. ତିନିଟି ପ୍ରଶ୍ନ
ସକ୍ରେଟିସ୍ ଆପଣା ବିଦ୍ୱତ୍ତା ଓ ନମ୍ରତା କାରଣରୁ ଅତି ଲୋକପ୍ରିୟ ଥିଲେ। ଏକଦା ଭ୍ରମଣ କରୁଥିବା ସମୟରେ ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଭେଟି ନମସ୍କାର କରି କହିଥିଲେ- ‘ଜାଣିଛନ୍ତି, କାଲି ଆପଣଙ୍କର ଜଣେ ଘନିଷ୍ଠ ମିତ୍ର ଆପଣଙ୍କ ବିରୋଧରେ କ’ଣ ସବୁ କହୁଥିଲେ? ଏହା ଶୁଣିବା ପରେ ପରିଚିତଙ୍କ ଉଦ୍ଦେଶ୍ୟରେ ସକ୍ରେଟିସ୍ କହିଥିଲେ- ‘ମୋ ବିରୋଧରେ ମିତ୍ର କ’ଣ କହୁଥିଲେ ମୁଁ ତୁମଠାରୁ ଶୁଣିବାକୁ ଚେଷ୍ଟା କରିବି; ହେଲେ ପ୍ରଥମେ ମୋର ଛୋଟ ପ୍ରଶ୍ନ ତିନିଟିର ତୁମକୁ ଉତ୍ତର ଦେବାକୁ ହେବ।’ ତାଙ୍କଠାରୁ ଏହା ଶୁଣି ପରିଚିତ ବ୍ୟକ୍ତି ସ୍ତମ୍ଭୀଭୂତ ହୋଇ ଯାଇଥିଲେ ଏଥିପାଇଁ ଯେ ତାଙ୍କ ଭଳି ସୀମିତ ଜ୍ଞାନସମ୍ପନ୍ନ ଜଣେ ବ୍ୟକ୍ତି ସକ୍ରେଟିସଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ପ୍ରଶ୍ନର କ’ଣ ବା ଉତ୍ତର ଦେବେ? ତଥାପି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପଡ଼ି ଇସାରାରେ ପ୍ରଶ୍ନ ପଚାରିବାକୁ କହିଥିଲେ।
ସକ୍ରେଟିସ୍ ପ୍ରଥମେ ପ୍ରଶ୍ନ କରିଥିଲେ- ‘ତୁମେ ଏବେ ମୋତେ ବତାଅ ଯାହା କହିବାକୁ ଚାହୁଁଛ ତାହା ପୂରା ସତ ତ?’ ଆଗନ୍ତୁକ ମୁଣ୍ଡ ତଳକୁ କରି କହିଥିଲେ- ‘ନା, ମୁଁ ଏ କଥା ଜଣଙ୍କଠାରୁ ଶୁଣିଛି। ନିଜେ ଶୁଣି ନାହିଁ।ଆପଣ ମାନେ କାହାଣୀ ପଢୁଛନ୍ତି ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ ରେ। ସତମିଛ ସମ୍ପର୍କରେ ଠିକ୍ କହି ପାରିବିନି।’ ‘ଏହାର ତାତ୍ପର୍ଯ୍ୟ ହେଲା ତୁମେ ଠିକ୍ ଜାଣିନ ଯେ ମୋତେ ଯାହା କହିବାକୁ ଚାହୁଁଛ ତାହା ସତ କି ମିଛ? ଛାଡ଼ନ୍ତୁ, ଏବେ କୁହନ୍ତୁ ମୋତେ ଯାହା କହିବାକୁ ଚାହୁଁଛନ୍ତି ମୋ ପାଇଁ ତାହା ଭଲ କି ନୁହେଁ’- ପଚାରିଥିଲେ ସକ୍ରେଟିସ।
‘ଆପଣଙ୍କ ପାଇଁ ଭଲନୁହେଁ ବୋଲି ଭାବୁଛି। ଆପଣ ଏହା ଶୁଣିଲା ପରେ ହୁଏତ ମନ ଦୁଃଖ କରିବେ। ଆପଣଙ୍କ ମନରେ କଷ୍ଟ ଦେବ’- କହିଥିଲେ ଆଗନ୍ତୁକ। ‘ଏବେ ତୁମକୁ ମୋର ତୃତୀୟ ପ୍ରଶ୍ନ- ‘ତୁମେ ମୋତେ ଯାହା କିଛି କହିବାକୁ ଚାହୁଁଛ (ମୋ ଉପରେ ଟିପ୍ପଣୀ) ତାହା ମୋର କାର୍ଯ୍ୟ ପରିସରଭୁକ୍ତ କି? ମୋର କୌଣସି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ନେଇ ସେ ଏହି ଟିପ୍ପଣୀ ଦେଇଛନ୍ତି କି?’
‘ନା, ସେ ଭଳି କିଛି ନୁହେଁ’- କହିଥିଲେ ଆଗନ୍ତୁକ ମିତ୍ର। ତିନିଟିଯାକ ପ୍ରଶ୍ନର ବିଚିତ୍ର ନକାରାତ୍ମକ ଉତ୍ତର ଶୁଣି ସାରିବା ପରେ ସକ୍ରେଟିସ କହିଥିଲେ ଏଭଳି ଏକ କଥା, ଯାହା ସତ ନୁହେଁ, ଯାହା ଶୁଣିବା ମୋ ପାଇଁ ଉତ୍ତମ ହୋଇ ନପାରେ, ଯେଉଁ କଥା ସହିତ ମୋର ହାନିଲାଭ କିଛି ବି ନାହିଁ ତାକୁ ଶୁଣି ମୋର କ’ଣ ଫାଇଦା ଅଛି? ଆଉ ତୁମେ ମଧ୍ୟ ଶୁଣି ରଖ- ଯେଉଁ ପ୍ରସଙ୍ଗକୁ ନେଇ ତୁମର କିଛି ଫାଇଦା ଉଠାଇବାର ନାହିଁ, ସେଥିରେ ତୁମେ କାହିଁକି ଅଯଥାରେ ନିଜକୁ ଜଡ଼ିତ କରୁଛ? ଏହା ଶୁଣିବା ପରେ ଚୁଗୁଲି କରି ସକ୍ରେଟିସଙ୍କ ପ୍ରିୟପାତ୍ର ହେବାକୁ ଆଶା କରିଥିବା ବ୍ୟକ୍ତି ଲଜ୍ଜା ଅନୁଭବ କରି ଚୁପଚାପ୍ ସେଠାରୁ ଚାଲି ଯାଇଥିଲେ।
















Leave a Reply