“ନୃତ୍ୟ ତରଙ୍ଗ” ରାଉରକେଲା ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ଆୟୋଜିତ
ନୃତ୍ୟ ତରଙ୍ଗ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ମହା ଆଡମ୍ବର ରେ ଆୟୋଜନ କରାଯାଇଥିଲା…
ରାଉଲକେଲା : (ଦର୍ଶନ ସମୀକ୍ଷା)
ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇ. ପି. ଏସ ବ୍ରିଜେଶ କୁମାର ରାୟ (ଡି. ଆଇ. ଜି )ରାଉରକେଲା, ସମ୍ମାନୀତ ଅତିଥି ରେ ଜର୍ମାନ ରୁ ଆସିଥିଲେ ଗୁରୁ ବିଦୁଷି ଦୁର୍ଗା ଆର୍ୟା ମହୋଦୟା…..
କାର୍ଯ୍ୟକ୍ରମ ରେ ଗୁରୁ ଦୁର୍ଗା ଆର୍ୟା ଙ୍କ ନୃତ୍ୟ ସମସ୍ତ ଦର୍ଶକ ମଣ୍ଡଳୀଙ୍କୁ ଆଚମ୍ବିତ କରିଦେଇଥିଲା…
ବଂଶୀ ବାଦନରେ ଗୁରୁ ଶ୍ରୀ ନରେନ୍ଦ୍ର ନାୟକ, ତବଲା ରେ ଗୁରୁ ଶ୍ରୀ ଅଭୟକାନ୍ତ ଚୌଧୁରୀ, ଯୁବ କଳାକାର ଆରାଧ୍ୟା ପଣ୍ଡା, ଦିବ୍ୟତେଜ ମହନ୍ତ,ସାଇକୃଷ୍ଣ ଶ୍ରୀଚନ୍ଦନ ଏବଂ ଜ୍ୟୋତି ରଞ୍ଜନ ଦାସ ଙ୍କ ସହଯୋଗ ଅତ୍ୟନ୍ତ ଚିତାକର୍ଷକ ଥିଲା…
ଗୁରୁ ପି ସୌଜନ୍ୟା ଏବଂ ତାଙ୍କ ଅନୁଷ୍ଠାନ ର କଳାକାର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ
ଏହି ନୃତ୍ୟ ତରଙ୍ଗ କର୍ମଶାଳା ଟି ୩-୪-୨୬ ଠାରୁ ୫-୪-୨୬ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ କଥକ କଳାକାର ମାନଙ୍କୁ ନେଇ ଆୟୋଜିତ କରାଯାଇଥିଲା…
କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନୃତ୍ୟାଳୟ ର କଳାକାର କାଞ୍ଚନ ଧର କନକଲତା ମିଶ୍ରଧନ୍ୟବାଦ ଅର୍ପଣ କରିଥିଲେ












Leave a Reply