ଓର୍କେଲ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି
ନିୟମ ମାନି ଗାଡି ଚଳାଉଥିବା ଚାଳକଙ୍କୁ ପୋଲିସ ପକ୍ଷରୁ ଗୋଲାପ ଫୁଲ ଓ ଚକଲେଟ ବଣ୍ଟନ
ହେଲମେଟ ନ ପିନ୍ଧି ବାଇକ ଚଳାଉଥିବା ଚାଳକଙ୍କୁ ହେଲମେଟ ବଣ୍ଟନ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପକ୍ଷରୁ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ସୋମବାର ସକାଳ ୧୦ ଘଟିକା ସମୟରେ ବାଲିମେଳା ସହରରେ ସଡ଼କ ସୁରକ୍ଷା ନିମନ୍ତେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।ଏହି ରାଲି ସହରର ଗୋପବନ୍ଧୁ ଛକ ଠାରୁ ବାହାରି ନାଲ୍ଲା ଛକ, ଦୈନିକ ବଜାର, ଆମ୍ବେଦକର ଛକ କାଳୀଛକ ଦେଇ ଥାନାରେ ଶେଷ ହୋଇଥିଲା।ରାଲି ସମୟରେ ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ନିୟମିତ ଭାବେ ବ୍ୟବହାର କରିବା,ଚାରି ଚକିଆ ଚଳାଇବା ବେଳେ ସିଟ ବେଲ୍ଟ ପିନ୍ଧିବା, ମଦ୍ୟପାନ କରି କୌଣସି ଯାନ ବାହନା ଚଳାଇବା ନାହିଁ ଏବଂ
ମୋଟର ଆଇନ ଉଲଙ୍ଗନ କରି ଗାଡି ଚଳାଇବା ନାହଁ ଆଦି ସ୍ଲୋଗାନ ଦେବା ସହ ହାତରେ ପ୍ଲାଙ୍କ କାର୍ଡ ଧରି ସହର ପରିକ୍ରମା କରିବା ସହିତ ଏନେଇ ସହରବାସୀଙ୍କୁ ସଚେତନ କରାଇଥିଲେ।ବାଲିମେଳା ସହରରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ସହରର ବହୁ ବରିଷ୍ଠ ନାଗରିକ ମାନେ ଏବଂ ଓର୍କେଲ ଥାନାର ଏସଆଇ ଅଜିତ ସିଂ ବରିହା, ଏସଆଇ, ମନୋହର ସାହୁ, ଏସଆଇ ହରପ୍ରିୟା ଶବର, ଏଏସଆଇ ସଂଜିତ କୁମାର ଟାକ୍ରୀ, ଏଏସଆଇ ସତ୍ୟମତ ମଣ୍ଡଳଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ଏହି ସଚେତନତା ରାଲିରେ ଯୋଗ ଦେଇଥିଲେ।ମୋଟର ଆଇନ ନିୟମକୁ ମାନି ହେଲମେଟ ପିନ୍ଧି ବାଇକ ଏବଂ ସିଟ ବେଲ୍ଟ ବାନ୍ଧି କାର ଚଳାଉଥିବା ଗାଡି ଚାଳକ ମାନଙ୍କୁ ପୋଲିସ ପକ୍ଷରୁ ଗୋଲାପ ଫୁଲ ଓ ଚକଲେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହପରି ହେଲମେଟ ନ ପିନ୍ଧି ବାଇକ ଚଳାଉଥିବା ଚାଳକ ମାନଙ୍କୁ ପୋଲିସ ପକ୍ଷରୁ ହେଲମେଟ ବଣ୍ଟନ କରାଯାଇଥିଲା। ତେବେ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷପକୁ ବାଲିମେଳା ସହରବାସୀ ଙ୍କ ସମେତ ଆଖ ପାଖ ଅଞ୍ଚଳବାସି ବହୁ
ପ୍ରଶଂସା କରିଛନ୍ତି।












Leave a Reply