କୋଲ ଇଣ୍ଡିଆ ରିଟାୟାଡ ଏକ୍ଜିକ୍ୟୁଟିଭ୍ ୱେଲଫେୟାର ଆସୋସିଏସନ, ଭୁବନେଶ୍ଵର ତରଫରୁ ଉତ୍କଳ ଦିବସ ପାଳନ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ସି ଏମ ପି ଡି ଆଇ କ୍ଳବ୍ ପରିସରରେ CIREWA (କୋଲ ଇଣ୍ଡିଆ ରିଟାୟାର୍ଡ ଏକ୍ସିକୁଟିଭ ୱେଲଫେୟାର ଆସୋ ସିଏସନ) ତରଫରୁ ଉତ୍କଳ ଦିବସ ପାଳନ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। “କଳିଙ୍ଗ ରୁ ଆଧୁନିକ ଓଡ଼ିଶା ପର୍ଯନ୍ତ୍” ଏକ ସହନଶୀଳତା ର ଯାତ୍ରା , ଏହି ବିଷୟ ବସ୍ତୁ ଉପରେ ସାର ଗର୍ଭକ ମତ୍ତ ପ୍ରକାଶ କରିଥିଲେ ମୁଖ୍ୟ ବକ୍ତା ସୁସାହିତ୍ୟିକ, ବାଗ୍ମୀ, ପ୍ରାକ୍ତନ ଅଧ୍ୟକ୍ଷ ପାରାଦୀପ କଲେଜ ଡ: ସୁରେନ୍ଦ୍ର ମୋହନ ମିଶ୍ର। ପ୍ରାତ ସ୍ମରଣୀୟ ବର ପୁତ୍ର ମାନଂକ ର ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ତଥା ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କାର୍ଯକ୍ରମ ର ସୁଭାରମ୍ଭ ହେଇ ଥିଲା।

କିରେୱା ସଂଘ ର ସଂପାଦକ ସୂର୍ୟ କୁମାର ଷଡଙ୍ଗୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି କ୍ଷୀରୋଦ କୁମାର ପରିଡ଼ା ଗୋଟିଏ ଛାତ ତଳେ ସମସ୍ତ ଓଡ଼ିଆଙ୍କ ର ଏକତ୍ରିତ ଏବଂ ଏକତାର ମନୋଭାବ ହିଁ କାର୍ଯକ୍ରମ କୁ ଶୋଭା ବର୍ଦ୍ଧିତ କରି ପାରିଛି ବୋଲି ମତ ବ୍ୟକ୍ତ କରି ଥିଲେ। ପରେ “ଆଦୃତ” କଳାକାର ମାନଂକ ଦ୍ଵାରା ଓଡ଼ିଶୀ ନୃତ୍ୟ ଏଵଂ ସମ୍ବଲପୁରୀ ନୃତ୍ୟ ଏଵଂ ମନଛୁଆଁ ଓଡ଼ିଆ ସଙ୍ଗୀତ ର ସାଂସ୍କୃତିକ କାର୍ଯକ୍ରମ ଦର୍ଶକ ମାନଙ୍କୁ ବହୁ ସମୟ ଧରି ବାନ୍ଧି ରଖିଥିଲା। ଅନୁଷ୍ଠାନର ସଭାପତି, ସଂପାଦକ, ଉପ ସଭାପତି, ଏଵଂ ସମସ୍ତ ସଦସ୍ୟ ମାନଂକ ର ମିଳିତ ଉଦ୍ୟମ ରେ ଉକ୍ତ କାର୍ଯକ୍ରମ ଟି ସଫଳ ହୋଇଥିବା ବେଳେ ଶେଷରେ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply