ବାଲିମେଳାରେ ଆମିଷ ଦୋକାନ ମାନଙ୍କରେ ଚଢ଼ାଉ କଲା ଏନ୍ଫୋର୍ସମେଣ୍ଟ ଟିମ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ବିକ୍ରି ହେଉଥିବା ଆମିଷ ବଜାରରେ ଚଢ଼ାଉ କରିଛନ୍ତି ଏନ୍ଫୋର୍ସମେଣ୍ଟ ଟିମ।ଶୁକ୍ରବାର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ଦୈନିକ ବଜାରରେ ଥିବା ଆମିଷ ଦୋକାନ ଗୁଡିକରେ ଚଢ଼ାଉ ହୋଇଥିଲା।କିଛି ବ୍ୟବସାୟୀ ମାନେ ସଫା ସୁତୁରାକୁ ଗୁରୁତ୍ୱ ନଦେଇ ପରିବେଶ ପ୍ରଦୂଷଣ କରୁଥିବାରୁ ସେମାନଙ୍କୁ ସଚେତନ କରିବା ସହ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।ସେହିପରି ଏନଏସିର ଦୋକାନ ଗୃହ ଗୁଡିକ ବ୍ୟବହାର କରିବା ସହିତ ଚୋରାରେ ବିଦ୍ୟୁତ ଆଣି କାର୍ଯ୍ୟ କରୁଥିବାରୁ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।ଆବଶ୍ୟକ କାଗଜପତ୍ର କରି ବିଦ୍ୟୁତ ସଂଯୋଗ କରିବା ସହିତ ପରିବେଶକୁ ଠିକ ରଖିବା ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଦୋରା ନିର୍ଦ୍ଧେଶ ଦେଇଥିଲେ।ଏହି ଚଢ଼ାଉ ସମୟରେ ବ୍ୟବସାୟ ମାନଙ୍କ ଠାରୁ ଜୋରିମାନା ବାବଦକୁ ମୋଟ ୫ହଜାର ୫ଶହ ଟଙ୍କା ଆଦାୟ ହୋଇଥିଲାଏହି ଚଢ଼ାଉରେ ରାଜସ୍ବ ନିରୀକ୍ଷକ ତ୍ରିନାଥ ପ୍ରଧାନ , ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଣ୍ଡୁ ଓ ଏନଏସିର କର୍ମଚାରୀ ମାନେ ଉପସ୍ଥିତ ଥିଲେ।











Leave a Reply