Spread the love

ପତିତ ପାବନ ସେବାସଂଘ ଅନ୍ତେବାସୀ ଭିନ୍ନକ୍ଷମଙ୍କ ଦ୍ବାରା ଫୁଡ୍ ଫେଷ୍ଟିଭାଲ ।

ନିମାପଡ଼ା,(ଦର୍ଶନ ସମୀକ୍ଷା)

ନିମାପଡ଼ା ସ୍ଥିତ ପତିତପାବନ ସେବା ସଂଘ ଅନ୍ତେବାସୀ ଭିନ୍ନକ୍ଷମ ଦୃଷ୍ଟିହୀନ, ବାଧିତ,ମାନସିକ ବିକାର ଗ୍ରସ୍ତ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାର ଖାଦ୍ୟ ଯଥା କଖାରୁ ଫୁଲ ଭଜା,ଦହିବରା ଆଳୁଦ ମ୍,ମଣ୍ଡା ପିଠା,ଚକୁଳି ପିଠା, ଦହି ପଖାଳ,ପୋଡପିଠା ,ଚିକେନ ବିରୀୟାନି ଭଳି ୨୦ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମେଳରେ ପ୍ରଦର୍ଶନ କରାଯାଇଥିଲା । ପ୍ରଶିକ୍ଷକ ମାନଂକ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ପିଲାମାନଙ୍କୁ ଶିକ୍ଷା ସହିତ ଯୋଗ,କର୍ମ କୁଶଳତା ବିକାଶ ପାଇଁ ଶିକ୍ଷା ଦିଆଯାଏ । ଭିନ୍ନକ୍ଷମ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇ ଏହା ଏକ ପ୍ରୟାସ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସେବା ସଂଘର ପରିଚାଳକ ପ୍ରଫେସର ଜଗତ ପ୍ରସାଦ ସାବୁତଙ୍କ ଦ୍ଵାରା ଆୟୋଜିତ ଫୁଡ୍ ଫେଷ୍ଟିଭାଲ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ନିମାପଡା ପ୍ରେସ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା,ଶିକ୍ଷାବିତ୍ ପ୍ରାକ୍ତନ ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ସାବୁତ,ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର, ଜୀବନାନନ୍ଦ ମହାପାତ୍ର,ଭଗବାନ ବେହେରା,ଚିତ୍ତରଞ୍ଜନ ବେହେରା,ସାମ୍ବାଦିକ ମାନସ ଦାସ,ଅତିଶ ପଟ୍ଟନାୟକ,ଉମା ଶଙ୍କର ଆଚାର୍ଯ୍ୟ, ରାମଚନ୍ଦ୍ର ସାହୁ,ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ଖାଦ୍ୟ ପ୍ରଦର୍ଶିତ ମେଳାକୁ ବୁଲି ଦେଖିବା ସହିତ ଖାଦ୍ୟ ଖାଇଥିଲେ।(ଫଟୋ)

Leave a Reply

Your email address will not be published. Required fields are marked *