କଥା ତ ଏତିକି ବାସ //ମୋର ୦୯ ବର୍ଷ ବୟସର କୁମ୍ଭୀର ସହିତ ଖେଳୁଥିବା ଚୁଲବୁଲିଆ ନାତିଟୋକା, “ଜେଜେ,ଆପଣଙ୍କର କାହା କାହା ସହିତ ସମ୍ପର୍କ ଅଛି”ବୋଲି ପଚାରିବାରୁ ମୁଁ ରିଲ୍ ବନାଯିବା ଆକ୍ସନ ମୋଡରେ କହିଥିଲି,ମୁଁ ମୁସଲମାନଙ୍କର ପୁଅ ଭଳି,ଖ୍ରୀଷ୍ଟିଆନ ସମୁଦାୟ ସହିତ ମୋର ସମ୍ପର୍କ ନୂଆ ନୁହେଁ; ଏହା ବହୁତ ପୁରୁଣା ଏବଂ ଏକ ଅତି ଆତ୍ମୀୟ ସମ୍ପର୍କ,ବୋହରା ସମୁଦାୟ ସହିତ ମୋର ସମ୍ପର୍କ ମଧ୍ୟ ବହୁତ ପୁରୁଣା,ପିଲାଦିନରୁ ହିଁ ମୋତେ ଜୈନ ଆଚାର୍ଯ୍ୟମାନଙ୍କର ସାନ୍ନିଧ୍ୟ ମିଳିଛି – ତୁଷାର କାନ୍ତ ଶତପଥି ଲେଖକ ଭୁବନେଶ୍ୱର

Spread the love


“କଥା ଏତିକି, ବାସ୍”
ମୋର ୦୯ ବର୍ଷ ବୟସର କୁମ୍ଭୀର ସହିତ ଖେଳୁଥିବା ଚୁଲବୁଲିଆ ନାତିଟୋକା, “ଜେଜେ,ଆପଣଙ୍କର କାହା କାହା ସହିତ ସମ୍ପର୍କ ଅଛି”
ବୋଲି ପଚାରିବାରୁ ମୁଁ ରିଲ୍ ବନାଯିବା ଆକ୍ସନ ମୋଡରେ କହିଥିଲି,
*ମୁଁ ମୁସଲମାନଙ୍କର ପୁଅ ଭଳି,
*ଖ୍ରୀଷ୍ଟିଆନ ସମୁଦାୟ ସହିତ ମୋର ସମ୍ପର୍କ ନୂଆ ନୁହେଁ; ଏହା ବହୁତ ପୁରୁଣା ଏବଂ ଏକ ଅତି ଆତ୍ମୀୟ ସମ୍ପର୍କ,
*ବୋହରା ସମୁଦାୟ ସହିତ ମୋର ସମ୍ପର୍କ ମଧ୍ୟ ବହୁତ ପୁରୁଣା,
*ପିଲାଦିନରୁ ହିଁ ମୋତେ ଜୈନ ଆଚାର୍ଯ୍ୟମାନଙ୍କର ସାନ୍ନିଧ୍ୟ ମିଳିଛି,
*ଭଗବାନ ବୁଦ୍ଧଙ୍କ ସହିତ ମଧ୍ୟ ମୋର ଆଉ ଏକ ସମ୍ପର୍କ ଅଛି, ଯେଉଁଥିରେ ଏକ ଅଦ୍ଭୁତ ସଂଯୋଗ ରହିଛି,

  • ଜୀବନର ଯେଉଁ ଗୁରୁତ୍ୱପୂର୍ଣ୍ଣ ସମୟ ମୁଁ ଆଦିବାସୀମାନଙ୍କ ଗହଣରେ ବିତାଇଛି ଓ ସେମାନଙ୍କ ସହିତ ମୋର ଯେଉଁ ମୋର ବହୁତ ନିବିଡ଼ ସମ୍ପର୍କ ରହିଛି, ସେଗୁଡିକ ଅବର୍ଣ୍ଣନୀୟ,
    *ମୁଁ ପଞ୍ଜାବରେ ବହୁତ ରହିଛି,ପଞ୍ଜାବ ସହିତ ମୋର ବଡ଼ ସମ୍ପର୍କ ଅଛି,
    *ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା, ସେହି ସଂଗ୍ରାମର ଅଂଶ ହେବା ମୋର ଅନନ୍ୟ ଅନୁଭୂତି,
    *ଫ୍ରାନ୍ସ ପ୍ରତି ମୋର ବ୍ୟକ୍ତିଗତ ଭଲପାଇବା ବହୁତ ପୁରୁଣା,
  • ଯଦୁବଂଶୀମାନଙ୍କ (ଯାଦବ) ସହିତ ତ ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତରର,
    *ମୁଁ ପିଲାଦିନେ ଯେତେବେଳେ ପ୍ରଥମ ଥର କଲିକତା ଆସିଥିଲି, ସେତେବେଳେ ମୋର ଆକର୍ଷଣ ଥିବା ମେଟ୍ରୋରେଳରେ ବସିଥିଲି,
    *ଏମିତି କେହି ନାହାନ୍ତି, ଯାହାଙ୍କ ସହ ମୋର ବ୍ୟକ୍ତିଗତ ସ୍ୱତନ୍ତ୍ର ସମ୍ପର୍କ ନାହିଁ।
    ତା’ପରେ ମୋ ନାତି “ଆପଣ ଅତୀତ, ବର୍ତ୍ତମାନ କିମ୍ବା ଭବିଷ୍ୟତ ଜନ୍ମ ବିଷୟରେ କହୁଛନ୍ତି ନା ୧୦ଟି ଅତୀତ, ବର୍ତ୍ତମାନ ଏବଂ ୧୦ଟି ଭବିଷ୍ୟତ ଜନ୍ମର ମିଶ୍ରଣ ବିଷୟରେ କହୁଛନ୍ତି?” ବୋଲି ପଚାରି, “ଆପଣ କାହାକୁ କାହାକୁ ଠକି ନାହାନ୍ତି କହି ଆଉ ଯାହା ଫୋପାଡିବାର ଅଛି ଫୋପାଡନ୍ତୁ”
    ବୋଲି କହି, ମୋତେ ଉସକାଆନ୍ତେ ,
    ମୁଁ ତା ଉଦ୍ଦେଶ୍ୟରେ “ଝିଅର ପୁଅ ନାତି, ଅଜାର ଭଲପାଇଁ ଜାଳନ୍ତି ବତୀ, କିନ୍ତୁ ତୁ ପୁଅର ପୁଅ ନାତି ହୋଇଥିବାରୁ ମାରୁଛୁ ଖପରକାତି” ବୋଲି କୁହନ୍ତେ, ସେ ” ବଡେ ମିଆଁ ତ ବଡେ ମିଆଁ, ଛୋଟେ ମିଆଁ ବି ସୁହାନାଆଲ୍ଲା” ଭଳି ସାୟରୀଟିଏ ବୋଲିଦେଇ ;
    *ଆପଣ ପରା ବିବାହ କରୁନଥିଲେ ,
    *ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଶତୃ ବୋଲି ବିଚାରୁଥିଲେ,,
  • ଆପଣଙ୍କ ପ୍ରତି କୌଣସି ଆକ୍ଷେପ ଓ ଯଥାଯଥ ସମାଲୋଚନାକୁ ସହ୍ୟ କରୁନଥିଲେ,
    *ପିଲାଦିନେ କାନ୍ଥରେ ରଙ୍ଗ ବୋଳୁଥିବାକାମ କରୁଥିଲେ ବୋଲି କହୁଥିଲେ ,
    *ଗଣମାଧ୍ୟମକୁ ହାତରେ ରଖିଥିଲେ,
    *ସବୁ ଶ୍ରମିକ ଆନ୍ଦୋଳନକୁ ଧ୍ବଂସ କରିଥିଲେ,
    *ବିରୋଧୀଦଳର ଲୋକଙ୍କୁ ଦେଶଦ୍ରୋହୀ ପ୍ରମାଣପତ୍ର ଦେଉଥିଲେ,
    *ଆପଣଙ୍କ ଦଳରେ ସାଧାରଣକର୍ମୀ ଭାବରେ ଯୋଗଦେଇ ଶୀର୍ଷକୁ ଯାଇଥିଲେ,
    *ସବୁ ସମସ୍ୟାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲେ, କିନ୍ତୁ’କୌଣସି ସମସ୍ୟାର ସମାଧାନ ନକରି ଦେଶକୁ ଧ୍ବଂସ କରିଥିଲେ’,
    *ନିର୍ବାଚନରେ ଜିତି ପ୍ରଥମଥର ସଂସଦରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଥିଲେ ,
    *ଆପଣଙ୍କର ତ ଅତି ବଢିଆ ପୋଷାକ ପ୍ରତି ଯଥେଷ୍ଟ ଦୁର୍ବଳତା ଥିଲା,
    *’ତୁଛାମିଛ’ କୁ ‘ସତ୍ୟ’ ବୋଲି ପ୍ରତିଷ୍ଠା କରିବାରେ ଆପଣ ବିଶେଷଜ୍ଞ ଥିଲେ।
    *ସବୁବେଳେ ‘ ମୁଁ କଲି, ମୁଁ ସବୁ’ କହି ଆତ୍ମସନ୍ତୋଷ ଲାଭ କରୁଥିଲେ ,
    *ରେଡିଓରେ ଭାଷଣଦେବାକୁ ବିକଳ ହେଉଥିଲେ,
    *’ମୋ ଭାଇ ଓ ଭଉଣୀ’ରୁ ଭାଷଣ ଆରମ୍ଭ କରୁଥିଲେ,
    *ନିଜର ଫଟୋ ଉଠାଇବା ପାଇଁ ବିକଳ ହେଉଥିଲେ”ଭଳି ହିଟଲରଙ୍କ ଗୁଣଗୁଡ଼ିକୁ ମୋ ଉଦ୍ଦେଶ୍ୟରେ ଫୋପାଡ଼ି ଦିଅନ୍ତେ, ମୁଁ କଥା ଅନ୍ୟ ଦିଗରେ ଯାଉଥିବାର ଆକଳନ କରି ,ତା ସହିତ କଟି ପକେଇଛି।
    (ଫଟୋରେ ଆମେ, “ଗୋଲଗୋଟିଆ ଇଉନିବରସିଟିର ଗ୍ୟାଙ୍ଗ ଅଫ୍ ଫାଇଭ”ର ମୋ ଆଗରେ ଠିଆ ହୋଇଥିବା ଚୁଲବୁଲିଆ ଚୁଇଁଟି ହେଉଛି
    ସେହି ‘କୁମ୍ଭୀର ସହିତ ଖେଳୁଥିବା ନାତିଟୋକା’ ଯାହା ସହିତ ମୁଁ ଆଜି କଟି ପକେଇଛି।”-ତଳେଥିବା ଫଟୋକୁ ଛୁଇଁଦେଲେ ପ୍ରାଞ୍ଜଳ ଭାବରେ ଦିଶିବ।)

Leave a Reply

Your email address will not be published. Required fields are marked *