ପାଲଲହଡା ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥା ର ମନାମାନୀ ବିରୁଦ୍ଧରେ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ବରଡ଼ିହ ପଂଚାୟତ ର ଦୁଇ ଗ୍ରାମବାସୀ ଆନ୍ଦୋଳନ ପାଇଁ ଚେତାବନୀ
ପାଲଲହଡା- (ଦର୍ଶନ ସମୀକ୍ଷା)
ଗତ 2023 ମସିହାରେ ପାଲଲହଡା ବ୍ଲକ ର ନାଗିରା ପଂଚାୟତ ର ସିବିଡା ଠାରୁ ବରଡ଼ିହ ପଂଚାୟତ ର ଖଡକା ଓ କୁମ୍ଭାର ମାଟି ପ୍ରଯ୍ୟନ୍ତ ଦୀର୍ଘ 36 କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଦ୍ଵାରା ଟେଂଡର କରାଯାଇ 42 କୋଟି ଟଙ୍କା ବୟ ଅଟକଳ ରେ କାମ ଆହ୍ୱାନ କରାଯାଇଥିଲା, ଏବଂ ଏହି 36 କିଲୋମିଟର ରାସ୍ତା ଭିତରେ ଟେଂଡର ଓ ପ୍ଲାନ ଏଷ୍ଟୀମେଟ ରେ ବରୁଣଡିହ ଓ ସଲେଇ ଗାଁ ଦେଇ ରାସ୍ତା ନିର୍ମାଣ ହେବବୋଲି କାର୍ଯ୍ୟାଦେଶ ଦିଆ ଯାଇଥିଲା, କିନ୍ତୁ ଏବେ ରାସ୍ତା ନିର୍ମାଣ ଚାଲୁଥିବା ବେଳେ ରାସ୍ତା ନିର୍ମାଣ ପ୍ରକ୍ରିୟା ରେ ବରୁଣଡିହ ଓ ସଲେଇ ଗାଁ କୁ ବାଦ ଦିଆ ଯାଇଛି କହି ଠିକା ସଂସ୍ଥା ରାସ୍ତା କାମ କରିବାକୁ ମନା କରୁଛନ୍ତି, ଏବଂ ଆମକୁ ଡିପାର୍ଟମେଣ୍ଟ କାମ କରିବାକୁ ମନା କରିଥିବା ଠିକା ସଂସ୍ଥା ପକ୍ଷ ରୁ କୁହାଯାଇଛି, ଚି଼ହ୍ନଟ ହେଇଥିଲେ ମଧ୍ୟ ଏହି ଦୁଇ ଟି ଗାଁ ର ଶାଖାରାସ୍ତା କୁ ରାଜନୈତିକ ଅଭିଶନ୍ଧି ରଖି ବାଦ ଦିଆ ଯାଇଛି ବୋଲି ଦୁଇ ଗ୍ରାମର ଗ୍ରାମବାସୀ ଅଭିଯୋଗ କରି ଶନିବାର ପାଲଲହଡା ବ୍ଲକ ଅଧକ୍ଷା ରୀନାରାଣୀ ନାଏକ ବରଡ଼ିହ ସରପଞ୍ଚ କପି ଦେହୁରୀ ଓ ଦୁଇ ଗ୍ରାମର ଅଧିବାସୀ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି, ଯଥା ଶୀଘ୍ର ଦୁଇ ଗାଁ କୁ ସାମିଲ କରା ନଗଲେ ଆଗାମୀ ଦିନରେ ଦୁଇ ଗାଁ ର ଅଧିବାସୀ ଛୁଆ ପିଲା ଧରି ପାଲଲହଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ପାଲଲହଡା ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯାନ୍ତ୍ତୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଘେରାଉ କରିବୁ ବୋଲି କହିଛନ୍ତି, ଅନ୍ୟପଟେ ବାରମ୍ବାର ଫୋନ କରିବା ସ୍ୱତେ ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମତାମତ ମିଳିପାରିନାହିଁ I












Leave a Reply