ଗଜପତି ଜିଲ୍ଲା // ପାରଳା ଵାର ନିର୍ବାଚନ….. ରାମକୃଷ୍ଣ ସଭାପତି ହେଲେ,ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ,ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା

Spread the love

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓସ୍ମୃତିଚାରଣ ସଭା ପାରଳାଖେମୁଣ୍ଡି, 29/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ନବୀନାନନ୍ଦ ଗନ୍ତାୟତଙ୍କ ୮୭ ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦ୍ବିଜେନ୍ଦ୍ରନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଶଙ୍କର ପ୍ରସାଦ ବକ୍ସି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ବଜ ଚୌଧୁରୀ ଓ ସମ୍ମାନୀତ ଅତିଥି ଭାବେ ସ୍ବର୍ଗତଃ ନବୀନାନନ୍ଦଙ୍କ ପୁଅ ବିବେକ ଗନ୍ତାୟତ, ସଂଘର ସାଧାରଣ ସମ୍ପାଦକ ସାମ୍ବାଦିକ ସରୋଜ ଵୀର ମଞ୍ଚାସୀନ ଥିଲେ।

ଏଥିରେ ସହରର ବହୁ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ସାମ୍ବାଦିକ ସ୍ବର୍ଗତଃ ନବୀନାନନ୍ଦ ଗନ୍ତାୟତଙ୍କ ଫଟୋଚିତ୍ରରେ ପୁଷ୍ପଧୂପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ସାମ୍ବାଦିକ ଜୀବନର ଗୁରୁତ୍ୱପୁର୍ଣ ବିଷୟବସ୍ତୁ ଉପରେ ସମସ୍ତେ ସ୍ମୃତିଚାରଣ କରିଥିଲେ ।
ପାରଳା ଵାର ନିର୍ବାଚନ….. ରାମକୃଷ୍ଣ ସଭାପତି ହେଲେ ପାରଳାଖେମୁଣ୍ଡି, 29/3(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି. ଏଥିରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ଭାବେ କାଶୀନାଥ ଦାଶ ନିର୍ବାଚିତ ହୋଇଛନ୍ତି। ଚଳିତ ଥର ସଭାପତି, ଉପସଭାପତି ଓ ସମ୍ପାଦକ ପଦଵୀ ପାଇଁ କେବଳ ପ୍ରତିଦ୍ଵନ୍ଦିତା ହୋଇଥିଲା. ଅନ୍ୟାନ୍ୟ ପଦଵୀ ଗୁଡିକରେ ପ୍ରତିଦ୍ଵନ୍ଦିତା ନଥିବା ଯୋଗୁଁ ନିର୍ଦ୍ଦନ୍ଦ୍ବରେ ଅନ୍ୟ ପଦବୀ ଗୁଡିକ ନିର୍ବାଚିତ ହୋଇସାରିଛନ୍ତି। ଏଥି ଅନୁଯାୟୀ ଯୁଗ୍ମ ସମ୍ପାଦକ ଶିବକୁମାର ୟେଡଲା, କୋଷାଧ୍ୟକ୍ଷ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରି ସମ୍ପାଦକ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅଶୋକ କୁମାର ଅଧିକାରୀ, ବେହେରା ଚନ୍ଦନ କୁମାର, ଗାଗାରିନ ଶବର, ପାଣ୍ଡି ବିଶ୍ଵନାଥ, ସତ୍ୟନାରାୟଣ ପାଢୀ ଓ ଶଶାଙ୍କ ଶେଖର ସାବତ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ସଂଘର ମୋଟ ମଧ୍ୟରୁ ୧୦୮ ଜଣ ସଭ୍ୟ ଭୋଟ ଦେଇଥିଲେ। ନିର୍ବାଚନ ଅଧିକାରୀ ଭାବେ ଆଡ଼ଭୋକେଟ ମଳୟ ମାଧୁରୀ ତ୍ରିପାଠୀ ଏବଂ ଉପନିର୍ବାଚନ ଅଧିକାରୀ ଭାବେ ଗିରିଜା ପଟ୍ଟନାୟକ ଏହି ନିର୍ବାଚନ ପରିଚାଳନା କରିଥିଲେ.
ପାରଳାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା 2026 ଅନୁଷ୍ଠିତ ପାରଳାଖେମୁଣ୍ଡି, 29/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ବ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି ।ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବିଜୟ କ୍ଲବ ପରିସରରେ ମଞ୍ଚ କଳାକାରଙ୍କ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ତରଙ୍ଗ ରଙ୍ଗ ଅନୁଷ୍ଠାନ ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥୂ ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ ପବ୍ଲିକପ୍ରସିକୁଟର ରାଜେଶ ମିଶ୍ର , ସମ୍ମାନୀତ ଅତିଥ୍‌ ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର ମଞ୍ଚାସିନ ଥିଲେ।
ମଞ୍ଚାସୀନ ଅତିଥୂ ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶାକୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି, ରଘୁନାଥ ପରିଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକରେ ଲେଖା ହୋଇଛି ତେଣୁ ପାରଳାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ଏହି ମେଳରେ ମତ ଉପସ୍ଥାପନା କରାଯାଇଛି. କ୍ରମାଗତ ଭାବେ ପାରଳାର ନାଟ୍ୟ ପରମ୍ପରାକୁ କଳାକାରମାନେ ବଜାୟ ରଖ୍ ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ବରରେ ନାଟକ ପ୍ରଦର୍ଶନ କରୁବାରୁ ଅତିଥିମାନେ କଳାକାର ମାନଙ୍କୁ ସାଧୁବାଦ ଜଣାଇ ଆଗମୀ ଦିନରେ ଜାତୀୟ ସ୍ତରରେ ଜିଲ୍ଲାକୁ ପ୍ରତିନିଧୂତ୍ବ କରିବାକୁ ଅନୁରୋଧ କରିଥିଲେ । ଦ୍ବୀତୀୟ ପର୍ଯ୍ୟାୟରେ ମଞ୍ଚ କଳାକାର ମାନଙ୍କ ମଧ୍ଯରେ ସାମାଜିକ ଗଣମାଧ୍ଯମରେ ଆଗମୀ ଦିନରେ ଓଡିଆ ନାଟକ ସ୍ଥିତି “ବିଷୟକୁ ନେଇ ଏକ ସୁନ୍ଦର ଆଲୋଚନା ହୋଇଥିଲା। ଏଥିରେ ବିଶିଷ୍ଟ ନାଟ୍ୟକର୍ମୀ ମନୋଜ ପାଢ଼ୀ, ଏମ.ପୃଥ‌ିବୀରାଜ ପ୍ରମୁଖ ନିଜ ମତ ଉପସ୍ଥାପନା କରିଥିଲେ I ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ଚଳିତ ବର୍ଷର ବିଶ୍ବ ନାଟ୍ୟ ବାର୍ତ୍ତା ପାଠ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ.
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ, ହରିହର ପଟ୍ଟନାୟକ ମାତଙ୍ଗିନୀ ଗୁରୁ କବିତା ପାଢ଼ୀ ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ସତ୍ୟ ପଢିଆରି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *