେଶ୍ୱର ସାଲିଆ ସାହିର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଏ । ସମସ୍ତ ଅପରାଧି ବାଦୁଡି ଗୁଡିକ ମାରି ଖାଇବା ଉଦେ୍ଦଶ୍ୟରେ ଧରୁଥିଲେ ବୋଲି ପ୍ରକାଶ କୁରୁଛନ୍ତି । ଆସନ୍ତା କାଲି ସମସ୍ତଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave a Reply