“ଶ୍ରୀ ଜଗନ୍ନାଥ କାହାର ଭକ୍ତ” ବୋଲି ସେହି ପୂଣ୍ୟ ଜଗନ୍ନାଥଧାମରୁ ନିର୍ବାଚିତ ବିଜେପିର ଲୋକସଭା ସଦସ୍ୟ ତଥା ଓଡ଼ିଆମାନଙ୍କର ଗର୍ବ ଓ ଗୌରବ ଡଃ ସମ୍ବିତ ପାତ୍ର ମହାଶୟଙ୍କର ତୁଣ୍ଡରୁ ତାଙ୍କ ଅଜାଣତରେ ବାହାରି ଆସିଥିଲା ଯେ ” ମହାପ୍ରଭୂ ଶ୍ରୀଜଗନ୍ନାଥ ମୋଦିଜୀଙ୍କ ଭକ୍ତ”। ୨୦୨୪ ମସିହା ଲୋକସଭା ନିର୍ବାଚନ ପ୍ରଚାରକାଳରେ ତା୨୦.୦୫.୨୦୨୪’ରିଖରେ ତାଙ୍କ ତୁଣ୍ଡରୁ ” ମୋଦିଜୀ ମହାପ୍ରଭୂଶ୍ରୀ ଜଗନ୍ନାଥଙ୍କ ଭକ୍ତ” ବଦଳରେ ଏଭଳି କଥାଟିଏ ବାହାରି ଆସିଥିଲା, ଯେଉଁଥିପାଇଁ ସେ ଉପବାସ ରହିବା ଜନିତ ପ୍ରାୟଶ୍ଚିତ ବି କରିଥିଲେ।
ଯେଉଁଠି ସର୍ବମୟକର୍ତ୍ତାଙ୍କ ବିନା ଇଙ୍ଗିତରେ କାହାରି ତୁଣ୍ଡରୁ ଗୋଟିଏ ହେଲେ ବି ଶବ୍ଦ ବାହାରେ ନାହିଁ, ସେଠାରେ ଡଃ ପାତ୍ର ଏପରି କହିବା,ଆଉଜଣେ ଝାଡ଼ଖଣ୍ଡରୁ ନିର୍ବାଚିତ ବିଜେପି ସାଂସଦ ସମ୍ମାନନୀୟ ନିଶିକାନ୍ତ ଦୁବେ ମହାଶୟ ବିଜୁ ପଟ୍ଟନାୟକଙ୍କୁ “ଆମେରିକାର ଗୁଇନ୍ଦା ସଂସ୍ଥା CIA”ର ଏଜେଣ୍ଟ କହିବା ସେହି ସର୍ବମୟକର୍ତ୍ତାଙ୍କ ନିର୍ଦ୍ଦେଶ ମତେ ନୁହେଁ କି?
ବିଜୁବାବୁଙ୍କ ଉପରେ ଟିପ୍ପଣୀ ବାବଦରେ ଟିକିଏ ବିସ୍ତାରେଣ ଆଲୋଚନା ତଳେ ସ୍ଥାନିତ କରାଯାଇଛି:-
“ଅତୀତର ଆଇନା ତଥା ବର୍ତ୍ତମାନର ଭାବନା:”
(୧)
(କ) ତା୧୫.୦୮.୨୦୫୨ରିଖ;
ସେଦିନ ସ୍ୱାଧୀନତାର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ:
“ଆଜି ବିଶ୍ୱରେ ଯୁଦ୍ଧର ପରିବେଶ ରହିଛି। ବିଶେଷ କରି ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ (୨୫.୦୬.୧୯୫୦ ରୁ ୨୭.୦୭.୧୯୫୩) ଯୋଗୁଁ ସାରା ବିଶ୍ୱରେ ଜିନିଷପତ୍ରର ଅଭାବ ଦେଖାଦେଇଛି। ଏହାର ପ୍ରଭାବରୁ ଆମ ଦେଶ ମଧ୍ୟ ବାଦ୍ ପଡ଼ିନାହିଁ, ଯାହା ଫଳରେ ଏଠାରେ ଦରଦାମ ବୃଦ୍ଧି ପାଉଛି।”
(ଖ) ୭୨ ବର୍ଷ ପରେ, ତା୦୫.୦୨.୨୦୨୪ରିଖରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେହେରୁଙ୍କ ସେହି ଭାଷଣକୁ ଉଦ୍ଧାର କରି କଟାକ୍ଷ କରିଥିଲେ:”ନେହେରୁଜୀ ସେତେବେଳେ ଲାଲକିଲ୍ଲାରୁ ହାତ ଟେକି ଦେଇଥିଲେ। ସେ କହୁଥିଲେ କୋରିଆରେ ଯୁଦ୍ଧ ଚାଲିଥିବାରୁ ଭାରତରେ ମୁଦ୍ରାସ୍ଫୀତି ବଢ଼ୁଛି। ଅର୍ଥାତ୍ ନିଜ ବିଫଳତାକୁ ଲୁଚାଇବା ପାଇଁ ସେତେବେଳର ସରକାର ବିଦେଶୀ ଯୁଦ୍ଧକୁ ଏକ ବାହାନା ଭାବେ ବ୍ୟବହାର କରୁଥିଲେ।”
(ଗ)” ଚକ ଘୁରିଗଲା,ବିଡ଼ମ୍ବନାର ସୁଅ ବୋହିଲା।”
ତା୦୫.୦୨.୨୦୨୪ରିଖରେ ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ, ସଂସଦରେ ନେହେରୁଙ୍କୁ ବ୍ୟଙ୍ଗ କରି କହିଥିବା “ନେହେରୁଜୀ କୋରିଆ ଯୁଦ୍ଧକୁ ବାହାନା କରୁଥିଲେ”ବ୍ୟଙ୍ଗଟି, ଏବେ ମୋଦିଜୀଙ୍କ ସରକାରଙ୍କର ଢାଲ ହୋଇଛି “ଭାରତରେ ବଢ଼ୁଥିବା ଦରଦାମ”ପରିପ୍ରେକ୍ଷୀରେ,ବାହାନା ଦେଖାଯାଉଛି ଯେ,,
“ଋଷ- ୟୁକ୍ରେନ+ ମଧ୍ୟପ୍ରାଚ୍ୟ (ଆମେରିକା -ଇସ୍ରାଏଲ-ଇରାନ) ଯୁଦ୍ଧ ଏଥିପାଇଁ ଦାୟୀ।
(ଘ)ଯେତେବେଳେ ବିରୋଧୀ ଦଳ ଦରବୃଦ୍ଧି ପ୍ରସଙ୍ଗ ଉଠାଉଛନ୍ତି, ସରକାରଙ୍କ ପକ୍ଷରୁ “ଆନ୍ତର୍ଜାତୀୟ ଅସ୍ଥିରତା ଓ ସପ୍ଲାଏ ଚେନ” ବ୍ୟାହତ ହେବା କଥା କୁହାଯାଉଛି। ଏହାକୁ ଦେଖିଲେ ଲାଗୁଛି, “ଯେମିତି ଇତିହାସ ନିଜକୁ ଦୋହରାଉଛି। ଯେଉଁ ଯୁକ୍ତି ପାଇଁ ନେହେରୁ ସମାଲୋଚିତ ହେଉଥିଲେ, ଆଜି ସେଇ ସମାନ ଯୁକ୍ତି ବର୍ତ୍ତମାନର ଶାସନ ପାଇଁ ସୁରକ୍ଷା କବଚ ସାଜିଛି।” ସେଥିପାଇଁ ତ କୁହାଯାଏ— “କହି ଦିଅନ୍ତି ପରକୁ, ବୁଦ୍ଧି ନ ଦିଶଇ ଘରକୁ।”
(୨)
(କ)ବିଜୁ ପଟ୍ଟନାୟକ’ଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଏବଂ ଏହାର ପୃଷ୍ଠଭୂମି:
ତା୨୭.୦୩.୨୦୨୬ରିଖରେ ବିଜେପି ସାଂସଦ ନିଶିକାନ୍ତ ଦୁବେ “କଂଗ୍ରେସର ଅତୀତର ଇତିହାସ ବା କଂଗ୍ରେସର କଳା ଅଧ୍ୟାୟ (Congress’s Dark Chapters)” ପ୍ରସଙ୍ଗରେ ଏକ ଗୁରୁତର ତଥା ବିବାଦୀୟ ବକ୍ତବ୍ୟ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ, “୧୯୬୨ ଭାରତ-ଚୀନ୍ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକାର ଗୋଇନ୍ଦା ସଂସ୍ଥା CIA ମଧ୍ୟରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ‘ମଧ୍ୟସ୍ଥି” (Link)’ ଭାବରେ କାର୍ଯ୍ୟ କରୁଥିଲେ।”
(ଖ)ଏହି ବକ୍ତବ୍ୟର ମୁଖ୍ୟ ବିଷୟବସ୍ତୁ:-
ଦୁବେ ଦାବି କରିଛନ୍ତି ଯେ, “ସେହି ସମୟରେ ଭାରତ ସରକାର ଗୋପନରେ ଆମେରିକାର CIA ସହ ବୁଝାମଣା କରିଥିଲେ ଏବଂ ଏଥିରେ ବିଜୁ ବାବୁଙ୍କର ପ୍ରମୁଖ ଭୂମିକା ଥିଲା।”
(ଗ)ଚାରବାଟିଆ ଏୟାରବେସ:- “ଓଡ଼ିଶାର ଚୌଦ୍ଵାର ନିକଟସ୍ଥ ଚାରବାଟିଆ ଏୟାରବେସକୁ ଆମେରିକାର U-2 ସ୍ପାଏ ପ୍ଲେନ (ଗୋଇନ୍ଦା ବିମାନ) ପାଇଁ ବ୍ୟବହାର କରାଯାଉଥିଲା, ଯାହା ବିଜୁବାବୁଙ୍କ ମାଧ୍ୟମରେ ସମ୍ଭବ ହୋଇଥିଲା” ବୋଲି ସେ ଅଭିଯୋଗ କରିଛନ୍ତି।
(ଘ)ଆର୍ଥିକ ସହାୟତା: ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେହି ସମୟରେ କଂଗ୍ରେସ ଦଳ ଏବଂ ଭାରତୀୟ ସରକାର ଆମେରିକାର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ ଥିଲେ, ଯାହାର ପରିଚାଳନାରେ
ବିଜୁବାବୁ ସହାୟତା କରିଥିଲେ।”
(ଚ)କେଉଁ ସନ୍ଦର୍ଭରେ ଏଭଳି କୁହାଯାଇଛି?
ନିଶିକାନ୍ତ ଦୁବେ ଏହି କଥା କୌଣସି ବ୍ୟକ୍ତିଗତ ଶତ୍ରୁତା ପାଇଁ ନୁହେଁ, ବରଂ ନେହେରୁ ସରକାରଙ୍କୁ ସମାଲୋଚନା କରିବା ପାଇଁ କହିଛନ୍ତି। ସେ କଂଗ୍ରେସ ଦଳକୁ “ଦେଶବିରୋଧୀ” ବା “ବିଦେଶୀ ଶକ୍ତିର ହାତବାରିସି” ଭାବରେ ଚିତ୍ରିତ କରିବାକୁ ଚାହୁଁଥିଲେ। ସେହି ସମୟରେ ବିଜୁ ପଟ୍ଟନାୟକ ନେହେରୁଙ୍କର ଅତି ଘନିଷ୍ଠ ଥିଲେ, ତେଣୁ ରାଜନୈତିକ ଆକ୍ରମଣ କରିବା ସମୟରେ ସେ ବିଜୁବାବୁଙ୍କ ନାମକୁ ଏଥିରେ ଜଡ଼ିତ କରିଛନ୍ତି।
(ଛ) ଅଥଚ, ଦେଶର ସ୍ୱାଧୀନତା ପାଇଁ “କଂଗ୍ରେସ ଦଳ ବନାମ୍ ଅନ୍ୟାନ୍ୟ କିଛି’ଙ୍କ ଭୂମିକା” ସର୍ବଜନବିଦିତ ଯାହା ଓଡ଼ିଆ ଲୋକକଥା “ଦାଣ୍ଡରେ ପଡି ହାଟରେ ଗଡଗଡାଉଛି”ର ସାରବତ୍ତାକୁ ପ୍ରମାଣ କରିଥାଏ।
(୩)
ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ହୋଇଥିଲା। ଏହା ପରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହେବା ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱକୁ ସମ୍ମାନ ଜଣାଇ ଏହି କାବ୍ୟିକ ଶବ୍ଦାବଳୀ ବ୍ୟବହାର କରିଥିଲେ,”ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର”।
ଜାନକୀ ବାବୁ ଜଣେ ସାହିତ୍ୟ ଅନୁରାଗୀ ଓ ପଣ୍ଡିତ ବ୍ୟକ୍ତି ଥିଲେ, ତେଣୁ ସେ ବିଜୁବାବୁଙ୍କ ଜୀବନର ଦୁଇଟି ଭିନ୍ନ ଦିଗକୁ ବୁଝାଇବା ପାଇଁ ଏହି ଉପମା ଦେଇଥିଲେ:
(କ) ଝଡ଼ର ଇଗଲ (The Eagle of the Storm):
ସାହସ ଓ ନିର୍ଭୀକତା: ଇଗଲ ପକ୍ଷୀ ଯେପରି ଝଡ଼କୁ ଭୟ ନକରି ତା’ର ଉପରକୁ ଉଡ଼ିଯାଏ, ବିଜୁବାବୁ ସେହିପରି ଜଣେ ସାହସୀ ବୈମାନିକ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ ବା ଇଣ୍ଡୋନେସିଆର ସଂଗ୍ରାମ, ସେ ସବୁବେଳେ ବିପଦ ସହ ଖେଳୁଥିଲେ।
ଦୂରଦୃଷ୍ଟି: ଇଗଲର ଦୃଷ୍ଟିଶକ୍ତି ଅତି ପ୍ରଖର। ବିଜୁବାବୁଙ୍କର ଓଡ଼ିଶାର ଶିଳ୍ପାୟନ ଓ ବିକାଶ ପାଇଁ ଯେଉଁ ସ୍ୱପ୍ନ ଥିଲା, ତାହା ସାଧାରଣ ଲୋକଙ୍କ ଚିନ୍ତାଧାରାଠାରୁ ବହୁ ଉର୍ଦ୍ଧ୍ୱରେ ଥିଲା।
(ଖ)ଧରଣୀର କୃଷ୍ଣସାର (The Blackbuck of the Earth):
ଚଞ୍ଚଳତା ଓ ଗତିଶୀଳତା: କୃଷ୍ଣସାର ମୃଗ ନିଜର କ୍ଷିପ୍ର ଗତି ପାଇଁ ଜଣାଶୁଣା। ବିଜୁବାବୁଙ୍କ କାର୍ଯ୍ୟ କରିବାର ଶୈଳୀ ଅତ୍ୟନ୍ତ ଦ୍ରୁତ ଥିଲା। ସେ କୌଣସି କାମରେ ବିଳମ୍ବ କରିବା ପସନ୍ଦ କରୁନଥିଲେ।
ଆପଣାର ମଣିଷ: ଇଗଲ ପରି ଆକାଶରେ ଉଡ଼ୁଥିଲେ ମଧ୍ୟ ସେ ମାଟିର ମଣିଷ ବା “ଧରଣୀର ସନ୍ତାନ” ଥିଲେ। ଓଡ଼ିଶାର ଜଳ-ମାଟି-ଆକାଶ ସବୁଥିରେ ତାଙ୍କର ପତିଆରା ଥିଲା। ସେ ଯେତେ ବଡ଼ ହେଲେ ବି ନିଜ ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ ସମର୍ପିତ ଥିଲେ।
(ଗ)ସଂକ୍ଷେପରେ କହିଲେ:
ଏହି ଉକ୍ତିଟି ଦର୍ଶାଏ ଯେ ବିଜୁବାବୁ ଏକାଧାରରେ ଜଣେ ପ୍ରଭାବଶାଳୀ ନେତା, ଅସୀମ ସାହସୀ ଯୋଦ୍ଧା ଏବଂ ମାଟି ପାଇଁ ମମତା ରଖୁଥିବା ଜଣେ ସଚ୍ଚା ଓଡ଼ିଆ ଥିଲେ। ଜାନକୀ ବାବୁଙ୍କ ଏହି ବାକ୍ୟ ଆଜି ବି ବିଜୁ ପଟ୍ଟନାୟକଙ୍କ ପରିଚୟ ପାଇଁ ସବୁଠାରୁ ଶ୍ରେଷ୍ଠ ବର୍ଣ୍ଣନା ଭାବେ ଗଣାଯାଏ।
(୪) ଏହା ମଧ୍ୟ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଶାଳୀନତାର ପରିଚାୟକ ତ ଶ୍ରୀ ଦୂବେଙ୍କ ବୟାନ ଆମ ଓଡ଼ିଆ ଲୋକକଥା “ଶାଠଘର ପିଲା ଶାଠ ଓ ଭାଟଘର ପିଲା ଭାଟ”ର ପରିଚାୟକ।
ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର //ଇଗଲ ପକ୍ଷୀ ଯେପରି ଝଡ଼କୁ ଭୟ ନକରି ତା’ର ଉପରକୁ ଉଡ଼ିଯାଏ, ବିଜୁବାବୁ ସେହିପରି ଜଣେ ସାହସୀ ବୈମାନିକ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ ବା ଇଣ୍ଡୋନେସିଆର ସଂଗ୍ରାମ, ସେ ସବୁବେଳେ ବିପଦ ସହ ଖେଳୁଥିଲେ-ତୁଷାରକାନ୍ତ ଶତପଥି ଭୁବନେଶ୍ୱର












Leave a Reply