ବାଲିମେଳା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୫୭ ତମ ବାର୍ଷିକ କ୍ରୀଡା
ନିୟମିତ ଅଭ୍ୟାସ କଲେ କ୍ରୀଡା କ୍ଷେତ୍ରରେ ସଫଳତା ମିଳିବ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲଙ୍କ ତତ୍ୱାବଧାନରେ ଶନିବାର ପୂର୍ବାହ୍ନ ୧୦ ଟା ରେ ବିଦ୍ୟାଳୟର ୫୭ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଏନଏସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଚିତ୍ରକୋଣ୍ଡା ବ୍ଲକ ଶିକ୍ଷଧିକାର ସୁଶ୍ରୀ ଗାୟତ୍ରୀ ଦେବୀ, ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ଦେବ ପ୍ରସାଦ ଦାସ, ମାଲକାନଗିରି ଏମୟୁଜେ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ସଭାପତି ଶିବଦତ୍ତ ସାହୁ, ବରିଷ୍ଠ ଶିକ୍ଷକ ଅଜୟ କୁମାର ନାୟକ,କାଉନସିଲର ମନୋଜ ଦେବ ପାଙ୍ଗି, ତୁଳାମଣି ଛତି, ସାମ୍ବାଦିକ ସୁଭାଶିଷ କର, ପୂର୍ବତନ ବିଜ୍ଞାନ ପରିଦର୍ଶକ ଶରତ କୁମାର ରାଉତ, ବାଲିମେଳା ସାମ୍ବାଦିକ ସଂଘର ସଭାପତି ରବି ରଶ୍ମି ଗୁରୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଅତିଥି ମାନେ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଶୃଙ୍ଖଳା ଓ ନିଷ୍ଠାର ସହ ନିୟମିତ ଅଭ୍ୟାସ କଲେ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ନିଶ୍ଚୟ ସଫଳତା ମିଳିବ। କ୍ରୀଡା କ୍ଷେତ୍ରରେ ଜିଲ୍ଲାର ଛାତ୍ରୀ ଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ପିଲାଙ୍କ ପଠ ପଢା ସହିତ କ୍ରୀଡା ବହୁ ଗୁରୁତ୍ୱ ପୂର୍ଣ୍ଣ ଅଟେ।ଆଜିର ଶିଶୁ କାଲିର ନାଗରିକ, ଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ଓ ଦୁନିଆ ହସିବ। ସମସ୍ତ ଶିଶୁ ଭଲ ପଠ ପଢିବା ସହ ବିଭିନ୍ନ ପ୍ରକାର କ୍ରୀଡା, ନୃତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଜକୁ ସାମିଲ କରି କିପରି ଭାବେ ସେ ସବୁ କ୍ଷେତ୍ରରେ ସଫାଳତା ହାସଲ କରିବେ ସେ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ଗୁରୁତ୍ୱ ଦେଇ କହିଥିଲେ। ଏହି କ୍ରୀଡା ଉତ୍ସବରେ ବାଲିମେଳା ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରକାର କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।












Leave a Reply