ପୋଡିଦେଲେ ମେସିନ ଜୀବନରେ ମାରିଦେବାକୁ ଧମକ
ଖଜୁରିଆ କଟା ୭/୪
ଖଜୁରିଆକଟା – ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଦୁର୍ବୃତମାନେ ଜଣେ ବ୍ୟକ୍ତିଙ୍କ ମେସିନ ପୋଡି ଦେବାସହ ଜୀବନରେ ମାରିଦେବାକୁ ନେଇ ପୋଲିସରେ ହୋଇଛି ଅଭିଯୋଗ। ଖବରରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ଗିରିଧର ପଂଚାୟତ ବ୍ରହ୍ମପୁର ଗ୍ରାମର ସ୍ବର୍ଗତ ଗଙ୍ଗାଧର ଦେହୁରୀଙ୍କ ପୁଅ କ୍ଷୀରୋଦ ଦେହୁରୀଙ୍କ ଟାଟା୧୩୦ ମେସିନକୁ ମୋଟଙ୍ଗା ଥାନା ହିନ୍ଦୋଳରୋଡ଼ ଅଞ୍ଚଳର ସୁବାଷ ଘୋଷଙ୍କ ପୁଅ ସଂଜୀବ ଘୋଷ ଭଡାରେ ନେଇ ନିଜ କାର୍ଯ୍ୟରେ ଲଗାଇଥିବାବେଳେ କ୍ଷୀରୋଦଙ୍କ ପ୍ରାପ୍ୟ ବାବଦକୁ ୧୫ଲକ୍ଷଟଙ୍କା ଦେବାର ଥିଲା ମାତ୍ର ଟଙ୍କା ଫେରସ୍ତ ନପାଇବାରୁ କ୍ଷୀରୋଦ ନିଜ ଗାଡି ମେସିନ ନେଇଆସିଥିଲେ।

ତେବେ ଗତ ୩/୪/୨୬ରେ କ୍ଷୀରୋଦ ନିଜ ବଗିଚାରେ ଥିବାବେଳେ ସଂଜୀବ ଘୋଷ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ସହ ଆସି ଗୋଟେ ବୁଲେଟ ନଂ OD19U3684 ଅପରାହ୍ନ ୪ଟବେଳେ ଆସି ପିସ୍ତଲରେ ମାରିଦେବାକୁ ଧମାକାଇବାସହ ସେହିଦିନ ରାତି ୧୨ଟା ସମୟରେ ଗୁଣ୍ଡାମାନଙ୍କ ସହ ଆସି କ୍ଷୀରୋଦ ଙ୍କ ମେସିନକୁ ପୋଡ଼ିଦେବାସହ ସୁନାଚେନ ଓ ଟଙ୍କା ଲୁଟି ନେଇଥିବା କ୍ଷୀରୋଦ ରସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ପୋଲିସ ତଦନ୍ତ କରୁଥିବାବେଳେ ନିରୀହ କ୍ଷୀରୋଦଙ୍କୁ କ୍ଷତିପୂରଣ ସହ ଉଚିତ ନ୍ୟାୟ ଦେବାପାଇଁ ଅଞ୍ଚଳବାସି ଦାବି କରିଛନ୍ତି












Leave a Reply