ଏକ ଭିନ୍ନ ଓ ବିରଳ ସମ୍ବର୍ଦ୍ଧନା….. ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଏସପିଙ୍କୁ ବିଦାୟ ଦେଲେ ପାରଳା ଜନସାଧାରଣ ପାରଳାଖେମୁଣ୍ଡି, 4/3(ତାରିଣୀ ପ୍ରସାଦ ପଣ୍ଡା,): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ପୋଲିସ ଏସପିଙ୍କୁ ପାରଳାବାସୀଙ୍କ ତରଫରୁ ଏକ ଭିନ୍ନ ଓ ବିରଳ ସମ୍ବର୍ଦ୍ଧନା ଦିଆ ଯାଇଥିବା ଲକ୍ଷ୍ୟ କରାଯାଇଛି. ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଏସପିଙ୍କୁ ସହର ପରିକ୍ରମା କରି ବିଦାୟ ଦେଲେ ପାରଳା ଜନସାଧାରଣ. ଗତ 31 ତାରିଖରେ ଅବସରଗ୍ରହଣ କରିଥିଲେ ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡା । ଯାହାକୁ ନେଇ ବିଭିନ୍ନ ସ୍ତରରେ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ପଣ୍ଡା ଗଜପତି ଜିଲ୍ଲା ଛାଡୁଥିବାରୁ ତାଙ୍କୁ ପୋଲିସ୍ କର୍ମୀ ଓ ଜନସାଧାରଣ ବାଜାବାଜଣା ଓ ମୋଟର ସାଇକେଲ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇ ବିଦାୟ ଦେଇଥିଲେ।

ଯାହାକି ଏପରି କେବେ ବି ଜଣେ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ଦେବାର ନଜିର ନାହିଁ। ରାଣୀପେଣ୍ଠ ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡାଙ୍କୁ ପାଛୋଟି ଅଣାଯାଇଥିଲା । ଆତସବାଜି, ବାଦ୍ୟବାଜଣା, ମୋଟରସାଇକେଲ ଶୋଭାଯାତ୍ରା କରି ନଗର ପରିକ୍ରମା କରାଯାଇଥିଲା ।
ଏହି ସମୟରେ ଜନସାଧାରଣ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କାମନାଥିଲେ । ଶ୍ରୀ ପଣ୍ଡା ଗଜପତି ଜିଲ୍ଲାରେ ସ୍ବଳ୍ପ ବର୍ଷର କାର୍ଯ୍ୟକାରୀ ସମୟରେ ସେ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଯାହାକି ଆଜି ଶୋଭାଯାତ୍ରା ଯାଉଥିବା ସମୟରେ ସହରର ବିଭିନ୍ନ ବର୍ଗର ଲୋକେ ସ୍ବତପ୍ରବୃତ ଭାବେ ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ କରି ଆପଣ ଆଉ କିଛି ବର୍ଷ ପୂର୍ବରୁ ଏହି ଜିଲ୍ଲାକୁ ଆସିବାର ଥିଲା ବୋଲି କହୁଥିବାର ଲକ୍ଷ୍ୟ କରାଯାଇଥିଲା । ଲୋକଙ୍କ ଏଭଳି ଆତ୍ମୀୟତା କଥା ଶୁଣି ଶ୍ରୀ ପଣ୍ଡା ଭାବବିହ୍ବଳ ହୋଇ ପାରଳାବାସୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ.
ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ରପ୍ରଦେଶର ମଞ୍ଜୁଷାରେ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ପାରଳାଖେମୁଣ୍ଡି, 4/3(ତାରିଣୀ ପ୍ରସାଦ ପଣ୍ଡା ):
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ଗ୍ରାମରେ ଓଡ଼ିଆ ଯୁବକ ପାଠାଗାର ପକ୍ଷରୁ ପାଠାଗାର ର ଶ୍ରୀ ନୃସିଂହ ପାଣିଗ୍ରହୀ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଡ. ତିରୁପତି ସାହୁ ମୁଖ୍ୟ ଅତିଥି ରୂପେ ସଭା ମଣ୍ଡନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ନୀଳକଣ୍ଠ , ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ , ଉପସଭାପତି ରାଧାକୃଷ୍ଣ ପଟ୍ଟନାୟକ , ନିରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ରହି ୧୯୩୬ ମସିହା ଅପ୍ରେଲ ୧ ତାରିଖ ହେଉଛି ଓଡିଆ ଜାତି ପାଇଁ ସ୍ମରଣୀୟ ଦିବସ। ଉକ୍ତ ତଥା ଓଡିଶା ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଅନେକ ବର୍ଷ ଧରି ବଙ୍ଗ ଏବଂ ମାଡ୍ରାସ କାଳରେ ବିଚ୍ଛିନ୍ନ ହୋଇ ରହିଥିବା ଓଡିଶା , ମହାପୁରୁଷ ମାନଙ୍କ ପ୍ରଚେଷ୍ଟା ଦ୍ବାରା ସେମାନଙ୍କ ଆତ୍ମବଳି ଦ୍ବାରା ଏବଂ ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ପରମ୍ପରାକୁ ରକ୍ଷା କରିବା ଦ୍ୱାରା , ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ହୋଇଥିଲା। ବିଚ୍ଛିନ୍ନାଞ୍ଚଳର ଏକ ବିଶିଷ୍ଟ ସ୍ଥାନ ହେଉଛି ମଞ୍ଜୁଷା। ମଞ୍ଜୁଷା ରେ ଅବସ୍ଥିତ ଏହି ଓଡ଼ିଆ ଯୁବକ ପାଠାଗାର ତାର ସଂସ୍କୃତି , ପରମ୍ପରା କୁ ବର୍ତ୍ତମାନ ସୁଦ୍ଧା ୧୯୦୭ ମସିହାରୁ ସ୍ଥାପିତ ହୋଇ ବର୍ତ୍ତମାନ ସୁଦ୍ଧା ବଜାୟ ରଖିଥିବା ରୁ ଅତିଥି ମାନେ ପ୍ରଶଂସା କରିଥିଲେ।
ଏହି ଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ପାରଳା ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର ନୃତ୍ୟଶିଳ୍ପୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥବା ବେଳେ ତାପସୀ କର , ଅଶ୍ଲୋଷା ପାଣିଗ୍ରାହୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ସ୍ଥାନୀୟ କଳାକାରଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ସନ୍ତୋଷ କୁମାର ମହାନ୍ତି , ଜୟରାମ ମାଳୀ , ଶ୍ରୀନିବାସ ପାଢ଼ୀ , ସିମାଞ୍ଚଳ ପତି , ପ୍ରଦୋଷ ତ୍ରିପାଠୀ , ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ବେହେରା , ସାଂସ୍କୃତିକ ସମ୍ପାଦକ ଶ୍ରୀ ନାଲା ନିଳକଣ୍ଠ , ପାଠାଗାର ପରିଚାଳକ ଶ୍ରୀ ପରମେଶ୍ୱର ବେହେରା ପ୍ରଦୀପ ସାହୁ , ଜଗନ୍ନାଥ ମହାରଣା , କିଶୋର ଗୌଡ , ଶଙ୍କର ମହାରଣା , ପୁରୁଷୋତ୍ତମ ବେହେରା , ସମସ୍ତ କାର୍ଯ୍ୟକର୍ତ୍ତା ବୃନ୍ଦ ଏଥିରେ ଅଂଶ ଗ୍ରହଣ କରି ପରିଚାଳନା ରେ ସହଯୋଗ କରିଥିଲେ।
ପାରଳାରେ ମଲ୍ଲୀ ଝୁଲଣ ଯାତ୍ରା….. ପାରଳାଖେମୁଣ୍ଡି, 4/3(ତାରିଣୀ ପ୍ରସାଦ ପଣ୍ଡା ):
ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି।
ମହନ୍ତ ମଦନ ଗୋପାଳ ଦାସଜୀ କହିବା ଅନୁଯାୟୀ ବସନ୍ତ ଋତୁର ଆଗମନରେ ପୃଥ୍ୱୀ ପୃଷ୍ଠରେ ବିଭିନ୍ନ ପ୍ରକାର ପୁଷ୍ପରେ ଶୋଭାୟମାନ ହୋଇଥାଏ ।
ଏହି ପୁଷ୍ପମାନଙ୍କ ସୁଗନ୍ଧକୁ ଉପଭୋଗ କରିବା ନିମନ୍ତେ ରାଧାଗୋବିନ୍ଦ ବିହରଣ କରିଥାନ୍ତି । ସଖୀ ମଂଜରୀ ମାନେ ଯୁଗଳଙ୍କ ନିମନ୍ତେ ବିଭିନ୍ନ ସୁଗନ୍ଧିତ ପୁଷ୍ପରେ ସୁଶୋଭିତ ଝୁଲଣ (ଦୋଳି) ନିର୍ମାଣ କରି ତା ମଧ୍ୟରେ ରାଧାଗୋବିନ୍ଦଙ୍କୁ ବିରାଜମାନ କରାଇ ସେବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ଯୁଗ ମୂର୍ତ୍ତୀକୁ ସଖୀ ମଂଜରୀ ମାନେ ଆଲଟ ଚାମର ତଥା ବିଭିନ୍ନ ପ୍ରକର ନୃତ୍ୟ , ବାଦ୍ୟଯନ୍ତ୍ର , ସଂଗୀତ ମାଧ୍ୟମରେ ମନୋରଂଜନ କରିଥାନ୍ତି।
ଏହି ସମୟରେ ମଲ୍ଲୀ ପୁଷ୍ପରେ ରାଧାଗୋବିନ୍ଦଙ୍କୁ ଶୃଙ୍ଗାର କରାଯାଇଥାଏ। ଏହି ସମସ୍ତ ତଥ୍ୟ ଗରୁଡ ପୁରାଣ ଓ ପଦ୍ମପୁରାଣ ଭଳି ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି।
ପଦ୍ମ ପୁରାଣ ଅନୁଯାୟୀ କାର୍ତ୍ତିକ ରଥ , ଚୈତ୍ରେ ଦୋଳ ତଥା ମଦନ କାରୋପଣ ଏବଂ ଶ୍ରାବଣରେ ସନ୍ଥ ପର୍ବରେ ଯେଉଁ ବ୍ୟକ୍ତିମାନେ ଦର୍ଶନ କରନ୍ତି , ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ ନଷ୍ଟ ହୋଇଯାଇଥାଏ।
ପଦ୍ମ ପୁରାଣ ବ୍ୟତୀତ ଗରୁଡ ପୁରାଣରେ ମଧ୍ୟ ଏହା ବର୍ଣ୍ଣତ ହୋଇଅଛି ଯେ, କଳିକାଳେ ଚୌତ୍ର ଶୁକ୍ଲ ପକ୍ଷେ ଝୁଲଣ ମଣ୍ଡପ ଉପରେ ଉଭୟ ରାଧା ଗୋବିନ୍ଦଙ୍କୁ ଯେଉଁମାନେ ପୂଜା କରନ୍ତି କିମ୍ବା ଦର୍ଶନ କରନ୍ତି ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ।
ଏହାକୁ ଆଧାର କରି ଗୋସ୍ୱାମୀ ମାନେ ଉକ୍ତ ମାସରେ ଝୁଲଣ ଯାତ୍ରା ଅନୁଷ୍ଠିତ କରିଥାନ୍ତି । ଯାହାକି ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନୃସିହଂନାଥ ମଠରେ ମଲ୍ଲୀ ଝୁଲଣ ନାମରେ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଅନୁଷ୍ଠିତ ହୋଇ ଆସୁଅଛି।
ଉକ୍ତ ଝୁଲଣ ଯାତ୍ରା ଶ୍ରୀ ମଧୁସୁଦନ ଦାସଜୀ ବାବାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ମିଷ୍ଠାନ ବଣ୍ଟନ , ଅନ୍ନ ପ୍ରସାଦ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପାରଳାସହରରେ ବହୁ ଭକ୍ତ ବୃନ୍ଦଙ୍କ ସମାବେଶ ହୋଇଥିଲା

ଗଜପତିରେ ବଜ୍ରଘାତ: ଦୁଇ ଜଣ ଗୁରୁତର ପାରଳାଖେମୁଣ୍ଡି, 4/3(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଶବରପୋଲୀ ପଞ୍ଚାୟତର ଲୁବୁରସିଙ୍ଗ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡଘଡି ସମୟରେ ଦୁଇ ଜଣଙ୍କୁ ଆଘାତ ହୋଇଥୁଲା, ଗ୍ରାମର ମୁଖ୍ୟା ୧୦୮ କୁ ଖବର ଦେଇଥିଲେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥୁଲା,

ଗୁରୁତର ବ୍ୟକ୍ତି ଦୁଇଜଣ ହେଲେ କୃଷ୍ଣ ବଳିୟାର ସିଂ ବୟସ ୩୨ ଏବଂ ଅନ୍ୟ ଜଣକ ହେଲେ ଶୀଳ୍ପା ଜାଲିଆଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି.
ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି,୦୪.୦୪.(ତାରିଣୀ ପ୍ରସାଦ ପଣ୍ଡା ):
ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନ୍ନନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠିକ ଭାବରେ ସଚେତନତା ପତାକା ଦେଖାଇ ଶୁଭ ଆରମ୍ଭ କରିଛନ୍ତି।

ଏହାର ଉଦ୍ଧେଶ୍ୟ ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା। ନିଜ ଦୋକାନ ଏଵଂ ବାଣିଜ୍ୟ ପ୍ରତିଷ୍ଠାନ ନାମଫଳକ ଓଡ଼ିଆ ରେ ଲେଖି ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ପଦଯାତ୍ରା କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ଦୋକାନ ଓ ବାଣିକ୍ୟକ ପ୍ରତିଷ୍ଠାନ ଆଇନ୍ ଅନୁଯାୟୀ ଓଡ଼ିଆ ଭାଷାରେ ନାମ ଫଳକ ଲେଖା ସମ୍ବନ୍ଧରେ ବିଭିନ୍ନ ପ୍ଲାକାର୍ଡ, ଫାମ୍ପଲେଟ ବ୍ୟାନର ଇତ୍ୟାଦି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାହାରି ମହାରାଜା ପେଲେସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନ, ଓ ବସରେ ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଅନୁରୋଧ କରାଯାଇଛି।
ଏହି ଶୋଭାଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଗଜପତି ଶ୍ରୀମତୀ ଭାରତୀ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ,
ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶ୍ରମିକ କର୍ମଚାରୀ ମାନେ ସାମିଲ ହୋଇ ସଚେତନତା କରାଇଥିଲେ।












Leave a Reply