Spread the love

ଶ୍ୟାମା ଶଙ୍କର ମଠ ପରିସରରେ ଓଁମ୍ କାରେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର – ଲିଙ୍ଗରାଜ ମନ୍ଦିରର ନିକଟସ୍ଥ ଶ୍ୟାମା ଶଙ୍କର ମଠ ପରିସରରେ ଓଁକାରେଶ୍ୱର୍ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲୀ ଙ୍କ ତତ୍ତ୍ଵାବଧାନରେ ଓ ମୁଖ୍ୟ ପୂଜକ ପଣ୍ଡିତ ପ୍ରବର ଶ୍ରୀ ଯଜ୍ଞେଶ୍ଵର ପୁରୋହିତଙ୍କ ହୋମ ଯଜ୍ଞ, ସୁପରିଚାଳନାରେ ଏହି ଆଧ୍ୟାତ୍ମିକ କର୍ମ କାଣ୍ଡ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରାମ ପ୍ରସାଦ ଦାଶ ଶର୍ମା , ରଞ୍ଜିତ ଆଚାର୍ଯ୍ଯ, ପଣ୍ଡିତମନୋରଞ୍ଜନ, ପଣ୍ଡିତ ବିଶ୍ୱଜିତ୍ ଓ ପଣ୍ତିତ ସନାତନ ପ୍ରମୁଖ ପୂଜକ ରୁପେ ମନ୍ତ୍ର ପାଠ କରିଥିଲେ। ଓଁ କାର ନାଥ ମିଶନ, ସତ୍ୟଂ ଶିବମ ସୁନ୍ଦରମ୍ ପତ୍ରିକା,ଓ ଶ୍ୟାମା ଶଙ୍କର ମଠ ର କର୍ମକର୍ତ୍ତା ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଙ୍ଗଠକ ଓ ସତ୍ୟଂ ଶିବମ ସୁନ୍ଦରମ୍ ପତ୍ରିକା ର ସମ୍ପାଦନା ମଣ୍ଡଳୀର ବରିଷ୍ଠ ସଭ୍ୟ ଇଂଜିନିୟର ଶ୍ରୀ କ୍ଷୀରୋଦ ସାହୁ ଏବଂ ବିଶିଷ୍ଟ ଲେଖକ,କବି,ବହୁ ଶିକ୍ଷଣୀୟ ପୁସ୍ତକର ରଚୟିତା, ବାଗ୍ମୀ, ବରିଷ୍ଟ ସଙ୍ଗଠକ ତଥା ସମାଜସେବୀ ପଣ୍ଡିତ ପ୍ରବର ଇଂଜିନିୟର ଦୂର୍ଗା ପ୍ରସାଦ ପାଣିଗ୍ରାହୀ ଓ ଦୂରଦର୍ଶନ ତଥା ପ୍ରାର୍ଥନା ଚ୍ୟାନେଲ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଦିବ୍ୟ ମାନସିଂହ ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ, , ମାନପତ୍ର, ସତ୍ୟଂ ଶିବମ ସୁନ୍ଦରମ୍ ପତ୍ରିକା ଓ ଉପଢ଼ୌକନ ପ୍ରଦାନ କରା ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ପଣ୍ଡିତ ପ୍ରଫେସର ପ୍ରଭାକର ମିଶ୍ର,ଶ୍ରୀ ଗୌରାଙ୍ଗ ଦାସ,ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଓଁକାର ନାଥ ମିଶନ ଓଡ଼ିଶା ଉପସଭାପତି, ପ୍ରାର୍ଥନା ଓ ଦୂରଦର୍ଶନ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ଶ୍ରୀ ଦିବ୍ୟ ମାନସିଂହ, ଓମକାର ମିଶନ ର ଗଣ ମାଧବ ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ଶ୍ରୀ ମନୋଜ ସେଠ୍ ପତ୍ରିକାର ସହସମ୍ପାଦକ ସମାଜସେବୀ ଶ୍ରୀ ରାଜୁ ମେହେର, ସମାଜସେବୀକା ତ୍ରୀବେଣୀ ଗାଙ୍ଗୁଲୀ, ସମାଜସେବୀ ଶ୍ରୀ ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ । ବରିଷ୍ଠ ସାମ୍ବାଦିକ,ସ୍ତମ୍ଭକାର,ସମାଲୋଚକ, ସତ୍ୟଂ ସିବମ ସୁନ୍ଦରମ୍ ପତ୍ରିକା ଏଡିଟର, କ୍ୟାପିଟୋଲ ଫ୍ରେଣ୍ଡସ ଆସୋସିଏସନ୍ ଏବଂ ଓଁ କାର ନାଥ ମିଶନ ଓଡ଼ିଶା ଅଧ୍ୟକ୍ଷ ଇଂଜିନିୟର ଶ୍ରୀ ଜିତେନ କୁମାର ରାଉତରାୟ ପ୍ରଭୁ ସଦାଶିବ ଙ୍କ କୃପାରୁ ଉତ୍ସବ ସଫଳତା ପାଇଁ ସମସ୍ତଙ୍କୁ ଅନ୍ତରର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *