ପୋଖରୀଆପଡାରେ ୨୫ତମ ଭାଗବତ ପାରାୟଣ ଓ ହରିହାଟ
ପଟ୍ଟାମୁଣ୍ଡାଇ ତା ୪/୪-ଦର୍ଶନ ସମୀକ୍ଷା
ପଟ୍ଟାମୁଣ୍ଡାଇ ବଜାରସ୍ଥିତ ୧୩ ନଂ. ୱାର୍ଡ ପୋଖରୀଆପଡାରେ ୨୫ତମ ଭାଗବତ ପାରାୟଣ ଓ ହରିହାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜକ ଶାରଦା ପ୍ରସାଦ ପଣ୍ଡା ଓ ପ୍ରବଚକ ପଣ୍ଡିତ ବିଭୂତି ଭୂଷଣ ପଣ୍ଡାଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟ ଚାଲୁରହିଥିବାବେଳେ କର୍ତା ଭାବେ ଶତୃଘ୍ନ ଦାଶ ଓ କର୍ତୀ ଭାବେ ପୁଷ୍ପରେଖା ଦାଶଙ୍କ ଦ୍ୱାରା ୭ ଦିନ ବ୍ୟାପି ପୂଜାର୍ଚନା କରାଯାଇଥିଲା । ପ୍ରତିଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରବଚନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶହ ଶହ ଭଗବତପ୍ରେମୀ ନିଷ୍ଠାର ସହିତ ଭାଗବତ ବାଣୀ ଓ ପ୍ରବଚନ ଶୁଣି ଆନନ୍ଦବଜାରରେ ପ୍ରସାଦ ସେବନ କରିବାର ଦେଖିବାକୁ ମିଳିଥିଲା । ଗତକାଲି ଅନ୍ତିମ ଦିବସରେ ହରିହାଟ ମହୋତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ଅଚଂଳର ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତନ, ଦାଣ୍ଡିଆ ନୃତ୍ୟ ଓ ତପନ ମିଶ୍ର ଭଜନ ମଚଂ କଳାକାରମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ହରିହାଟରେ ୬୪ ଜଣ ବ୍ରାହ୍ମଣ ଯୋଗ ଦେଇ ଭକ୍ତମାନଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । ଏଇ ଅବସରରେ ପୋଖରୀଆପଡା ଗ୍ରାମର ମୂରବୀମାନଙ୍କ ଦ୍ୱାରା ଦୀର୍ଘ ୨୫ ବର୍ଷ ଧରି ଭାଗବତ ପାରାୟଣ କାର୍ଯ୍ୟକ୍ରମ ତଥା ଚଳିତ ବର୍ଷ ମୁରବୀମାନଙ୍କ ଉଦ୍ୟମରେ ଜଗନ୍ନାଥଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯାଇ ଭାଗବତ ପାରାୟଣ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିବାରୁ ଅନୁଷ୍ଠାନର ମୂରବୀମାନଙ୍କୁ ଉକ୍ତ ଗ୍ରାମର ଉଦୀୟମାନ ଯୁବସଂପ୍ରଦାୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ରଙ୍କୁ ମଧ୍ୟ କମିଟି ପକ୍ଷରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥ କମିଟି ଓ ଗ୍ରାମର ମୂରବୀ ଦୈତାରୀ ଜେନା, ଶୁକଦେବ ସ୍ୱାଇଁ, ଭରତ ଚନ୍ଦ୍ର ଦାଶ, ଲିପୁନ ଦାଶ, ପ୍ରେମାନନ୍ଦ ପଣ୍ଡା, ଚିତରଞନ ମହାନ୍ତି, ନଗେନ୍ଦ୍ର ଦାଶ, ରବିନ୍ଦ୍ର ଦାଶ, ଉପେନ୍ଦ୍ର ନାୟକ, ସ୍ମୃତିରଞନ ଷଣ୍ଢ, ପର୍ଶୁରାମ ଷଣ୍ଢ, ପଣ୍ଡିତ ତୈ୍ରଲୋକ୍ୟ ପ୍ରସାଦ ମିଶ୍ର, ଇଂ. ତ୍ରିଲୋଚନ ସୂତାର, ବିଜୟ କୁମାର ମହାନ୍ତି, କାଳନ୍ଦି ନାୟକ, ସମୀର ପାତ୍ର, ପାପୁନି ଦାଶ, ତପନ ନାଥ, ବୁଟା ଷଣ୍ଢ, ବାପି ଦାଶ ପ୍ରମୁଖ ଜଗନ୍ନାଥ ମନ୍ଦିର କମିଟିର ସଭ୍ୟମାନେ ତଥା ଅନନ୍ତ ଗୋପାଳକ କାର୍ତିକେଶ୍ୱର ପୂଜା କମିଟିର ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ତିମ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ ।












Leave a Reply