ଶ୍ରୀ ଶ୍ରୀ ମହାବୀରଙ୍କ ବିଶ୍ୱ ଶାନ୍ତି ମହା ଯଜ୍ଞ ଓ କଳସ ଶୋଭା ଯାତ୍ରା
କେନ୍ଦ୍ରାପଡ଼ା, ରତ୍ନାକର ପରିଡା (ଦର୍ଶନ ସମୀକ୍ଷା) ଡେରାବିଶ ବ୍ଲକ ପଳେଇ ପଂଚାୟତ, ପଳେଇ କନ୍ଦରପୁର ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ଙ୍କ ନବମ ବାର୍ଷିକ ବିଶ୍ୱ ଶାନ୍ତି ମହା ଯଜ୍ଞ 9,4,206ରିଖ ଗୁରୁବାର ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବର ମହାପୁରୁଷ ଙ୍କ ପୀଠରୁ ଦୁଇ ଶହରୁ ଉର୍ଦ୍ଧ କଳସ ଶୋଭା ଯାତ୍ରା ବାହାରି କନ୍ଧରପୁର ମହାବୀର ଙ୍କ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ବାଜା, ବାଣ, ଘଣ୍ଟ, ଓ ଡାକବାଜି ଯନ୍ତ୍ରରେ ଉଛବ ମୁଖର ହୋଇ ଥିଲା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି କମିଟି ତରଫରୁ ରାସ୍ତାରେ ପାଣିର ସୁ ବନ୍ଦୋବସ୍ତ କରାଯାଇଥିଲା

କଳସ ଶୋଭା ଯାତ୍ରା ସମାପ୍ତ ହେଲା ପରେ ସମସ୍ତ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଅଗ୍ନି ସ୍ଥାପନ, ଓ ଷୋଡଶ ପୂଜା ଉପଚାର ଅନୁଷ୍ଠିତ ହୋଇ ଅଛି ଏହି ବିଶ୍ୱ ଶାନ୍ତି ମହା ଯଜ୍ଞ ଆସନ୍ତା ଏଗାର ତାରିଖ ଶନିବାର ପୂର୍ଣ୍ଣାହୁତି ଦିବସ ଏହି ଦିନ ଏକ ଶହ ଆଠ ହନୁମାନ ଚାରିଶା ପଠନ, ଗୀତା ହୂତି ଓ ପୂର୍ଣ୍ଣ ଆହୁତି ଅନୁଷ୍ଠିତ ହେବ ଏହି ଦିବସରେ ଶହ ଶହ ସଂଖ୍ୟାରେ ଭକ୍ତ ମାନଙ୍କ ଆଗମନ ହୋଇ ଥାଏ ପ୍ରତ୍ୟେକ ଦିନ ସାଂକୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ସୁ ବଦଵସ୍ତ କରାଯାଇ ଅଛି ଏହି କାର୍ଯ୍ୟକ୍ରମକୁ ମହାବୀର ଯଜ୍ଞ କମିଟି ଓ ପଳେଇ କନ୍ଧରପୁର ଗ୍ରାମ ବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଆସୁ ଅଛି
ରିପୋଟର ରତ୍ନାକର ପରିଡା











Leave a Reply