ପୁଣି ଗଜପତି ପୋଲିସ ଦ୍ଵାରା 50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, 3/4(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ପୁଲିସ ଆଉ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହେବାରେ ଲାଗିଛି। ଗତ କିଛି ଦିନ ହେଲା ଗଜପତି ପୋଲିସ ଲଗାତାର ଭାବେ ଚଢାଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା ବହୁ ପରିମାଣର ଗଞ୍ଜେଇକୁ ଜବତ କରିଥିବା ବେଳେ ଗତକାଲି ପୁଣି 50 ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିବାରେ ପୋଲିସ ସଫଳ ହୋଇଛନ୍ତି । ଗୁରୁବାର ଦିନ ଅଡବା ପୁଲିସକୁ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ଅଞ୍ଚଳରୁ ଏକ ମେକ୍ସ ପିକ ଅପ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଚୋରା ଚାଲାଣ କରାଯିବାର ଖବର ପାଇ ଅଡବା ପୁଲିସର ଏକ ଟିମ ଚଢାଉ କରିଥିଲା । ଚଢ଼ାଉ ସମୟରେ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ି ସହ ଗଞ୍ଜେଇକୁ ଜବତ କରିଛି ପୁଲିସ। ଜବତ ଗଞ୍ଜେଇ ବସ୍ତା ଗୁଡ଼ିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା । ଯାହାର ପରିମାଣ ୫ କୁଇଣ୍ଟାଲ ହୋଇଥିଲା। ଏହାର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଗଜପତି ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଦାୟିତ୍ୱ ମିଳିବା ପରେ ଗଜପତିରେ ଖୁସିର ଲହରୀ ପାରଳାଖେମୁଣ୍ଡି, 3/4(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର ଯୋଜନା ଆଇନ ବୋର୍ଡ ଅଧ୍ଯକ୍ଷ ଭାବେ ରାଜ୍ୟ ଆଇନ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କୁ ସରକାର ଦାୟିତ୍ଵ ଦେଇଥିବାରୁ ଗଜପତି ଜିଲ୍ଲାର ନିଶ୍ଚିତ ଉନ୍ନତି ହେବ ବୋଲି ଲୋକେ ଆଶାବ୍ୟକ୍ତ କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯିବା ନେଇ ସମଗ୍ର ଗଜପତି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି.ଏନେଇ ଜିଲ୍ଲାବାସୀ ସରକାରଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି. ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଭଳି ଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର ଦାୟିତ୍ଵବାନ ଏବଂ ଜଣେ ଆଗ ଧାଡିର ମନ୍ତ୍ରୀକୁ ଦାୟିତ୍ୱ ଦିଆଯାଇ ଥିବାରୁ ବିଭିନ୍ନ ମହଲରୁ ସ୍ଵାଗତ କରାଯିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି।

ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ, ବନ ପାହାଡ଼ ଘେରା, ପ୍ରାକୃତିକ ସମ୍ପଦରେ ଭରପୁର ସବୁଜ ଜିଲ୍ଲା ଅଟେ । ଏଠାରେ ସଠିକ୍ ଭାବେ ଯୋଜନା ପ୍ରସ୍ତୁତ କରାଯାଇ ତାହା କାର୍ଯ୍ୟକ୍ଷମ ହେବ ଜିଲ୍ଲାବାସୀ ଉପକୃତ ହେବା ସହ ଜିଲ୍ଲା ରାଜ୍ୟ ପାଇଁ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହୋଇପାରିବ. ଏହି ଜିଲ୍ଲାରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଗଣ୍ଡାହାତୀ ପର୍ବତ ମାଳା, ଖସଡା ଜଳପ୍ରପାତ, ମାଙ୍କଡଡିଆଁ, ଗୁଦୁଗୁଦା, ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦିର, ହରଭାଙ୍ଗି ଡ୍ୟାମ ଆଦି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ଏହି ସ୍ଥଳ ଗୁଡିକ ଯଦି ସଠିକ୍ ଯୋଜନା ପ୍ରଣୟନ କରାଯାଏ ଏହାର ଉନ୍ନତି ସାଧନା ହୋଇପାରନ୍ତା ଜିଲ୍ଲାବାସୀ ଉପକୃତ ହେବା ସହ ଗଜପତି ଜିଲ୍ଲା ଓଡ଼ିଶାରେ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ. ପାରଳାଖେମୁଣ୍ଡି ସହର ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ଯାହାକି ରାଜ୍ୟର ଏକ ପୁରାତନ ଏବଂ ଐତିହାସିକ ସହର. ଏଠାରେ ବୃନ୍ଦାବନ ପ୍ୟାଲେସ, ପାରଳା ରାଜନହର, ଗଜପତି କଲେଜ ଆଦି ଅନେକ ସ୍ଥାନ ରହିଛି ଯାହାର ଆହୁରି ଅନେକ ଉନ୍ନତି ପାଇଁ ବାରମ୍ବାର ଦାବି ହୋଇଆସୁଛି। ମନ୍ତ୍ରୀ ଶ୍ରୀହରିଚନ୍ଦନ ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀ ହୋଇଥିବାରୁ ଏବଂ ସେ ଜଣେ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ହୋଇଥିବାରୁ ବାରୁ ତାଙ୍କୁ ଏହି ଜିଲ୍ଲାର ଉନ୍ନୟନ ଯୋଜନା ଦାୟିତ୍ଵ ଦିଆଯାଇଥିବା ଜିଲ୍ଲାବାସୀ ବେଶ ଆଶାବାଦୀ ରହିଛନ୍ତି। ସରକାର ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦେଇଥିବାରୁ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପ ପସଭାପତି କେ.ନାରାୟଣ ରାଓ, ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବର, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଧୁବାଦ ଜଣାଇବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସ୍ୱାଗତ ଜଣାଇ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି.
ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ୬୩ ବର୍ଷୀୟ ବୃଦ୍ଧ ରମେଶ….. ଗଜପତି ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ
ପାରଳାଖେମୁଣ୍ଡି, 3/4(ତାରିଣୀ ପ୍ରସାଦ ପଣ୍ଡା ):
ଅଙ୍ଗଦାନ କରି ମୃତ୍ୟୁ ପରେ ପରେ ବି ଅମର ହେଲେ ଗଜପତି ଜିଲ୍ଲାର ୬୩ ବର୍ଷୀୟ ବୃଦ୍ଧ ରମେଶ. ଏନେଇ ଗଜପତି ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଜାଲିବାଡି ଗ୍ରାମରେ ଗତ ମାର୍ଚ୍ଚ ମାସ ୩୧ ତାରିଖରେ ୬୩ ବର୍ଷୀୟ ବୃଦ୍ଧ ରମେଶ ରଣସିଂ କୌଣସି କାର୍ଯ୍ୟରେ ବାଇକ୍ ଯୋଗେ ଯାଉଥିବା ବେଳେ ବଡ଼ସିନ୍ଧବା ଗାଁ ନିକଟରେ ବାଇକ୍ ଜୋରରେ ଧକ୍କା ଦେଇଥିଲା।

ଯାହା ଫଳରେ ସେଠାର ରମେଶ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ଭର୍ତ୍ତି ହୋଇଥିଲେ ପରେ ଆନ୍ଧ୍ରର ଶ୍ରୀକାକୁଲମରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ଗତ 1 ତାରିଖ ଦିନ ତାଙ୍କର ବ୍ରେଇନ ଅଚଳ ହୋଇଥିବା ଡାକ୍ତର ଘୋଷଣା କରିଥିଲେ. ମୃତ୍ୟୁ ପୂର୍ବରୁ ରମେଶଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ଶରୀରର ସମସ୍ତ ଅଙ୍ଗ ଅନ୍ୟ ଦରକାରୀ ଲୋକଙ୍କ ପ୍ରାଣ ରକ୍ଷା ପାଇଁ ଦାନ କରିଵି. ସେଥି ଅନୁଯାୟୀ ମୃତ୍ୟୁ ପରେ ତାଙ୍କର ଲିଭର, କିଡନୀ ଓ ହାର୍ଟ ଆଦି ଦାନ କରାଯାଇଥିଲା । ଏହି ଘଟଣା ପରେ ତାଙ୍କ ମର ଶରୀର ନିଜ ଗ୍ରାମକୁ ଅଣାଯାଇ ଶୋକାକୁଳ ପରିବେଶରେ ଗଜପତି ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ସତ୍କାର କରାଯାଇଥିଲା. ସ୍ବର୍ଗତ ରମେଶ ଜଣେ ସମାଜସେବୀ ଓ ଚାଷୀ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ୭ ଗୋଟି ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି.












Leave a Reply