ଗଜପତି // ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଲେଣି ଆର. ଉଦୟଗିରି ଏସଡିପିଓ IPS ରାକେଶ କୁମାର ସାହୁ ,ଘଞ୍ଚ ଜଙ୍ଗଲ ମଧ୍ୟରୁ କୋଟିଏ ଟଙ୍କାରୁ ଉର୍ଦ୍ଧ 1054 କେଜି ଜବତ, ଓ ମରିବୁ ପଛେ ଇଞ୍ଚେ ଜମି ଦେବୁ ନାହିଁ……

Spread the love

ଆନ୍ଧ୍ରର ସ୍ୱାର୍ଥ ପାଇଁ ଗତ 30 ବର୍ଷ ଧରି ବିବାଦୀୟ ନେରେଡି ବ୍ୟାରେଜ ନିର୍ମାଣ ହେଲେ ମରିବୁ ପଛେ ଇଞ୍ଚେ ଜମି ଦେବୁ ନାହିଁ…… ଗଜପତିର ବଂଶଧାରା ସୁରକ୍ଷା ମଞ୍ଚ ପାରଳାଖେମୁଣ୍ଡି, 13/3(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗତ 30 ବର୍ଷରୁ ଉର୍ଦ୍ଧ ସମୟ ଧରି ବଂଶଧାରା ନଦୀରେ ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡ଼ା ଫେଜ -2 ନେରେଡି ବ୍ୟାରେଜକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି. ହେଲେ ବର୍ତ୍ତମାନ ସୁପ୍ରିମକୋୖର୍ଟ ନେରେଡି ବ୍ୟାରେଜ ନିର୍ମାଣ ନେଇ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ବୋଲି ଆନ୍ଧ୍ର ଶିକାକୁଲମ ସାଂସଦ ତଥା କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡିଓ ଯାହା ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରତେକଙ୍କ ମୋବାଇଲରେ ଘୁରି ବୁଲୁଛି.

ଏହାକୁ ନେଇ ଓଡିଶା ତଥା ଗଜପତି ଜିଲ୍ଲାରେ ନିଶ୍ଚିତ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀମାନେ ଉଦବେଗ ପ୍ରକାଶ କରି କହିଛନ୍ତି ମରିବୁ ପଛେ ଇଞ୍ଚେ ବି ଜମି ପ୍ରକଳ୍ପ ନିର୍ମାଣ ପାଇଁ ଛାଡ଼ିବୁ ନାହିଁ. ପ୍ରସ୍ତାବିତ ନେରେଡି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀମାନଙ୍କ ସହ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ସାରା ଗ୍ରାମ ବଂଶଧାରା ନ‌ଦୀ ନିକଟରେ ପହଞ୍ଚି ଭେଟିଛନ୍ତି. ସ୍ଥାନୀୟ ଲୋକ ଏନେଇ ବଂଶଧାରା ସୁରକ୍ଷା ମଞ୍ଚ ଗଠନ କରିଛନ୍ତି. ମଞ୍ଚର ସଦସ୍ୟମାନଙ୍କ ସହ ପାରଳା ବିଧାୟକ ଆଲୋଚନା କରିଥିଲେ। ଅଧିକାଂଶ ଲୋକ ଚାଷୀ ହୋଇଥିବାରୁ ସମସ୍ତେ ସଂକଳ୍ପ ନେଇ କହିଛନ୍ତି ଜୀବନ ଚାଲିଗଲେ ବି ଇଞ୍ଚେ ଜମି ଦେବୁନାହିଁ। ବଂଶଧାରା ସୁରକ୍ଷା କମିଟି ପକ୍ଷରୁ କୁହାଯାଇଛି ଓଡ଼ିଶା ସରକାର ଉପର ମୁଣ୍ଡରେ ଯଦି ବନ୍ଧ ନିର୍ମାଣ କରନ୍ତି ତାହେଲେ ଓଡ଼ିଶା ଚାଷୀଙ୍କ ବହୁ ସୁବିଧା ହେବ | ଯଦି ଆମ ଗୁହାରି ସରକାର ଶୁଣିବେ ନାହିଁ ଆମେ ନିଶ୍ଚିତ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବଂଶଧାରା ସୁରକ୍ଷା କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥ‌ିବାବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ୍ ଟିମ୍ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଫେରିଛନ୍ତି | ଯଦି ଆନ୍ଧ୍ରର କାଟ୍ରାଗଡ଼ା ନିକଟ ନେରେଡ଼ି ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବ୍‌ଡିଭିଜନ ସହ କାଶୀନଗର ବ୍ଲକର ୭ ଗ୍ରାମ ସମ୍ପୂର୍ଣ ରୂପେ ବିସ୍ଥାପିତ ହେବ | ତଳି ଅଞ୍ଚଳରେ ଥିବା ଗଜପତିର କାଶୀନଗର ବ୍ଲକ
ସଦରମହକୁମା ଓ ଆଖପାଖ ସମସ୍ତ ଅଞ୍ଚଳରେ ସମ୍ପୂର୍ଣ ଜଳ ଅଭାବ ଦେଖାଦେବ । ଏଭଳିସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ଯ ଗ୍ରୀନ ସିଗ୍‌ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି | ବ୍ୟାରେଜରେ ସଂଗୃହୀତ ହେବାକୁ ଥିବା ୧୧୫ ଟିଏମ୍‌ସି ଜଳକୁ ୫୦ ପ୍ରତିଶତ ଜଳ ଆନ୍ଧ୍ର ବ୍ୟବ‌ହାର କରିବ ଓ ୫୦ ପ୍ରତିଶତ ଜଳ ଓଡ଼ିଶା ବିନିଯୋଗ ହେବ | ଏଭଳି ରାୟ ସାମାଜିକ ଗଣମାଧ୍ଯମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ସ୍ଥାନୀୟ ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇନାହିଁ.
ଗଞ୍ଜେଇ ମାଫିଆଙ୍କ ନିଦ ହଜିଲା…… ଗଜପତିର ଘଞ୍ଚ ଜଙ୍ଗଲରୁ କୋଟିଏ ଟଙ୍କାରୁ ଉର୍ଦ୍ଧ 1054 କେଜି ଗଞ୍ଜେଇ ଜବତ ପାରଳାଖେମୁଣ୍ଡି, 13/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ପୋଲିସକୁ ପୁଣି ମିଳିଲା ଅନ୍ୟ ଏକ ବଡ଼ ସଫଳତା. ଘଞ୍ଚ ଜଙ୍ଗଲ ମଧ୍ୟରୁ କୋଟିଏ ଟଙ୍କାରୁ ଉର୍ଦ୍ଧ 1054 କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ଆର. ଉଦୟଗିରି ଏସଡିପିଓ ଭାବେ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ ଗତ କିଛି ଦିନ ତଳେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଆଇନ ଶୃଙ୍ଖଳା ପ୍ରତିଷ୍ଠା ସହ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ବିଲୋପ ପାଇଁ ଲଗାତାର ଭାବେ ଚଢାଉ ଜାରି ରହିଛି. ଯାହାକି ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛି. ଗଜପତି ପୋଲିସ ବର୍ତ୍ତମାନ 1054 କେଜି ଗଞ୍ଜେଇକୁ ଜବତ କରିଛନ୍ତି. ଅଡବା ଥାନା ଅନ୍ତର୍ଗତ ଗୁଡ୍ରିପଙ୍କା ଗାଁ ନିକଟସୁ ଜଙ୍ଗଲରେ ଚୋରାଚାଲାଣ ପାଇଁ ଗଞ୍ଜେଇ ଗଛିତ ଥିବା ନେଇ ପୋଲିସ ଠାରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା। ଯାହା ଫଳରେ ଗତକାଲି ଆର ଉଦୟଗିରି ଏସ୍ଡ଼ପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ଘଞ୍ଚ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୪୨ ଗୋଟି ଜରି ବସ୍ତାରେ ଗଞ୍ଜେଇ ଥୂବା ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଯାହାର ପରିମାଣ ୧୦୫୪ କିଲୋ ଗ୍ରାମ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ପ୍ରାୟ ଏକ କୋଟିରୁ ଉଦ୍ଧ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଏଭଳି ଚଢ଼ଉ ଜାରି ରହିବ ବୋଲି ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *