Spread the love

କନ୍ଧମାଳ : ଦିନିକିଆ ଗ୍ରସ୍ତରେ ପୋଲିସ ମହାନିର୍ଦେଶକ ୱାଇ ବି ଖୁରାନିଆ..

କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ୱା. ବି ଖୁରାନିଆ ହେଲିକେପ୍ଟର୍ ଯୋଗେ ଭୁବନେଶ୍ୱର ରୁ ଆସି ଦିନ ୧୦ ଘଣ୍ଟିକା ସମୟରେ ମାଦିକୁନ୍ଦା ଛକ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ରେ ଅବତରଣ କରିଥିଲେ l ସେଠାରେ ତାଙ୍କୁ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କନ୍ଧମାଳ ଏସପି ହରିଶ ବିଶି,ପ୍ରମୁଖ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ l ଡିଜିପି ଖୁରାନିଆ ଙ୍କ ସମେତ ଏଡିଜିପି ସଂଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଆସିଥିଲେ l ସେଠାରୁ ପୋଲିସ ରିଜର୍ଭ ଠାରେ ଏକ ଇଣ୍ଡୋର ସ୍ପୋର୍ଟ୍ସ କଂପ୍ଲେକ୍ସ କୁ ଉଦଘାଟିତ କରିଛନ୍ତି l ପରେ
ପରେ ଏସଓଜି, ଡିଭିଏଫ, ସିଆରପିଏଫ ଯବାନ ମାନଙ୍କ ସହିତ ଏକ ଆଲୋଚନା ରେ ଭାଗ ନେଇଥିଲେ l ଯବାନ ମାନେ ଦିନ ରାତି ଏକ କରି କମ୍ବୀଙ୍ଗ ଅପରେସନ ରେ ସାମିଲ ହେବା ସହ ମାଓବାଦି ଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ବାଧ୍ୟ କରାଇବା ସହ ଦୁର୍ଦ୍ଦାନ୍ତ ମାଓ ନେତା ଗଣେଶ ଓ ତାଙ୍କ ସହଯୋଗୀ ମାନଙ୍କୁ ଏନକାଉଣ୍ଟର କରିଥିଲେ l କନ୍ଧମାଳ ଜିଲାରେ ଗତ କିଛି ମାସ ହେଲା ମାଓ ମୁକ୍ତ କରିବାକୁ ସର୍ଚ୍ଚ ଅପରେଶନ କରାଯାଉଛି l ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭୟଭୀତ ହୋଇ  ୭୭ ଜଣ ମାଓ ଓଡ଼ିଶା ପୋଲିସ ପାଖରେ ୨୩ ଜଣ ଓଡ଼ିଶା ରୁ ଯାଇ ଛତ୍ତିଶଗଡ଼ ଠାରେ ଆତ୍ମ ସମର୍ପଣ କରିଛନ୍ତି l ୨୭ ଜଣ ମାଓବାଦି ଙ୍କ କମ୍ବିଂ ବେଳେ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି l ଏବେ ଗୋଟଏ ହାତ ଗଣତି ୫/୭ଜଣ ଙ୍କୁ ନେଇ ଛୋଟ ମାଓ ଗ୍ରୁପ ରହିଛନ୍ତି ତାଙ୍କୁ ମଧ୍ୟ ତୁରନ୍ତ ପୋଲିସ୍ ନିକଟ ରେ ଆତ୍ମସମର୍ପଣ କରିବାକୁ ଡି ଜି ପି ୱାଇ ବି ଖୁରାନିଆ ଅନୁରୋଧ କରିଛନ୍ତି l ରବିବାର ପୋଲିସ ରିଜର୍ଭ ପଡ଼ିଆ ଠାରେ ଏହି ଅପରେସନ ରେ ଯେଉଁ ମାନେ ଏସଓଜି ଡି ବି ଏ ଫ୍ ଏବଂ ବି ଏସ୍ ଏ ଫ୍, ଯବାନ  ମାନେ ସାହସିକତା ଦେଖାଇଛନ୍ତି ତାଙ୍କୁ ଉତ୍ସାହିତ କରିଛନ୍ତି ପୋଲିସ  ନିର୍ଦେଶକଙ୍କ ୱାଇ ବି. ଖୁରାନିୟl  ଏହି ବୈଠକ ରେ   ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ନୀତି ଶେଖର,୧୩୬ ବାଟାଲିଆନ କମାଣ୍ଡେଣ୍ଟ ମାନସ ରଞ୍ଜନ ପଣ୍ଡା, ୨୧ ସି ବିଏସ ଏଫ ୧୧୬ଅଜୟ କୁମାର, ଆଇଜିପି ଦୀପକ କୁମାର ଓ କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି କୁନା ଦିଗାଲ ଙ୍କ ରିପୋର୍ଟ କର୍ତ୍ତବ୍ୟ ନିୟୁଜ୍..

Leave a Reply

Your email address will not be published. Required fields are marked *