Spread the love

ବଣ୍ଡାମୁଣ୍ଡାରେ RPF ଜବାନ ଗିରଫ୍, ଲାଞ୍ଚ ନେବା ସମୟରେ ମାଡିବସିଲା CBI.
CBI ର ଚଢାଉରେ ଚକ୍ରଧରପୁର ରେଳ ମଣ୍ଡଳ ପୁଣି ଚର୍ଚ୍ଚା ରେ

ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବଣ୍ଡାମୁଣ୍ଡାରୁ ବଡ଼ ଖବର ଆସିଛି। ବଣ୍ଡାମୁଣ୍ଡାରେ CBI ର ଚଢାଉ ରେ ଜଣେ RPF ଜବାନକୁ ଲାଞ୍ଚ ନେବା ସମୟରେ ଗିରଫ୍ କରାଯାଇଛି।

ଗତ କିଛି ମାସ ମଧ୍ୟରେ CBI ଦ୍ୱାରା ବଣ୍ଡାମୁଣ୍ଡା–ରାଉରକେଲା ସେକ୍ସନ୍‌ରେ ଏହା ତୃତୀୟ ଚଢାଉ, ଯେଉଁଠି ରେଳ କର୍ମଚାରୀ ଓ RPF ଜବାନମାନେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।

ସୂତ୍ର ଅନୁସାରେ, ଏହି ଘଟଣାରେ ବଣ୍ଡାମୁଣ୍ଡା RPF ପୋଷ୍ଟରେ ନିଯୁକ୍ତ ଜବାନ ମହମ୍ମଦ ଅସରାର କୁ CBI ଟିମ୍ ଗିରଫ୍ କରିଛି।

ବଣ୍ଡାମୁଣ୍ଡା ରେଳୱେ କଲୋନୀରେ ପ୍ଲାଷ୍ଟିକ, ସିସା ବୋତଲ ଓ ମଇଳା ଆବର୍ଜନା ଚୟନ କରୁଥିବା ଜଣେ ମହିଳାଙ୍କୁ ସେ ପ୍ରତିମାସ ୧୫ ହଜାର ଟଙ୍କା ଲାଞ୍ଚ ଦେବାକୁ ଚାପ ଦେଉଥିଲା।

ଶୁକ୍ରବାର ସକାଳ ସାଢ଼େ ୯ଟା ସମୟରେ ସେହି ମହିଳା ରାଉରକେଲା ବିସ୍ରା ଛକରେ ମହମ୍ମଦ ଅସରାରଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିଲେ, ସେତେବେଳେ CBI ଟିମ୍ ପୂର୍ବରୁ ଜାଲ ବିଛାଇ ରଖିଥିଲା ଏବଂ କେମିକାଲ ଲାଗିଥିବା ନୋଟ ସହିତ ଅସରାରକୁ ଗିରଫ୍ କରିଥିଲା।

ଗିରଫ ପରେ CBI ଟିମ୍ ମହମ୍ମଦ ଅସରାରକୁ ନେଇ ରାଉରକେଲା ରେ ଥିବା CBI କାର୍ଯ୍ୟାଳୟକୁ ନେଇଯାଇଛନ୍ତି, ଯେଉଁଠି ସେଠାରେ ପଚାରାଉଚୁରା ଚାଲିଛି।

Leave a Reply

Your email address will not be published. Required fields are marked *