Spread the love

ଅବକାରୀ ବିଭାଗ ପକ୍ଷରୁ ୩୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ (ସୁପରିଟେଣ୍ଡେଣ୍ଟ) ବିମ୍ଭାଧର ପଣ୍ଡାଙ୍କ ନିର୍ଦ୍ଧେଶ କ୍ରମେ ବାଲିମେଳା ଅବକାରୀ
ଓଆଇସି ବ୍ରଜ ବିହାରୀ ନାୟକଙ୍କ ନେତୃତ୍ୱରେ ଏଏସଆଇ ରାମଚନ୍ଦ୍ର ହନ୍ତାଳ,କନେଷ୍ଟବଳ ସରିତା ନାୟକ, ନାଗେସ ପଣ୍ଡା, ମୁରଲୀ ରାଜାକ ଏବଂ ଚନ୍ଦକାନ୍ତ ନାୟକ ରବିବାର ସକାଳେ ବଡପଡା ପଞ୍ଚାୟତ ଅଧୀନ ପାପରମେଟଲା ଥାନା ଅଧିନସ୍ତ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ତେନ୍ତୁଳିଗୁମା ରୁ କାଦଗୁମ୍ମା ରାସ୍ତାରେ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ କିଛି ସାମଗ୍ରୀ ଧରି ଯାଉଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଅବକାରୀ ବିଭାଗର ଏହି ଟିମ ଉକ୍ତ ବ୍ୟକ୍ତିକୁ ଅଟକାଇ ତାଙ୍କ ନିକଟରେ ଥିବା ଜରି ବସ୍ତାକୁ ଖୋଲି ଯାଞ୍ଚ କରିଥିଲେ। ଉକ୍ତ ବସ୍ତାରେ ପ୍ରାୟ ୩୫ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ଅବକାରୀ ବିଭାଗର ଏହି ଟିମ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହିତ ତାଙ୍କ ପାଖରେ ଥିବା ଗଞ୍ଜେଇକୁ ଜବତ କରି ବାଲିମେଳା ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଆଣିଥିଲେ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ କେସ ନମ୍ବର ୨୪୪/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ପାପରମେଟଲା ଥାନା ଅଧିନସ୍ତ କାଦଗୁମ୍ମା ଗାଁର ବାଙ୍ଗୁରୁ ଖିଲଙ୍କ ପୁଅ ଗଙ୍ଗାଧର ଖିଲ -(୨୩)ବୋଲି ଜଣା ପଡିଛି। ତେବେ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅବକାରୀ ବିଭାଗ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗଙ୍ଗାଧରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାଲିମେଳା ଅବକାରୀ ବିଭାଗର ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *