ଧଉଳି ପାଦଦେଶରେ ବିଶ୍ୱ କଳାର ମହାକୁମ୍ଭ
ଉଦ୍ଘାଟିତ ହେଲା ୭ମ ଆନ୍ତର୍ଜାତୀୟ କଳା ମହୋତ୍ସବ
-ଗୋଟିଏ ମଞ୍ଚରେ ୧୦୦ ଚିତ୍ରଶିଳ୍ପୀମାନଙ୍କର ଧଉଳିରେ ରଙ୍ଗ ତୁଳିର ଅପୂର୍ବ ସମନ୍ୱୟ .
ଭୁବନେଶ୍ୱର,୨୯/୩ପଞ୍ଚାନନ ସାମଲ (ଦର୍ଶନ ସମୀକ୍ଷା) ଐତିହାସିକ ଧଉଳି ଶାନ୍ତି ସ୍ତୂପ ନିକଟସ୍ଥ ହସ୍ତଶିଳ୍ପ ବଜାର ପରିସରରେ ସପ୍ତମ ଅନ୍ତର୍ଜାତୀୟ ଧଉଳି କଳାମହୋତ୍ସବ ଆଡ଼ମ୍ବର ସହକାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳା ମାଧ୍ୟମରେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା,ଏନ ଟି ପି ସି ର ବରିଷ୍ଠ ଅଧିକାରୀ ଧୀରଜ କୁମାର ଗୁପ୍ତା,ଗୁଲ୍ସନ ଟପୋ ଏବଂ ବି ଆର ଏମ ର ସମ୍ପାଦକ ସସ୍ମିତା ମହାନ୍ତି ଭାରତର କଳା ଓ ସଂସ୍କୃତିର ଗାରିମା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ମହୋତ୍ସବର ଏକ ବିଶେଷ ଆକର୍ଷଣ ଥିଲା ୧୦୦ ଜଣ ପ୍ରତିଷ୍ଠିତ ଶିଳ୍ପୀଙ୍କୁ ନେଇ ଆୟୋଜିତ ଚିତ୍ରକଳା ଶିବିର। ଏହି ଶିବିରକୁ ବରିଷ୍ଠ ଚିତ୍ରଶିଳ୍ପୀ ପଞ୍ଚାନନ ସୁର୍ ଏବଂ ସମାଜସେବୀ ସୁଶାନ୍ତ କୁମାର ସାହୁ ଉଦ୍ଘାଟନ କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।ଭାରତ ସମେତ ଲଣ୍ଡନ, ଆମେରିକା, ନେପାଳ ଓ ଭିଏତନାମ୍ ପରି ବିଦେଶୀ ଶିଳ୍ପୀମାନଙ୍କର କଳାକୃତି ଏହି ପ୍ରଦର୍ଶନୀକୁ ଏକ ଆନ୍ତର୍ଜାତୀୟ ରୂପ ଦେଇଛି। ପଟଚିତ୍ରରୁ ଆରମ୍ଭ କରି ଆଧୁନିକ ଇନ୍ଷ୍ଟଲେସନ୍ ଆର୍ଟ ପର୍ଯ୍ୟନ୍ତ ସମସ୍ତ କଳାକୃତି ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ପଞ୍ଚାନନ ସାମଲ ଶିଳ୍ପୀମାନଙ୍କୁ ସ୍ଵାଗତ କରି ଥିଲେ।












Leave a Reply