ଓଡ଼ାପଡ଼ା ସରସ୍ବତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ।
ଖଜୁରିଆ କଟା,: (ଦର୍ଶନ ସମୀକ୍ଷା)
ଓଡ଼ାପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଅଛି। ଅତିଥି ମାନେ ଠାକୁରଙ୍କ ନିକଟରେ ପ୍ରଦିପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ। ରେ ସେବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ଖିଲାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାମମନ୍ଦିର ମୂଖ୍ୟ ବାବା ଶୁକଦେବ ଦାଶ ମହାରାଜା, ସମ୍ନାନୀତ ଅତିଥି ରୂପେ ଡ଼ଃ ସୈାମ୍ୟ ରଂଜନ ମହାନ୍ତି,ପ୍ରବଚକ ପ୍ରତାପ କିଶୋର ନନ୍ଦ , ମନମୋହନ ତ୍ରିପାଠୀ
ଯୋଗ ଦେଇ କହିଥିଲେ କି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରିବା ସହ ନିଜର ସଂସ୍କୃତି ପରାମ୍ପରା କୁ ଜାଣିବା, ଆଚାର ବ୍ୟବହାର ଶିକ୍ଷା କରିଥାନ୍ତି।ଏଣୁ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଠାରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍ବତନ୍ତ୍ର ଅଟେ । ଶେଷରେ ସନ୍ତୋଷ କୁମାର ମହାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବ ଆସନ୍ତା ୪ ତାରିଖ ଶନିବାର ଦିନ ଉଦଯାପିତ ହେବା ର କାର୍ଯ୍ୟକ୍ରମ ରହିଛି।












Leave a Reply