ଗୁମ୍ମା ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସ୍ଥିତ ସଦଭାବନା ସଭାଗୃହରେ ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଗଜପତି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ଦୁଲାରାମ ମାରାଣ୍ଡି,ଡ଼ିଏସ ବାବୁଲା ବିଷୋୟୀ,ଜିପିଓ,ଡ଼ିଏସଏ,ବିଏସଏ,ଜିଆରଏସ,ପିଇଓ ଓ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ମନେରେଗା ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ବିବରଣୀ ପଠନ କରିବା ସହ ଭିବିଜି ରାମଜି ଅଧୀନରେ ଆଇଇସି କାର୍ଯ୍ୟକ୍ରମ ଆୟୋଜିତ ହୋଇ ସାଧାରଣ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ଗୁମ୍ମା ବ୍ଲକରେ କାର୍ଯ୍ୟରତ ଉଦ୍ୟାନ ବିଭାଗ,ଜଗଲ ବିଭାଗ,ଜଳ ବିଭାଗ ଓ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ଯୋଗ ଦେଇ ନିଜ ବିଭାଗରେ ହୋଇଥିବା ମନରେଗା କାର୍ଯ୍ୟର ବିବରଣୀ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସେହିପରି ସମସ୍ତ ଗ୍ରାମ ପଞ୍ଚାୟତ ସମିତିର ସମସ୍ତ ମନରେଗା କାର୍ଯ୍ୟର ସମୀକ୍ଷା କରିବା ସହ ପାଞ୍ଚାୟତ ଏବଂ ଲାଇନ ବିଭାଗର ସାମାଜିକ ସମୀକ୍ଷା ହୋଇନାହିଁ ତାହାକୁ ୭ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ମନେରେଗା କାର୍ଯ୍ୟ ପନ୍ଥା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଶ୍ରୀ ମାଝୀ। ସମସ୍ତ ମନରେଗା ପ୍ରକଳ୍ପର ଫଳକ ସରକାରଙ୍କ ନିୟମ ଅନୁସାରେ କରିବାକୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସମିତି ସଭ୍ୟ/ସରପଞ୍ଚ,କନିଷ୍ଟ ଯନ୍ତ୍ରୀ,ପିଇଓ,ଜିଆରଏସ୍,ଭିଆରପି,ଗାଁସାଥି ଓ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଏପିଓ ସୌମ୍ୟ ସୁଧାକର ତ୍ରିପାଠୀ,ରାକେଶ ସାହୁ,ସତ୍ୟଜିତ ବେହେରା, ଉପେନ୍ଦ୍ର ମାଛ ଓ ପ୍ରାଚୀ ବାବୁ ପରିଚାଳନା କରିଥିଲେ।
କାମଦେବ ବଡ଼ନାୟକ ଗଜପତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା ):
ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନିତ ହୋଇଥିବା ଅଧ୍ଯକ୍ଷ କାମଦେବ ବଡ଼ନାୟକ ଓ ଉପାଧ୍ଯକ୍ଷା ପଙ୍କଜିନୀ ଦଳାଇ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପରିଷଦର କାର୍ଯ୍ୟାଳୟ ଠାରେ ଅଧକ୍ଷ ଓ ଉପାଧ୍ୟକ୍ଷା ଦାୟିତ୍ବ ନେବା ପରେ ଉଭୟଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।
ବିଜେପିର ରାଜ୍ୟ ଉପ ସଭାପତି ତଥା ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଜିଲ୍ଲା ସଭାପତି ନବ କିଶୋର ଶବର ବରିଷ୍ଠ ନେତା ସି. ଏଚ. ସୀମାଦ୍ରୀ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ସାଂସଦ ପ୍ରତିନିଧୂ ବିଜୟ କୁମାର୍ , କାଉନସିଲର ବିଭୂତି ଭୂଷଣ ବେହେରା, ନଗର ସଭାପତି ବାଳକୃଷ୍ଣ ପାତ୍ର କେ.ଜୀବନ ରାଓ, ସି .ଏଚ. ଲୋକନାଥ, ପ୍ରସାଦ ନାଇଡୁ ପ୍ରମୁଖ ସାକ୍ଷାତ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏଠାରେ ସୂଚନାଯୋଗ୍ୟଯେ, ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ପୁଣି ବର୍ତ୍ତମାନର ମୋହନା ସରକାର ପଦ ଓ ଦାୟିତ୍ବ ଦେବା ପରେ ଗଜପତି ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ପୁଣି ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆରମ୍ଭ ହୋଇଯାଇଛି. ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଭାବେ କାମଦେବ ବଡ଼ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଆଦିବାସୀ ଅଧ୍ଯୁଷିତ ଗଜପତି ଜିଲ୍ଲାରେ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଏବଂ ସେମାନଙ୍କ ଉନ୍ନତି ଓ ବିକାଶ ପାଇଁ ମୁଁ କାର୍ଯ୍ୟ କରିଵି.
ସଂକ୍ରାନ୍ତିରେ ଦୈନିକ ପରିବା ବଜାର ବନ୍ଦ ବିବାଦ ତୁଟିଲା….. ସଂକ୍ରାନ୍ତି ନୁହେଁ ମାସର ଶେଷ ରବିବାର ବଜାର ବନ୍ଦ ନିଷ୍ପତ୍ତି ହେଲା
ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ସହରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୈନିକ ପରିବା ବଜାରରେ ଏଥି ପୂର୍ବରୁ ସବୁ ସଂକ୍ରାନ୍ତିରେ ବନ୍ଦ ରହୁଥିଲା. ଏନେଇ ସହରର ବୁଦ୍ଧିଜୀବୀ ମହଲରେ ଜିଲ୍ଲା ପ୍ରଶାସନ ନିକଟରେ ସଂକ୍ରାନ୍ତି ଦିନ ବନ୍ଦ ନ କରିବା ପାଇଁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ ପାରଳାଖେମୁଣ୍ଡି ପୌର ଅଧିକାରୀଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ପୌରପାଳିକା ଅଧ୍ଯକ୍ଷା ନିର୍ମଳା ସେଠି ଏବଂ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଲକ୍ଷ୍ମଣ ମୁର୍ମୁଙ୍କ ଅଧ୍ଯକ୍ଷତାରେ ଏନେଇ ବିବାଦର ସମାଧାନ ପାଇଁ ଏକ ବୈଠକ ଆୟୋଜିତ ହୋଇଥିଲା. ବୈଠକରେ ସମସ୍ତଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୈନିକ ବଜାର ସଂକ୍ରାନ୍ତି ଦିନରେ ପରିବା ବିକ୍ରି ବନ୍ଦ ନ କରି ପ୍ରତ୍ୟେକ ମାସ ଶେଷ ରବିବାର ପରିବା ବିକ୍ରି ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିଲା. ପାରଳାଖେମୁଣ୍ଡିର ପରିବା ବ୍ୟବସାୟୀ ଓ ଅଭିଯୋଗକାରୀ ଆଇନଜୀବୀ ରାମ ନାୟକ, ବସନ୍ତ ପଣ୍ଡା, ପ୍ରଣାଜ ପଟ୍ଟନାୟକ, ବିବେକାନନ୍ଦ ଗନ୍ତାୟତ, ଟିଲୁ ହୋତା, କୃଷ୍ଣ ବେହେରା, ସନ୍ତୋଷ ପଟ୍ଟନାୟକ, ବିରଞ୍ଚି ମିଶ୍ର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।












Leave a Reply