Spread the love

କାଳ ବୈଶାଖୀର ତାଣ୍ଡବ
ନାକାମାମୁଡି ପଞ୍ଚାୟତରେ ଭାଙ୍ଗିଲା ୩ଟି ଘର, ଉଡିଲା ଛପର
କ୍ଷୟ କ୍ଷତିର ଆକଳନ କଲେ ରାଜସ୍ବ ନିରୀକ୍ଷକ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ ସୋମବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀର ପ୍ରଭାବରେ କୋରୁକୋଣ୍ଡା ବ୍ଲକ ଅଧୀନ ନାକାମାମୁଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ମାତ୍ର କିଛି ଘଣ୍ଟା ଧରି ହୋଇଥିବା ଜୋର ପବନ ସାଙ୍ଗକୁ ବର୍ଷାରେ ଉକ୍ତ ପଞ୍ଚାୟତର ଗୋପୀଗୁଡ଼ ଓ ଖଡ଼ିକାଯୋଡି ଗ୍ରାମରେ ପ୍ରାୟ ୩ ରୁ ଉର୍ଦ୍ଧ ଲୋକଙ୍କର ଘର ଭାଙ୍ଗିବା ସହିତ କିଛି ଲୋକଙ୍କର ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଏହି କାଳ ବୈଶାଖୀରେ ଉକ୍ତ ପଞ୍ଚାୟତ ଅଧୀନରେ ଥିବା ଗୋପିଗୁଡା ଗ୍ରାମର ଗୌରାଙ୍ଗ ମାଝୀ ଏବଂ ଉକ୍ତ ଗ୍ରାମର ଭଗବାନ ମାଝୀଙ୍କ ଘର ଭାଙ୍ଗିଯିବା ସହିତ ଘରର ଛପର ଉଡିଯାଇ ବହୁ କ୍ଷତି ହୋଇଛି। ସେହିପରି ଉକ୍ତ ପଞ୍ଚାୟତର ଖଡ଼ିକାଯୋଡି ଗାଁରେ ରହୁଥିବା କମଳା ହନ୍ତାଳଙ୍କ ଘରର ଛପର ସମ୍ପୂର୍ଣ ଭାବେ ଉଡି ଯାଇଥିବା ଦେଖିବାକୁ ମିଳିଛି।କାଳବୈଶାଖୀ ପ୍ରଭାବରେ ଉକ୍ତ ପଞ୍ଚାୟତର ବହୁ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରେ ପଡ଼ିଥିବା ଗଛ ଗୁଡିକୁ କାଟି ସଫା କରାଯାଇଛି
ସ୍ଥାନୀୟ ଲୋକଙ୍କ ଠାରୁ ଏ ସମ୍ପର୍କରେ ସୂଚନା ପାଇବା ପରେ ନାକାମାମୁଡି ପଞ୍ଚଯାତର ରାଜସ୍ବ ନିରୀକ୍ଷକ ମିନତୀ ବେହେରା ମଙ୍ଗଳବାର ସକାଳେ ଉକ୍ତ ଗ୍ରାମ ଗୁଡିକୁ ଯାଇ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡିକ ବୁଲି ଦେଖିବା ସହିତ ହୋଇଥିବା କ୍ଷୟ କ୍ଷତିର ଆକଳନ କରିଛନ୍ତି
ତେବେ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକଙ୍କୁ ତୁରନ୍ତପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *