Spread the love

ଓର୍କେଲ ପୋଲିସ ପକ୍ଷରୁ ନୂଆଗୁଡା ଜଙ୍ଗଲରେ ଗଛିତ ଥିବା ୩ କ୍ୱିଣ୍ଟାଲ ୧୨ କିଲୋ ଗଞ୍ଜେଇ ଜବତ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। କିଛି ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧୀନ ନୂଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ୨୬ ଟି ବସ୍ତାରେ ଗଛିତ ରଖିଥିବା ମୋଟ ୩ କ୍ୱିଣ୍ଟାଲ ୧୨ କିଲୋ ଗଞ୍ଜେଇକୁ ଓର୍କେଲ ପୋଲିସ ଜବତ କରିଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୯୨/୨୦୨୬ ରେ ଏକ ମାମଲା ରୁଜୁ କରିଛି। ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରା ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯିବା ସହିତ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଛି। ତେବେ ଏନେଇ
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ କିଛି ଗଞ୍ଜେଇ ମାଫିଆ ନୂଆଗୁଡା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖିଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନଙ୍କୁ ସୂଚନା ମିଳିଥିଲା। ଏସଡିପିଓ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏସଆଇ ଅଜିତ ସିଂ ବରିହା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ନୂଆଗୁଡା ଜଙ୍ଗଲରେ ଚଢ଼ାଉ କରି ସେଠାରେ ଗଛିତ ଥିବା ସମସ୍ତ ଗଞ୍ଜେଇକୁ ଜବତ କରି ଥାନାକୁ ଅଣାଯାଇଥିଲା
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ଏହି
ଘଟଣାର ତଦନ୍ତ ଏସଆଇ ହରପ୍ରିୟା ଶବର ଜାରୀ ରଖିଛନ୍ତି ବୋଲି ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *