ସେହି ଘର ବବିଙ୍କର ନୁହେଁ। ସେହି ଘର ସାଧୁ ବାବୁଙ୍କର (ସାଧୁ ହେଉଛନ୍ତି ଯଯାତିଙ୍କ ବାପା ତଥା ବବିଙ୍କ ଜେଜେ)। ସେହିପରି ସେହି ଘରେ ଲାଗିଥିବା ପଥର ଖଣ୍ଡୋଲାଇଟ ନୁହେଁ କି ସେଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଅଣାଯାଇନାହିଁ।

Spread the love

ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଣବ ପ୍ରକାଶ ଦାସଙ୍କ ଦାଦା ତଥା ଯାଜପୁର ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ଯଯାତି କେଶରୀ ଦାସ କହିଛନ୍ତି-

ସେହି ଘର ବବିଙ୍କର ନୁହେଁ। ସେହି ଘର ସାଧୁ ବାବୁଙ୍କର (ସାଧୁ ହେଉଛନ୍ତି ଯଯାତିଙ୍କ ବାପା ତଥା ବବିଙ୍କ ଜେଜେ)। ସେହିପରି ସେହି ଘରେ ଲାଗିଥିବା ପଥର ଖଣ୍ଡୋଲାଇଟ ନୁହେଁ କି ସେଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଅଣାଯାଇନାହିଁ। ସେହି ଘରେ ଲାଗିଥିବା ପଥର ରାଜସ୍ଥାନର ଯୋଧପୁରରୁ ଅଣାଯାଇଛି। ସେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ହରାଇ କୋଟି କୋଟି ଟଙ୍କା କ୍ଷତିପୂରଣ ପାଇଥିବା କହିଛନ୍ତି।

ଏଥିସହିତ ପଥର ତାଙ୍କ ନାଁରେ ଯୋଧପୁରରୁ କିଣାଯାଇଥିବା ନେଇ ସେ ପ୍ରମାଣ ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *