କାଳେ ଭୋଟ ନ ଦେଲେ ଦେଶର ନାଗରିକତା ପଳେଇବ ନିଜ ନିଜ ଘର ବାହୁଡା଼,,ଟ୍ରେନ ଷ୍ଟେସନ ରେ ଯାତ୍ରୀ ସମୁଦ୍ର,

Spread the love

ନୂଆଦିଲ୍ଲୀ:ସମ୍ପ୍ରତି ଦେଶର ବିଭିନ୍ନ କୋଣରୁ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ସାଧାରଣ ବଗିଗୁଡ଼ିକ ଯାତ୍ରୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହି ଭିଡ଼ ସାଧାରଣ ଲୋକଙ୍କର ନୁହେଁ। ଏ ଭିଡ଼ ହେଉଛି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କର। ଭୋଟ୍ ନଦେଲେ ପଞ୍ଜିକରଣ ରଦ୍ଦ ଏବଂ ନାଗରିକତା ହରାଇବା ଭୟରେ ସେମାନେ ବାଧ୍ୟରେ ନିଜ ପେଟପାଟଣା କାମ ଛାଡ଼ି ଘରମୁହାଁ ହୋଇଛନ୍ତି। ଟ୍ରେନ୍‌ର ଭିଡ଼ ବଖାଣୁଛି ସେମାନଙ୍କର ଅସହାୟତାର କାହାଣୀ। ନିଜର ଭିଟାମାଟିର ପରିଚୟକୁ ବଞ୍ଚାଇବା ପାଇଁ ସେମାନେ ହଜାର ହଜାର ମାଇଲ ଯାତ୍ରା କରୁଛନ୍ତି। ଟ୍ରେନ୍‌ରେ ଅତ୍ୟଧିକ ଭିଡ଼ ଏବଂ ଶ୍ରମିକଙ୍କ ପାଖରେସମ୍ବଳର ଅଭାବ ଏକ ମାନବିକ ସଙ୍କଟ ସୃଷ୍ଟି କରିଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଅହମଦାବାଦ ଏବଂ ଉତ୍ତର ପ୍ରଦେଶ ଭଳି ସହରରୁ ଦିନ ମଜୁରିଆ ଏବଂ ଶ୍ରମିକ ନିଜ ନିଜ ଘରକୁ ଫେରୁଛନ୍ତି।

ଭୋଟର ତାଲିକାରୁ ନାମ ବାଦ୍ ଦିଆଯିବାର ଭୟ ନିଦ ହଜାଇ ଦେଇଛି। ପ୍ରବାସୀ ଶ୍ରମିକଙ୍କ ଏହି ହଠାତ୍ ପ୍ରତ୍ୟାବର୍ତ୍ତନ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ(ଏସ୍‌ଆଇଆର୍‌) ପ୍ରକ୍ରିୟା ସହିତ ଜଡିତ। ଶ୍ରମିକମାନଙ୍କ ମଧ୍ୟରେ କଥାଟି ନିଆଁ ପରି ବ୍ୟାପିଯାଇଛି ଯେ ଯଦି ସେମାନେ ଚଳିତ ନିର୍ବାଚନରେ ​​ଭୋଟ୍ ନଦିଅନ୍ତି, ତେବେ ସେମାନଙ୍କ ନାମ ଭୋଟର ତାଲିକାରୁ ସ୍ଥାୟୀ ଭାବରେ ବାଦ୍ ଦିଆଯିବ। କିଛି ଲୋକ ଅଭିଯୋଗ କରିଛନ୍ତି, ଗତ ବର୍ଷ ଏପରି ଅନେକ ମାମଲା ଘଟିଥିଲା ​​। ‌ପ୍ରକାଶିତ ଭୋଟରରେ ବହୁ ଲୋକଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିଲା ଏବଂ କିଛିଙ୍କୁ ବେଆଇନ ପ୍ରବାସୀ ଘୋଷଣା କରାଯାଇଥିଲା। ମୂଳ: ସମ୍ବାଦ ଡିଜିଟାଲ

Leave a Reply

Your email address will not be published. Required fields are marked *