ନିଶିକାନ୍ତ ଦୁବେଙ୍କର ମତ ଓ ବିଚାର ଓଡିଆ ଅସ୍ମିତା ଓ ଓଡିଆ ସ୍ବାଭିମାନ ପ୍ରତି ପ୍ରବଳ କୁଠାରାଘାତ ବୋଲି ଆମର ସ୍ପଷ୍ଟ ଓ ନିର୍ଭୀକତାପୂର୍ଣ ମତ ଓ ବିଚାର-ଅମର କବି ଶତପଥୀ, ଆବାହକ,ଗୋପବନ୍ଧୁ ବିଚାର ପରିଷଦ।

Spread the love

ମହାନ୍ ସ୍ବାଧୀନତା ସଂଗ୍ରାମୀ, ପ୍ରଖ୍ଯାତ ଜନନେତା, ସର୍ବଭାରତୀୟ ନେତା, ଓଡିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମ୍ମାନନୀୟ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ବନ୍ଧରେ ବିଜେପିର ଝାଡଖଣ୍ଡ ରାଜ୍ଯର ସମ୍ମାନନୀୟ ଲୋକସଭା ସଦସ୍ଯ ଶ୍ରୀ ନିଶିକାନ୍ତ ଦୁବେ ଦେଇଥିବା ଅତୀବ ଅରୁଚିକର ମତ ଓ ମନ୍ତବ୍ଯକୁ ଆମେ ଦୃଢତାର ସହିତ ନିନ୍ଦା କରୁଛୁଁ। ବିଜେପିର ଝାଡଖଣ୍ଡ ରାଜ୍ଯର
ସମ୍ମାନନୀୟ ଲୋକସଭା ସଦସ୍ଯ ଶ୍ରୀ ନିଶିକାନ୍ତ ଦୁବେଙ୍କ ଦ୍ବାରା ମହାନ୍ ଜନନାୟକ ଓ ସ୍ବାଧୀନତା ସଂଗ୍ରାମୀ ସମ୍ମାନନୀୟ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ପ୍ରଦତ୍ତ ମତ ଓ ମନ୍ତବ୍ଯ କଦାପି ଗ୍ରହଣୀୟ ନୁହେଁ ବୋଲି ଆମର ସ୍ପଷ୍ଟ ଓ ନିର୍ଭୀକତାପୂର୍ଣ ମତ। ଝାଡଖଣ୍ଡର ବିଜେପିର ସମ୍ମାନନୀୟ ସଂସଦ ସଦସ୍ଯ ଶ୍ରୀ ନିଶିକାନ୍ତ ଦୁବେଙ୍କର ମତ ଓ ବିଚାର ଓଡିଆ ଅସ୍ମିତା ଓ ଓଡିଆ ସ୍ବାଭିମାନ ପ୍ରତି ପ୍ରବଳ କୁଠାରାଘାତ ବୋଲି ଆମର ସ୍ପଷ୍ଟ ଓ ନିର୍ଭୀକତାପୂର୍ଣ ମତ ଓ ବିଚାର।
-ଅମର କବି ଶତପଥୀ, ଆବାହକ,
ଗୋପବନ୍ଧୁ ବିଚାର ପରିଷଦ।

Leave a Reply

Your email address will not be published. Required fields are marked *