କବି ସଚ୍ଚି ରାଉତରାୟ ବା ପୁରା ନାମ ସଚ୍ଚିଦାନନ୍ଦ ରାଉତରାୟ (1916-2004) ଆଧୁନିକ ଓଡ଼ିଆ ସାହିତ୍ୟର ‘ବିପ୍ଲବୀ କବି’
ଜୀବନ
- ଜନ୍ମ: 13 ମେ 1916, ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗାଁରେ
- ପିଲାଦିନ ଓ ଶିକ୍ଷା ବଙ୍ଗଳାରେ ହୋଇଥିଲା
- ମାତ୍ର 11 ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ
- ସ୍କୁଲ ସମୟରୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ବ୍ରିଟିଶ ସରକାର ତାଙ୍କ ବିପ୍ଲବୀ କବିତାକୁ ବ୍ୟାନ୍ କରିଦେଇଥିଲେ
- ଦେହାନ୍ତ: 21 ଅଗଷ୍ଟ 2004, କଟକ d66c
ପ୍ରମୁଖ କୃତି
- ବାଜି ରାଉତ (1943): ବ୍ରହ୍ମଣୀ ନଦୀରେ ବ୍ରିଟିଶ ପୋଲିସକୁ ଡଙ୍ଗାରେ ନେବାକୁ ମନା କରି ଗୁଳି ଖାଇ ଶହୀଦ ହୋଇଥିବା 12 ବର୍ଷର ବାଳକ ବାଜି ରାଉତ ଉପରେ ଲମ୍ବା କବିତା। ଏହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା
- ପଲ୍ଲିଶ୍ରୀ: ଓଡ଼ିଶାର ଗ୍ରାମ୍ୟ ଜୀବନ ଉପରେ ଆଧାରିତ
- ପ୍ରତିମା ନାୟକ: ସହରୀ ଝିଅର ଦୁଃଖ ଓ ସମସ୍ୟା ଚିତ୍ରଣ
- ପାଣ୍ଡୁଲିପି (1947) ଓ କବିତା 1962: ଏହି ଦୁଇଟି ସଂକଳନ ଓଡ଼ିଆ କବିତାକୁ ରୋମାଣ୍ଟିକ ଧାରାରୁ ମୁକ୍ତ କରି ଆଧୁନିକ ଯୁଗ ଆରମ୍ଭ କଲା
- ଛୋଟ ମୋର ଗାଁଟି: ବହୁତ ଲୋକପ୍ରିୟ କବିତା, ଏବେ ବି ସ୍କୁଲରେ ପଢାଯାଏ
- ପଥେୟ (1932): ପ୍ରଥମ କବିତା ସଂକଳନ
- ଚିତ୍ରଗ୍ରୀବ: ଉପନ୍ୟାସ, ଓଡ଼ିଆର ପ୍ରଥମ ଆଣ୍ଟି-ନଭେଲ କୁହାଯାଏ
- ମାସଣିର ଫୁଲ: ପ୍ରସିଦ୍ଧ ଗଳ୍ପ
ବିଶେଷତ୍ବ
- ତାଙ୍କୁ ‘ବିପ୍ଲବୀ କବି’ ଓ ‘ଜନତାର କବି’ କୁହାଯାଏ
- ଓଡ଼ିଆ କବିତାରେ ପ୍ରଥମେ ଗଦ୍ୟ-କବିତା ଆରମ୍ଭ କରିଥିଲେ
- ତାଙ୍କ ଲେଖାରେ ଫ୍ରଏଡ, ଲେନିନ, ମାର୍କ୍ସ, ଟି.ଏସ୍. ଏଲିଅଟଙ୍କ ପ୍ରଭାବ ଦେଖିବାକୁ ମିଳେ
ପୁରସ୍କାର
- ଜ୍ଞାନପୀଠ ପୁରସ୍କାର (1986) – ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ
- ପଦ୍ମଶ୍ରୀ (1962)
- ସାହିତ୍ୟ ଏକାଡେମୀ ପୁରସ୍କାର (1963) ‘କବିତା 1962’ ପାଇଁ
- ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର (1965)
ସଚ୍ଚି ରାଉତରାୟ ସାଧାରଣ ଲୋକ, ଚାଷୀ, ଶ୍ରମିକଙ୍କ କଥାକୁ କବିତାର ବିଷୟ କରିଥିଲେ। ସେଥିପାଇଁ ସେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ
କବି ସଚ୍ଚି ରାଉତରାୟ ଲେଖିଥିଲେ,
“ଛୋଟ ମୋର ଗାଁ ଟି”…..
ସୁନ୍ଦର ହୃଦୟସ୍ପର୍ଷୀ କବିତା ଟିଏ…
ଆଜିର ଗାଆଁର ସ୍ଥିତି ଦେଖି କିଏ ଜଣେ ଲେଖିଛନ୍ତି:
ଛୋଟ ମୋର ଗାଁ’ଟି,
ଗୁଗୁଲ୍ ମ୍ୟାପ୍ ଭିତରେ
ଆଜି ରହିଛି ତା’ର ନାଁ’ଟି।
ଛୋଟ ମୋର ଗାଁ’ ଟି।
ଏଇଠି ଅଛି କ୍ଲଅବ ଘର,
ବୁଢା ଗୋସେଇଁ ଶନି ମନ୍ଦିର,
ପାଖରେ ଚୋରା ମଦ ଜୋଅର
ଯୁବ ଶକ୍ତିର ସାହାଟି,
ଛୋଟ ମୋର ଗାଁ’ଟି।
ଅଧା ବରଷ ମାଇକି ବାଜେ,
ଛାତି ଥରେଇ କମ୍ପଇ ଡିଜେ,
କଅଁଳା ଛୁଆ ନପାରେ ଶୋଇ
କାନ୍ଦୁଥାଏ ତା ମାଆ ଟି,
ଛୋଟ ମୋର ଗାଁ’ଟି।
କେହି କାହାକୁ ମାନନ୍ତି ନାହିଁ,
କେହି କା ଶିରୀ ଦେଖନ୍ତି ନାହିଁ,
ସର୍କାରୀ ଦୟା ଚାଉଳ ଗଣ୍ଡେ
ଅଧା ଲୋକଙ୍କ ସାହାଟି,
ଛୋଟ ମୋର ଗାଁ ଟି।
ଭୋଓଟ ବେଳେ କେତେ ଯେ ଦଳ,
କାହୁଁ କେଜାଣି ଆସଇ ବଳ,
ମାଡ଼ଗୋଳ ଓ ମୁଣ୍ଡ ଫଟାରେ
ଗାଁ’ର ଅଛି ନାଆଁ ଟି,
ଛୋଟ ମୋର ଗାଁ’ଟି।
ଅଧାରୁ ବେଶୀ ଜମି ପଡିଆ,
ସତେ ଯେମିତି ସବୁ କୋଢ଼ିଆ,
ଜିନ୍ସ ପୋଷାକ, ସ୍ମାର୍ଟ୍ ଫୋଓନ
ଏକା ବଞ୍ଚିବା ରାହା ଟି,
ଛୋଟ ମୋର ଗାଁ’ ଟି।
ଲୋକଙ୍କ କାଳେ ଚଳିବା ଫର୍ଚ୍ଚା,
ଚାଲଇ ରାଜନୀତିର ଚର୍ଚ୍ଚା,
ଗଣ୍ଡାକୁ ଗଣ୍ଡା ବିଏ ଓ ଏମେ,
ହଲାନ୍ତି ଖାଲି ବାହା ଟି,
ଛୋଟ ମୋର ଗାଁ’ଟି।
ଗାଁ ର କିଛି ବୁଢା ଓ ବୁଢୀ,
ପେଟ ବିକଳେ ଛାଡନ୍ତି ରଢି,
ଭେଣ୍ଡିଆ ପୁଅ ନଦିଏ ଦାନା,
ସେ କାଳେ ବାପା ମାଆ ଟି,
ଛୋଟ ମୋର ଗାଁ’ ଟି।
ଝଗଡା କିଛି ହେଲେ ଗାଁ’ ରେ,
ଗାଁ’ ଭିତରେ ତୁଟି ନପାରେ,
କିଏ କାହିଁକି ଶୁଣିବ କିଛି,
ଫାଣ୍ଡି ଆମର ସାହା ଟି,
ଛୋଟ ମୋର ଗାଁ’ଟି।
ଏଇ ଗାଁ ଛାଡି କୁଆଡେ ଯିବା,
ଏଠି ଜନମ ଏଠି ମରିବା,
ଯେମିତି ହେଲେ ଚଳେଇ ନେବା
ଆମ ଜୀବନ ନାଆ ଟି,
ଛୋଟ ମୋର ଗାଁ’ ଟି।












Leave a Reply