ବଡ଼ବିଲ ସିଭିଲ ସୋସାଇଟି ର ବଡ଼ସଫଳତା
ତା -10/04/2026 ଦର୍ଶନ ସମୀକ୍ଷା କୁ
ବଡ଼ବିଲ
ବହୁତ ପ୍ରତିକ୍ଷିତ ରିଙ୍ଗ ରୋଡ଼ ର ଶୀଳାନାଶ୍ୟ ହବାକୁ ଯାଉ ଥିବା ବେଳେ ଆଜି ସିଭିଲ ସୋସାଇଟି ପକ୍ଷରୁ ଆଉ ଏକ ଦାବି ପତ୍ର ଆସନ୍ତା ତେର ତାରିଖରେ ଦିଆ ଯିବ.
ଦୀର୍ଘ ବର୍ଷ ଧରି ଅନେକ ଘାତ ପ୍ରତିଘାତ ସହି ବଡ଼ବିଲ ସିଭିଲ ସୋସାଇଟି ଓ ବଡ଼ବିଲ ଜନସାଧାରଣ ଙ୍କ ଦ୍ୱାରା ଦାବି ହୋଇ ଆସୁଥିବା ରିଙ୍ଗ ରୋଡ଼ ଆସନ୍ତା ତେର ତାରିଖରେ ମାନ୍ୟବର ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଶୀଳା ନାଶ୍ୟ କରାଯିବା ର ଯୋଜନା ରହିଥିବା ସହ ବଡ଼ବିଲ କଳିଙ୍ଗ ଠାରେ ଏକ ବିରାଟ ସଭା ହବାର କାର୍ଯ୍ୟକ୍ରମ ରହିଛି ଏହି ପରିପକ୍ଷୀ ରେ ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ଆଉ ଏକ ଦାବି ପତ୍ର ବଡ଼ବିଲ ବାଂଶପାଣି ରେଳ ସଂଯୋଗୀ କରଣ କରିବା ପାଇଁ ବଡ଼ବିଲ ବାସି ଓ ସିଭିଲ ସୋସାଇଟି ଦାବୀ ରହିଆସୁଛି । ଆଜି ବଡ଼ବିଲ ବିକାଶ ମହଲ ଠାରେ ସିଭିଲ ସୋସାଇଟି ର ସଦସ୍ୟ ବୁଦ୍ଧି ଯିବି ମାନଙ୍କ ମଧ୍ୟରେ ଏକ ବୈଠକ ହୋଇ ଆଲୋଚନା କରାଯିବା ସହ ଆଗକୁ ବଡ଼ବିଲ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି କର୍ମକତା କହିଥିଲେ ଏହି ସଭାରେ ବଡ଼ବିଲ ସମାଜ ସେବୀ ବିଜୟୀ ମହାନ୍ତି, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ପରିମଲ ଚାଟର୍ଜି, ଇନ୍ଦ୍ରଜିତ ଯାଦବ, ବସନ୍ତ ମହାନ୍ତ, ରସାନନ୍ଦ ବେହେରା, ରାଜେଶ ବିନନୀ, ରାମୁ କର୍ମକାର ଯୋଗ ଦେଇଥିଲେ।












Leave a Reply